U19 World Cup: ଆଫଗାନିସ୍ତାନର ଦୁଇ ବ୍ୟାଟରଙ୍କ ଶତକ, ସେମିରେ ଭାରତକୁ ଏତିକି ଟାର୍ଗେଟ୍ ଦେଲା ଆଫଗାନିସ୍ତାନ

NEWS7
cm-naveen-patnaik-wrote-letter-to-pm-for-permitted-transport-in-check-gate-truck

ହରାରେ: ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୩୧୦ ରନର ଦମଦାର ସ୍କୋର କରିଛି। ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ। ଫୈଜଲ ସିନୋଜାଦା ୧୧୦ ରନ ଓ ଉଜେରୁଲ୍ଲା ନିଆଜାଇ ୧୦୧ ରନର ଅପରାଜିତ ଇନିଂସ ଖେଳିଛନ୍ତି କରିଛନ୍ତି। ଦୁଇ ବ୍ୟାଟର ୧୪୮ ରନ ଯୋଡ଼ି ଦଳକୁ ବିଶାଳ ସ୍କାେରରେ ପହଞ୍ଚାଇଛନ୍ତି। ଦ୍ଵିତୀୟ ସେମି ଫାଇନାଲ୍ ଜିତିବା ଦଳ ଫାଇନାଲରେ ଇଂଲଣ୍ଡକୁ ଭେଟିବ

ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଉସ୍ମାନ ସାଦାତ ଓ ଖଲିଦ ଅହମ୍ମଦଜାଇ ଦଳକୁ  ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ଅହମ୍ମଦଜାଇ ୩୧ ରନରେ ଆଉଟ୍ ହୋଇଥିଲେ। ଉସ୍ମାନ ସାଦତ ଓ ଫୈସଲ ସିନୋଜାଦା ଇନିଂସକୁ ଆଗକୁ ବଢାଇଥିଲେ। ଦୁହେଁ ଦ୍ଵିତୀୟ ଓ୍ଵିକେଟ୍ ପାଇଁ  ୬୪ ରନ ଯୋଡ଼ିଥିଲେ। ଉସ୍ମାନ ସାଦତ ୩୯ ରନ କରିଥିଲେ। ଏହା ପରେ ସିନୋଜାଦ ଓ ଉଜେରୁଲ୍ଲା ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍‌ ୧୪୮ ରନ ଯୋଡ଼ି ଦଳର ସ୍କୋରକୁ ୨୬୫ ରନରେ ପହଞ୍ଚାଇଥିଲେ।

ଏହି କ୍ରମରେ ସିନୋଜାଦ ନିଜର ଶତକ ପୂରଣ କରିଥିଲେ। ସେ ୯୩ ବଲରୁ ୧୫ଚୌକା ସହ ୧୧୦ ରନର ଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ନିଆଜାଇ ୮୬ ବଲରୁ ୧୨ ଚୌକା ଓ ୨ ଛକା ସହ ୧୦୧ ରନ କରି ଅପରାଜିତ ଥିଲେ। ସେ ଓଭରରେ ନିଜର ଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଶତକ ବଳରେ ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୩୧୦ ରନ କରିଛି। ​​​​​​​