LIVE TV

ବମ୍ବେ ମହାନଗର ନିଗମ ନିର୍ବାଚନ ଏକାକୀ ଲଢିବ କଂଗ୍ରେସ, କାହା ସହ କରିବନି ମେଣ୍ଟ

NEWS7
college-lecturer-in-vigilance-net-in-soro-of-balesore

ମୁମ୍ବାଇ ୧୫।୧୧: ମହାରାଷ୍ଟ୍ର ମୁମ୍ବାଇରେ ହେବାକୁ ଥିବା ବିଏମସିରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ। ରମେଶ ଚେନ୍ନିଥଲା ଶନିବାର ଏହି ଘୋଷଣା କରିଛନ୍ତି। ବିଏମସି ନିର୍ବାଚନକୁ ନେଇ କଂଗ୍ରେସ ନେତା ରମେଶ ଚେନ୍ନିଥଲା କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତି ପ୍ରଦେଶ କମିଟି ଓ ସ୍ଥାନୀୟ ସ୍ତର ଉପରେ ଛାଡିଛୁ। ତେବେ ମୁମ୍ବାଇ କଂଗ୍ରେସ କମିଟି ଏହି ନିର୍ବାଚନ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। କଂଗ୍ରେସର ପ୍ରଭାବଶାଳୀ ନେତା ସାର୍ବଜନିକ ଓ ବ୍ୟକ୍ତିଗତ ଭାବେ ପାର୍ଟି ସ୍ୱାଧୀନ ଭାବେ ନିର୍ବାଚନ ଲଢୁ ବୋଲି ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ଆସୁଥିଲେ।

ପାର୍ଟିକୁ ସ୍ୱାଧୀନ ରୂପେ ନିର୍ବାଚନ ଲଢି ନିଜର ସଙ୍ଗଠନାତ୍ମକ ଶକ୍ତିକୁ ପୁଣି ବିକଶିତ କରିବାକୁ ଅନୁମତି ଦିଆଯାଉ ବୋଲି ନେତାମାନେ ଚାହୁଁଛନ୍ତି। ଏଥିରେ ଉଚ୍ଚପଦସ୍ଥ ସୂତ୍ର ଅନୁସାରେ ବିହାର ନିର୍ବାଚନରେ ହୋଇଥିବା ପରାଜୟ ଏହି ତର୍କକୁ ଆହୁରି ମଜଭୁତ କରିଛି। କଂଗ୍ରେସ ଏବେ ମେଣ୍ଟ ଉପରେ ନିର୍ଭର ରହିବା ବଦଳେ ମୁମ୍ବାଇ ଭଳି ପ୍ରମୁଖ ସହରାଞ୍ଚଳମାନଙ୍କରେ ହରାଇଥିବା ରାଜନୈତିକ ସ୍ଥାନ ପୁଣି ଥରେ ହାସଲ କରିବା ଦରକାର ବୋଲି ନେତାମାନେ କହିଛନ୍ତି।

ମରାଠୀ ପରିଚୟ ପ୍ରସଙ୍ଗରେ ଉଦ୍ଧବ ଠାକରେ ଓ ରାଜଠାକରେ ସ୍ଥାନୀୟ ରାଜନୀତିକୁ ଉଷ୍ମ କରୁଛନ୍ତି। ଏଣୁ ମେଣ୍ଟ ମାମଲାକୁ ଆହୁରି ଜଟିଳ କରିଥିଲା। ଏହା ପରଠାରୁ ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ୍ ) ଏମଭିଏରେ ମିଶିବ କି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମୁମ୍ବାଇ କଂଗ୍ରେସର ଅନେକ ବରିଷ୍ଠ ନେତା ଏହି ବିଚାରକୁ କଡା ବିରୋଧ କରିଛନ୍ତି। ସେମାନଙ୍କ ତର୍କ ହେଉଛି ମନସେ ସହ ମେଣ୍ଟ କରିବା ଦ୍ୱାରା ପ୍ରମୁଖ ଭୋଟର ବର୍ଗ ପୃଥକ ହୋଇଯିବେ ଓ କଂଗ୍ରେସର ବୈଚାରିକ ସ୍ଥିତି ବିଗଡି ଯିବ।

ମୁମ୍ବାଇ କଂଗ୍ରେସରେ ବଢୁଥିବା ଏହି ବିରୋଧ ଏବେ ଏକାକୀ ନିର୍ବାଚନ ଲଢିବାର ଦାବିକୁ ଆହୁରି ବଢେଇ ଦେଇଛି। ଅନେକ ନେତା ଭାବୁଛନ୍ତି ବିନା ମେଣ୍ଟରେ ନିର୍ବାଚନ ଲଢିଲେ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେବ ଓ ନିଜର ନଗରନିଗମ ପ୍ରଭାବକୁ ପୁଣି ଥରେ କାୟମ କରିବା ପାଇଁ ଆବଶ୍ୟକ ରାଜନୈତିକ ଆଶ୍ୱସ୍ତି ମିଳିବ। ସମାଲୋଚକଙ୍କ ନଜରରେ ବିଶେଷ କରି ବିହାର ନିର୍ବାଚନରେ ମିଳିଥିବା ପରାଜୟ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ପାର୍ଟି ବିହାର ଭଳି ରାଜ୍ୟରେ ନିଜର ଜନାଧାର ହରାଇଛି। ଏଣୁ ଆଗାମୀ ବିଏମସି ନିର୍ବାଚନକୁ ପାର୍ଟି ମୁମ୍ବାଇରେ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇଛି। ହେଲେ ଏବେ ଆର୍ଥିକ ମହାଗନରରେ ରହୁଥିବା ଅଣ ମହାରାଷ୍ଟ୍ର ଭୋଟରଙ୍କୁ ମନେଇବା ପାର୍ଟି ଲାଗି କଷ୍ଟକର ହେବ।