LIVE TV

ବିହାର ବିଧାନସଭା ନିର୍ବାଚନ: ଭୋଜପୁରରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱୀତା, ମାତ୍ର ୨୭ଟି ଭୋଟରେ ଜିତିଲେ JDU ପ୍ରାର୍ଥୀ

NEWS7
cm-naveen-patnaik-wrote-letter-to-pm-for-permitted-transport-in-check-gate-truck

ଭୋଜପୁର ୧୪।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ପ୍ରାୟତଃ ଆସିଗଲାଣି। ଏହି ନିର୍ବାଚନରେ ଶାସକ ଏନଡିଏ ଓ ବିରୋଧୀଙ୍କ ମଧ୍ୟରେ କଣ୍ଟାରେ ଟକ୍କର ହୋଇଛି। ଏଥିରେ ବିହାରର ଭୋଜପୁରରେ ସବୁଠୁ ରୋମାଞ୍ଚକର ଓ ନିକଟତର ପ୍ରତିଦ୍ୱନ୍ଦ୍ୱୀତା ହୋଇଛି। ଜିଲ୍ଲାର ସନ୍ଦେଶ ବିଧାନସଭା ନିର୍ବାଚନମଣ୍ଡଳିରେ ଜେଡିୟୁ ପ୍ରାର୍ଥୀ ରାଧାଚରଣ ଶାହ ମାତ୍ର ୨୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏଥିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କେଉଁସ୍ତରରେ ହୋଇଛି ତାହା କେବଳ ଅନୁମାନ କରାଯାଇ ପାରେ।

ଏଠାରେ ୨୮ ରାଉଣ୍ଡରେ ଭୋଟ ଗଣନା ହୋଇଛି। ଏହି ଭୋଟ ଗଣନା ଚାଲିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଅନେକବାର ଆଗେଇଥଲେ ଓ ପଛେଇଥିଲେ। ହେଲେ ଶେଷରେ ଶାସକ ଦଳ ପ୍ରାର୍ଥୀ ମାତ୍ର ୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିରୋଧୀ ଆରଜେଡିର ଦୀପୁ ସିଂହଙ୍କୁ ପରାସ୍ତ କରିଛନ୍ତି। ଭୋଟ ଗଣନା ଆରମ୍ଭରୁ ଆରଜେଡି ପ୍ରାର୍ଥୀ ଦୀପୁ ସିଂହ ଆଗେଇକି ରହୁଥିଲେ। ଏଣୁ ସନ୍ଦେଶ ଆସନଟି ବିରୋଧୀ ଆରଜେଡି ହାତକୁ ଚାଲିଯିବ ବୋଲି ଧରି ନିଆଯାଇଥିଲା। ହେଲେ ଶେଷ ୪-୫ ପର୍ଯ୍ୟାୟ ଭୋଟ ଗଣତି ବେଳେ ଦୀପୁ ସିଂହ ପଛାଇବା ବେଳେ ଜେଡିୟୁ ପ୍ରାର୍ଥୀଙ୍କ ରିକଭରି ହୋଇଥିଲା।

୨୮ ରାଉଣ୍ଡ ଭୋଟ ଗଣନା ପରେ ଆରଜେଡି ପ୍ରାର୍ଥୀ ଦୀପୁ ସିଂହ ମାତ୍ର ୩୬ଟି ଭୋଟରେ ଆଗରେ ଥିବା ଜଣାପଡିଥିଲା। ଏଣୁ ଆସନଟି ଆରଜେଡି ହାତକୁ ଚାଲିଯିବା ଆଶଙ୍କା ଦୃଢ ହୋଇଥିଲା। ହେଲେ ଏଥିରେ ପୋଷ୍ଟାଲ ବାଲଟ ଯୋଗ କରାଯିବା ଯୋଗୁ ଜେଡିୟୁ ପ୍ରାର୍ଥୀ ରାଧାଚରଣ ଶାହ ୨୭ଟି ଭୋଟରେ ଆଗେଇବା ସହ ନିର୍ବାଚନରେ ତାଙ୍କୁ ବିଜେତା ଘୋଷଣା କରାଯାଇଛି। ଏଥିରେ ପୋଷ୍ଟାଲ ବାଲଟ ହିଁ ଶାହଙ୍କ ବିଜୟ ମାର୍ଗକୁ ପ୍ରଶସ୍ଥ କରିଛି।

ବିହାର ବିଧାନସଭା ନିର୍ବାଚନରେ ପିଛିଲା ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ୬୭% ଭୋଟର ସରକାର ଗଢିବା ପାଇଁ ଭୋଟଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ଯାଇଛନ୍ତି। ସ୍ୱାଧୀନଭାରତ ଇତିହାସରେ ଏହାକୁ ସବୁଠୁ ବଡ଼ ଜନମତ ସଂଗ୍ରହ କୁହାଗଲେ କୌଣସି ଅତିଶୋୟକ୍ତି ହେବ ନାହିଁ। ଏହି ନିର୍ବାଚନରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ମହିଳାଙ୍କ ଭୋଟଦାନ ପ୍ରତିଶତ। ଏଥିର ବିହାର ନିର୍ବାଚନରେ ୭୧% ମହିଳା ଘରୁ ଗୋଡ କାଢି ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିଥିଲେ। ଏହା ମହିଳାଙ୍କ ମତଦାନରେ ଏକ ନୂଆ ରେକର୍ଡ। ତେବେ ପୁରୁଷ ମତଦାନ ହାର ୧୦% କମିଛି।