LIVE TV

କୁକୁର ମୁହଁରେ ପଶିଲା ପ୍ଲାଷ୍ଟିକ୍ ବୋତଲ, ନାକେଦମ ହେଲା ଅଗ୍ନିଶମ ବାହିନୀ

NEWS7
cm-navven-pattanaik-video-message-to-prople-of-state

ଭୁବନେଶ୍ୱର ୦୯।୧୧ : କୁକୁର ମୁହଁରେ ପଶିଲା ପ୍ଲାଷ୍ଟିକ୍‌ ବୋତଲ । ନାକେଦମ ହେଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଡୁମ୍‌ଡୁମା ଫେଜ୍‌-୩ ମାର୍କେଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ଖବର ଅନୁଯାୟୀ, କୌଣସି କାରଣରୁ କୁକୁର ମୁହିଁରେ ପ୍ଲାଷ୍ଟିକ ବୋତଲ ପଶିଯାଇଥିଲା । ଏହାପରେ ଆଉ ବାହାରିନଥିଲା। ବହୁ କଷ୍ଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଆଦ୍ୟତିଶ୍ରୀ ସ୍ବାଇଁ ନାମକ ଜଣେ ଯୁବତୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କୁକୁର ମୁହଁରୁ ପ୍ଲାଷ୍ଟିକ ବୋତଲ ବାହାରି କରିବାକୁ ଅଗ୍ନିଶମ ବାହିନୀକୁ ବହୁ ପରିଶ୍ରମ କରିବାକୁ ପଡିଥିଲା। କୁକୁରଟି ଧରାଛୁଆଁ ଦେଉନଥିବାରୁ ଅଗ୍ନିଶମ ବାହିନୀ ଜାଲି ଓ କଟର ଧରି ଚେଷ୍ଟା କରିଥିଲେ। ହେଲେ ଅଗ୍ନିଶମ ବାହିନୀ ଫେଲ୍‌ ମାରିଥିଲା । ଶେଷରେ ଆଦ୍ୟତିଶ୍ରୀ ଓ ତାଙ୍କ ବାପା ବିଳମ୍ବିତ ରାତିରେ  ଗୋଡାଇ ଗୋଡାଇ ଧରି ସଫଳ ହୋଇଥିଲେ। ପରେ କୁକୁର ମୁହଁରୁ ବୋତଲକୁ ବାହାର କରାଯାଇଥିଲା।