ଥରେ ନୁହେଁ ୨ଟି ରୀତିନୀତିରେ ହେବ ରଶ୍ମିକା-ବିଜୟଙ୍କ ଗ୍ରାଣ୍ଡ୍ ୱେଡିଂ; ସକାଳୁ ରାତି ଯାଏଁ ଚାଲିବ କାର୍ଯ୍ୟକ୍ରମ, ହୋଇଛି ଖାସ୍ ପ୍ରସ୍ତୁତି

NEWS7
cm-naveen-pattanayaks-kendrapada-tour

ନୂଆଦିଲ୍ଲୀ ୨୫।୦୨; ଚର୍ଚ୍ଚିତ ଲଭ୍ ବାର୍ଡ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଏବେ ଦୁହେଁ ସାତଜନ୍ମ ପାଇଁ ଏକାଠି ହେବାକୁ ଯାଉଛନ୍ତି। ଫେବୃଆରୀ ୨୬ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ଉଦୟପୁରରେ ରାଜକୀୟ ଢଙ୍ଗରେ ବିବାହ ହେବ। ତା ପୂର୍ବରୁ ତାଙ୍କ ପ୍ରିୱଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କେବଳ କପଲଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟମାନେ ବିବାହରେ ଯୋଗ ଦେବେ।

ସ୍ପେଶାଲ ହେବ ରଶ୍ମିକା ଏବଂ ବିଜୟଙ୍କ ବିବାହ

ରଶ୍ମିକା ଏବଂ ବିଜୟଙ୍କ ବିବାହ ସମ୍ପର୍କରେ ଏବେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ପରସ୍ପରର ସଂସ୍କୃତିକୁ ସମ୍ମାନ ଦେଇ, ରଶ୍ମିକା ଏବଂ ବିଜୟ ଦୁଇଟି ଅଲଗା ଅଲଗା ରୀତିନୀତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ବିବାହର ପ୍ରଥମ ଉତ୍ସବ ୨୬ ଫେବୃଆରୀ ସକାଳେ ବିଜୟ ଦେବରକୋଣ୍ଡାଙ୍କ ପାରମ୍ପରିକ ତେଲୁଗୁ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ରଶ୍ମିକାଙ୍କ ପରିବାର କୋଡାଭା ରୀତିନୀତି କରାଯିବ।

ସେଲିବ୍ରେସନ୍‌ରେ ମସଗୁଲ ପରିବାର

ବିବାହ ପୂର୍ବରୁ, କପଲ ଏକ ପାରିବାରିକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏତିକି ହିଁ ନୁହେଁ ଏକ ପୁଲ୍ ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ସମସ୍ତେ ଏକାଠି ପାଣିରେ ଖେଳିଥିଲେ, ଏବଂ 'ବିରୋଶ ପ୍ରିମିୟର ଲିଗ୍' ନାମକ ଏକ ମଜାଦାର କ୍ରିକେଟ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗ୍ରାଣ୍ଡ ରିସେପ୍ସନ

ଉଦୟପୁରରେ ରାଜକୀୟ ବିବାହ ପରେ, କପଲ ମାର୍ଚ୍ଚ ୪ରେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ୍ ରିସେପ୍ସନ ଦେବେ। ରିସେପ୍ସନ ତାଜ କୃଷ୍ଣ ହୋଟେଲରେ ଅନୁଷ୍ଠିତ ହେବ। ଦକ୍ଷିଣ ଭାରତୀୟ ଶିଳ୍ପର ଅନେକ ସେଲିବ୍ରିଟି ଏହି ପାର୍ଟିରେ ଯୋଗଦେବେ। ପ୍ରଶଂସକମାନେ ଦମ୍ପତିଙ୍କ ବିବାହ ଫଟୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଅଧିକ ପଢନ୍ତୁ-୨ଟି ଫିଲ୍ମ, ଆଠ ବର୍ଷର ପ୍ରେମ ଏବେ ଗ୍ରାଣ୍ଡ ୱେଡିଂ; ୨୬ ଫେବୃୟାରୀରେ ଉଦୟପୁରରେ ବାଜିବ ଶାହାନାଇ