କ୍ୟାମ୍ପରେ ଅଘଟଣ, ନିଜକୁ ନିଜେ ଗୁଳି କଲେ CRPF ଯବାନ...

NEWS7
cm-tweet-now-center-of-attraction

ରାଉରକେଲା୦୯।୦୨: ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ। ସୋମବାର ସକାଳେ ରାଉରକେଲା ପୋଲିସ ଜିଲ୍ଲାର ଲାଠିକଟା ଥାନା ଅନ୍ତର୍ଗତ ମାତକମଝରଣ ସିଆରପିଏଫ୍ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡିଛି।

ଏ ଖବର ବି ପଢନ୍ତୁ:- ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଏକ ଭଡ଼ା ଘରେ ରହୁଥିଲେ ଯୁବକ

ଖବର ଅନୁଯାୟୀ, ମାଓବାଦୀ ଦମନ ଲାଗି ମାତକମଝରଣରେ ସିଆରପିଏଫ୍ କ୍ୟାମ୍ପ ରହିଛି। ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶବ୍ଦ ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ। ହାବିଲଦାର ସୁବାସ ପ୍ରସାଦ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆରଜିଏଚକୁ ଆଣିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ। ସେ କ'ଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ।

ଏ ଖବର ବି ପଢନ୍ତୁ:- ଖାମେନିଙ୍କୁ ଘାରିଛି ଏୟାର ଷ୍ଟ୍ରାଇକ୍ ଭୟ, ୩୭ ବର୍ଷରେ ପ୍ରଥମ ଥର ପାଇଁ ସେନା ଉତ୍ସବରେ ହେଲେନି ସାମିଲ