ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ, ଚୋରା ଦେଶୀ ମଦ ଓ ପୋଚ ଜବତ

NEWS7
cm-naveen-patnaik-to-visit-puri-today

ଆଠଗଡ଼ ୩୦।୧: ଆଠଗଡ଼ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଚଢ଼ାଉ । ଯେତେ ଖୋଜିଲେ ସେତେ ବାହାରୁଛି ଚୋରା ଦେଶୀ ମଦ ଓ ପୋଚ। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କୋରୋଙ୍ଗା ଗ୍ରାମର ଚତୁପାର୍ଶ୍ଵରରେ ଚଢ଼ାଉ କରି ଚୋରା ଦେଶୀ ମଦ ରନ୍ଧା ପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ବିପୁଳ ପରିମାଣରେ ପୋଚ ସହିତ ଦେଶୀ ମଦ ଜବତ କରିବା ସହିତ ନଷ୍ଟ କରିଛି ଅବକାରୀ ବିଭାଗ । ୨୯୭୫ ଲିଟର ଦେଶୀ ମଦ ସହ ୨୪୭୧୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୭ ଗୋଟି ମାମଲା ରୁଜୁ କରା ଯାଇଛି।