ପୁଟିନଙ୍କ ପାଇଁ ‘ଫର୍ଚ୍ୟୁନର’ କାହିଁକି ବାଛିଲେ ମୋଦି? ଜାଣନ୍ତୁ କାରଣ

NEWS7
code-of-conduct-and-direction-for-election-issued-today-ob-cec

ନୂଆଦିଲ୍ଲୀ ୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଦୁଇ ଦିବସୀୟ ଭାରତ ଗସ୍ତରେ ସବୁଠୁ ଯାହା ଚର୍ଚ୍ଚାର ବିଷୟ ତାହା ହେଉଛି ପୁଟିନ ଟୟୋଟା ଫର୍ଚ୍ୟୁନରରେ ମୋଦିଙ୍କ ସହ ବସି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପହଞ୍ଚିବା। ଏବେ ଏହି ଫଟୋ ଉପରେ ସମସ୍ତଙ୍କ ନଜର ଅଟକି ଯାଇଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡରେ ରେଞ୍ଜରୋଭର, ମର୍ସିଡିଜ-ମେବ୍ୟାକ୍ ଏସ୍ ୬୫୦ ଭଳି ଦାମୀ ଦାମୀ ଗାଡ଼ି ଥାଉଥାଉ ଫର୍ଚ୍ୟୁନରକୁ କାହିଁକି ବଛା ଗଲା, ଏହା ଏକ ସଂଯୋଗ ଥିଲା ନା ଏକ ସୁଚିନ୍ତିତ ବାର୍ତ୍ତା? ଆସନ୍ତୁ ଜାଣିବା କଣ କହୁଛନ୍ତି ବିଶେଷଜ୍ଞ?

କୁହାଯାଏ କୂଟନୀତିରେ ଏମିତିରେ କିଛି ହୁଏନି,ଏଠାରେ କଥା ଓ ପଦକ୍ଷେପର ଅର୍ଥ ବେଶ୍ ଦୂରଗାମୀ ହୋଇଥାଏ। ତେବେ ରେଞ୍ଜରୋଭର ଅଥବା ମର୍ସିଡିଜ୍ ବଦଳେ ଫର୍ଚ୍ୟୁନରକୁ କାହିଁକି ବଛାଗଲା ଏ ନେଇ ସରକାରଙ୍କ ପକ୍ଷରୁ ଅଧିକାରୀକ ଭାବେ କିଛି କୁହାଯାଇ ନଥିଲେ ହେଁ ‘ଇଣ୍ଡିଆ ଟୁଡେ’ ଓ ଅନ୍ୟ ଗଣମାଧ୍ୟମ ରିପୋର୍ଟରେ ଜିୟୋ ପଲିଟିକାଲ ଏକ୍ସପର୍ଟମାନେ ଅଲଗା ଅଲଗା ଥିଓରୀ ଦେଉଛନ୍ତି। ଏଥିରେ ସବୁଠୁ ଯାହା ମୁଖ୍ୟ ଥିୟୋରୀ ଭାବେ ସାମ୍ନାକୁ ଆସୁଛି ତାହା ହେଉଛି ଜାପାନୀ ବ୍ରାଣ୍ଡ ଗାଡ଼ିକୁ ବଛାଯିବାର କାରଣ ହେଉଛି ଋଷିଆ ଓ ୟୁକ୍ରେନ ଯୁଦ୍ଧ।

ଏହି ଯୁଦ୍ଧ ଯୋଗୁ ଉଭୟ ଋଷିଆ ଓ ଭାରତ ଉପରେ କଟକଣା ଲାଗୁ ହୋଇଛି। ପାଶ୍ଚାତ୍ୟ ଦେଶମାନେ ବିଭିନ୍ନ କଟକଣା ଲଗାଇଛନ୍ତି। ଏଣୁ ଏହି ସବୁ ଦେଶଙ୍କ ନଜର ଏବେ ଭାରତ ଓ ଋଷିଆ ଉପରେ ରହୁଛି। ଏଥିରେ ଡିଫେନ୍ସ ଏକ୍ସପର୍ଟ କର୍ଣ୍ଣେଲ ରୋହିତ ଦେବ ଇକୋନମିକ୍ସ ଟାଇମ୍ସ କୁ କହିଛନ୍ତି ଯେ ଏହା ‘ପାଶ୍ଚାତ୍ୟାକୁ ନେଇ ଏକ ବାର୍ତ୍ତା’। ପୁଟିନଙ୍କୁ ୟୁରୋପୀୟ ବ୍ରାଣ୍ଡ ଗାଡ଼ିରେ ନେଇଯିବା, ଖାସ କରି ମସ୍କୋ ଉପରେ କଟକଣାକୁ ସମର୍ଥନ କରୁଥିବା ଦେଶଙ୍କ ଉପରେ ନକରାତ୍ମକ ପ୍ରଭାବ ପାକଇଥାନ୍ତା।

ନରେନ୍ଦ୍ର ମୋଦିଙ୍କ ଅଧିକାରୀକ୍ କାରକେଡରେ ରେଞ୍ଜ ରୋଭର ଓ ମର୍ସିଡିଜ୍ ମେ ବ୍ୟାକ୍ ଏସ୬୫୦ ଗାଡି ରହିଛି। ଏହି ଉଭୟ ବ୍ରାଣ୍ଡ ୟୁରୋପୀୟ। ୟୁକେ ଓ ଜର୍ମାନରେ ଏହି କାର ତିଆରି ହୁଏ ଏବଂ ଉଭୟ ଦେଶ କିଭର ମୁଖର ସମର୍ଥକ। ସେମାନେ ଋଷିଆ ଉପରେ କଟକଣା ଲଗାଇଛନ୍ତି। ସେହିପରି ଇଣ୍ଡିଆ ଟୁଡେର ରଣନୈତିକ କମେଣ୍ଟେଟର କହିଛନ୍ତି ‘ରାଜକୀୟ ଯାତ୍ରାରେ ଭ୍ଲାଦିମୀର ପୁଟିନଙ୍କ ନିମନ୍ତେ ଏକ ୟୁରୋପୀୟ କାର କୁଟନୈତିକ ରୂପେ ତାଙ୍କୁ ଅସହଜ କରିଥାନ୍ତା। ହେଲେ ଏକ ଜାପାନୀ ଗାଡ଼ି ଏହି ଭାବନାକୁ ଦୂର କରୁଛି’। ଏଣୁ ସୋସିଆଲ ମିଡିଆରେ ଏବେ ଏକ ଲାଇନ ଟ୍ରେଣ୍ଡ କରୁଛି ତାହା ହେଉଛି ‘ଏସିୟ ବ୍ରାଣ୍ଡକୁ ବାଛିବା ପଶ୍ଚିମ ନ୍ୟାରେଟିଭକୁ ଚତୁରତାର ସହ ଟାଳି ଦେଇଛି’।

ଫର୍ଚ୍ୟୁନରର ଅନେକ ମଡେଲ ଭାରତରେ ତିଆରି ହେଉଛି। ମିଡିଆ ରିପୋର୍ଟ ଅନୁସାରେ ଯେଉଁ ଫର୍ଚ୍ୟୁନରରେ ମୋଦି ପୁଟିନଙ୍କୁ ସାଙ୍ଗରେ ନେଇ ଗଲେ ତାହା ‘ସିଗମା-୪’ ସଂସ୍କରଣର ଓ ମହାରାଷ୍ଟ୍ର ନମ୍ବର ପ୍ଲେଟରେ ରହିଛି। ସେହିଭଳି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଋଷିଆ ସମକକ୍ଷଙ୍କୁ ସାଙ୍ଗରେ ନେଇ ଯିବାକୁ ଫର୍ଚ୍ୟୁନରକୁ ଉପଯୋଗ କରିଥିଲେ। ଏଥିରୁ ଏହା ସ୍ପଷ୍ଟ ଯେ ଏହା ଏକ ସଂଯୋଗ ନୁହେଁ ବରଂ ଏକ କମ୍ୟୁନିକେସନ ରଣନୀତିର ଅଂଶବିଶେଷ।

କୂଟନୀତିରେ ଛୋଟଛୋଟ କଥାର ମଧ୍ୟ ଅର୍ଥ ଥାଏ ଓ କେବେ କେବେ ସାଧାରଣ କାରଣ ମଧ୍ୟ ସବୁଠୁ ଅସାଧାରଣ ହୋଇଥାଏ। ଏଣୁ ସରକାରୀ ସୂତ୍ରକୁ ମାନିଲେ ଫର୍ଚ୍ୟୁନରର ଥାର୍ଡ ରୋ ସିଟିଂ ବାସ୍ତବରେ ଗେମ ଚେଞ୍ଜର ଥିଲା। କାରଣ ଦୁଇ ନେତାଙ୍କ ସହ ସେମାନଙ୍କ ଦ୍ୱିଭାଷୀ ମଧ୍ୟ ଯାତ୍ରା କରୁଥିଲେ। ଏଣୁ ରେଞ୍ଜ ରୋଭରରେ ଥାର୍ଡ ରୋ ନଥାଏ। ତେବେ ଫର୍ଚ୍ୟୁନରରେ ଦ୍ୱିଭାଷୀ ବସି ପାରୁଥିଲେ। ଏଣୁ ଏହା ଦ୍ୱାରା ନା ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ନା ପ୍ରୋଟକଲ।