ଗଞ୍ଜାମରୁ ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର, କର୍ମୀଙ୍କୁ ବାଣ୍ଟିବେ ଗୁରୁମନ୍ତ୍ର

Published By : Prameya-News7 Bureau | April 23, 2024 IST

ବ୍ରହ୍ମପୁର ୨୩/୦୪: ପାଖେଇ ଆସୁଛି ନିର୍ବାଚନ । ଧୀରେ ଧୀରେ ଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । ପ୍ରଚାରକୁ ଜୋରଦାର କରିଛନ୍ତି ମୁଖ୍ୟ ଦୁଇ ରାଜନୈତିକ ଦଳ ବିଜେଡ଼ି ଓ ବିଜେପି । ଏମିତି ପରିସ୍ଥିତିରେ ବୁଧବାର ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । 

ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପ୍ରଥମେ ହିଞ୍ଜିଳି ଏବଂ ପରେ ଶେରଗଡ଼ ଦୁଇଟି ସ୍ଥାନରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳୀୟ କର୍ମୀ, ନେତାଙ୍କ ମହଲରେ ବେଶ ଆନନ୍ଦ, ଖୁସି ଦେଖାଦେଇଛି । ସେପଟେ ଦଳର ପ୍ରିୟ ନେତା ଆସୁଥିବାରୁ ଦଳୀୟ କର୍ମୀ, ନେତା ଗଦଗଦ ହୋଇ ପଡୁଛନ୍ତି । ଖୁସି କହିଲେ ନସରେ । ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଜିତାଇବୁ । ଷଷ୍ଠ ଥର ପାଈଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରିବୁ । ଏମିତି ପଣ ନେଇଥିବା କହିଛନ୍ତି ଦଳୀୟ କର୍ମୀ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.