ପ୍ରେମ ଏବେ ପପ୍‌କର୍ଣ୍ଣ ପରି ହୋଇସାରିଛି...୯୦ ଦଶନ୍ଧି ପାଇଁ ନାହିଁ କମିଟମେଣ୍ଟ

NEWS7
collector-has-eaten-midday-meal-with-students

ମୁମ୍ୱାଇ: ସମୟ ବଦଳିବା ସହ ପ୍ରେମର ପରିଭାଷା ମଧ୍ୟ ବଦଳିଯାଇଛି । ଯାହାର ପରିଣତି ଆଜିକାଲିର ବଢୁଥିବା ବ୍ରେକ୍ ଅପ୍‌ । ଆଜିର ସମାଜରେ ସଂପର୍କ ଗଢିବା ପୂର୍ବରୁ ଭାଙ୍ଗିଯାଉଛି । ସମୟ ବିତିବା ସହ ଲୋକ କମିଟମେଣ୍ଟ କରିବାକୁ ମଧ୍ୟ ପଛେଇଲେଣି । ନିକଟରେ କପିଲ ଶର୍ମା ଶୋ’ରେ ନିଜ କଥାରେ ଏମିତି କିଛି ଇଶାରା ଦେଇଛନ୍ତି ବଲିଉଡ୍ ନାୟିକା ଅନନ୍ୟା ପାଣ୍ଡେ । ଆଜିକାଲିର ପ୍ରେମକୁ ପପ୍‌କର୍ଣ୍ଣ ସହିତ ତୁଳନା କରିଛନ୍ତି ଅନନ୍ୟା ପାଣ୍ଡେ । ଯାହାକୁ ନେଇ ପୁରା ବି-ଟାଉନରେ ଆରମ୍ଭ ହୋଇଯାଇଛି ଗସିପ୍

ଅନନ୍ୟା ପାଣ୍ଡେ ଏବଂ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ Tu Meri Main Tera Main Tera Tu Meri । ଯାହାକି ଏକ ଲଭ୍ ଷ୍ଟୋରୀ । ଅନନ୍ୟା ପାଣ୍ଡେ ସବୁବେଳଏ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜ ଷ୍ଟ୍ରଗଲ୍ ଲାଇଫ୍ ତ ଆଉ କେବେ ନିଜ ଲଭ୍ ଷ୍ଟୋରୀକୁ ନେଇ । କିନ୍ତୁ ଏବେ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ପୂରା ଲାଇମଲାଇଟ୍ ଏବେ ଅନନ୍ୟା ପାଣ୍ଡେ । ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପ୍ରେମକୁ ପପକର୍ଣ୍ଣ ସହିତ ତୁଳନା କରିଛନ୍ତି ଅନନ୍ୟା । ଏହାସହିତ ୯୦ ଦଶକ ପ୍ରେମ ବହୁତ କମିଟମେଣ୍ଟ ଥିଲା ବୋଲି କହିଛନ୍ତି । ଯାହାକି ଆଜିକା ସମୟରେ ନାହିଁ । ପୂର୍ବରୁ ପ୍ରେମ ଇନ୍ୟୁସରାନ୍ସ ପଲିସି ସହିତ ସମାନ ଥିଲା । ଯାହାକି ଥରେ କମିଟମେଣ୍ଟ କରିଲେ, ଜୀବନ ସାରା ଲିଭାଇଥାନ୍ତି । କିନ୍ତୁ ଏବେ ଆଉ ସେମିତି ପ୍ରେମ ନାହିଁ କି ସଂପର୍କରେ ଦୃଢତା ବି ନାହିଁ । ଏବେକା ସମୟରେ ଯୁବ ପୀଢିମାନେ ଟିକିଏ ପ୍ରେମ ପାଇବା ମାତ୍ରେ ପପକର୍ଣ୍ଣ ପରି ଉଛୁଳଛନ୍ତି ।

ଅନନ୍ୟା ଆଗକୁ ମଧ୍ୟ କହିଥିଲେ ଯେ, ଆଜିକାଲି ଲିଭ୍-ଇନ୍ ରିଲେସନସିପକୁ କମିଟମେଣ୍ଟ ଭାବୁଛନ୍ତି । ସେମାନଙ୍କ ଲାଗୁଛି କି ଖର୍ଚ୍ଚ ସେୟାର କରିବା ଏବଂ ଘର ଭଡ଼ା ବାଣ୍ଟିକି ଦେବା ହିଁ ପ୍ରେମର ସଠିକ୍ ପ୍ରତିଶୃତିବଦ୍ଧ । ବାସ୍ତବରେ ଏପରି କେବଳ ଦୁଇ ସାଙ୍ଗ ଏବଂ ବନ୍ଧୁ କରିଥାନ୍ତି । ଏତିକି ନୁହେଁ ପାସଓ୍ୱାର୍ଡ ସେୟାର ନକରିବା ପରି ଛୋଟ ଘଟଣାକୁ ନେଇ ମଧ୍ୟ ବ୍ରେକ୍ଅପ୍ ହେଇଯାଉଛି । ଏହିସବୁ ଛୋଟ ଛୋଟ ଘଟଣାକୁ ନେଇ ସଂପର୍କରେ ଫାଟ ଆସୁଛି । ଅଭିନେତ୍ରୀଙ୍କ ଏପରି ବୟାନକୁ ନେଇ ପୂରା ଚର୍ଚ୍ଚା ଜୋରସୋର ।