LIVE TV
LIVE TV

ଭାରସାମ୍ୟ ହରାଇ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ

NEWS7
cm-naveen-praise-bjd-mp-cooks-and-distributes-food-for-underprivileged

ଚୌଦ୍ବାର: ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା ଯାତ୍ରୀ ବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ। ଗୁରୁବାର ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ଘରୋଇ ଯାତ୍ରୀବାହୀ ପୂଜାରାଣୀ ବସ୍ ୫୫ନଂ ଜାତୀୟ ରାଜପଥ ଚୌଦ୍ଵାର ଓଟିଏମ୍ ବଜାର ନିକଟରେ ଓଲଟି ପଡ଼ିଛି । ତେବେ ଏଥିରେ ଥିବା ଯାତ୍ରୀମାନେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାବେଳେ, ଜଣେ ଯାତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ରାସ୍ତାରେ ଖାଲଥିବା କାରଣରୁ ବସଟି ଭାରସାମ୍ୟ ହରାଇ ଯାତ୍ରୀମାନେ ଓଲଟିପଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ସେପଟେ କହୁଥିବାବେଳେ ଜାତୀୟ ରାଜପଥ କର୍ମଚାରୀ ବସକୁ କ୍ରେନ ଯୋଗେ ରାସ୍ତାରୁ ଉଠାଯାଇଥିବାବେଳେ ଘଟଣାସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବେପରୁଆ ଭାବରେ କଣ୍ଟ୍ରାକ୍ଟର ରାସ୍ତା ଖୋଳି ଦେଇ ପକାଇ ରଖିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାମ ସରୁନାହିଁ। ଫଳରେ ଏଭଳି ଦୁର୍ଘଟଣା ଘଟୁଛି। ସେହିଭଳି ଜଣେ ଯାତ୍ରୀ କହିଛନ୍ତି, ବସ୍ ଠିକ୍ ଭାବରେ ଯାଉଥିଲା। ମାତ୍ର ରାସ୍ତାରେ ବଡ଼ ଖାଲ ଆସିବାରୁ ଏଥିରେ ପଡ଼ି ବସ୍ଟି ଓଲଟିପଡ଼ିଥିଲା। ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଥିବାବେଳେ, ବସ୍ରେ ୨୫ରୁ ଅଧିକ ଯାତ୍ରୀ ରହିଥିଲେ। ତେଣୁ ରାସ୍ତା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଯାତ୍ରୀ।