“ନବୀନ ଆମର ଆଦର୍ଶ କିନ୍ତୁ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ…”: ପ୍ରତିଷ୍ଠା ଦିବସରେ କାହିଁକି କହିଲେ ବିଜେଡି ସାଂସଦ ମୁନ୍ନା ଖାଁ

NEWS7
cm-naveen-patnaik-to-attend-investment-roadshow-in-new-delhi-today

ଭୁବନେଶ୍ୱର: ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହାକୁ ନେଇ ସାରା ରାଜ୍ୟରେ ନେତା ଓ କର୍ମୀ ବେଶ ଉତ୍ସାହିତ। ପ୍ରତିଷ୍ଠା ଦିବସ ଅବସରରେ ଅଭିଭାଷଣ ରଖିଛନ୍ତି ସାଂସଦ ମୁନା ଖାଁ। ବଖାଣିଛନ୍ତି ବିଜୁ ବାବୁ ଏବଂ ନବୀନଙ୍କ କଥା। ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ କିନ୍ତୁ ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ। ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । ମୋର ମନେ ଅଛି ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ଆଇପିଏସ ଲୋକଙ୍କୁ ହଇରାଣ କରୁଥିଲା ମିଛ କେଶ କରୁଥିଲା। ମୁଁ ଗୋଟେ ପିଲାକୁ ଠିକ କରିଥିଲି ସେ ଆଇପିଏସ ଅଫିସରକୁ ଗୋଟେ ଚାପୁଡ଼ା ମାରିଲା ବିଜୁ ବାବୁଙ୍କ ଆଗରେ ତା ଟୋପି ଉଡ଼ିଗଲା । ପରେ ଆରେଷ୍ଟ କଲେ ବିଜୁ ବାବୁ କହିବା ପରେ ତାକୁ ଛାଡି ଦେଲେ।

କିନ୍ତୁ ଆମ ନେତା ନବୀନ ପଟ୍ଟନାୟକ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢେଇଲେ । କିନ୍ତୁ ମୋତେ ଲାଗୁଛି ଏବଂ ମୁଁ ନବୀନ ବାବୁଙ୍କୁ କହି ସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ। ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି ବୋଲି ମୁଁ କହି ସାରିଛି। ନେତା ଆମର ନବୀନ ପଟ୍ଟନାୟକ। ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକୀ ଦେଖାଇଲେ ଆଉ ଚଳିବ ନାହିଁ । ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ। ଯେଉଁଠି ହେଉ କି ସେଠି ତାଙ୍କୁ ଗେଲ କରିବୁ। ଆଗାମୀ ଦିନରେ ତାହା ଦେଖିବେ। ଯେଉଁ ଦଳକୁ ଆମେ ପରିଶ୍ରମ କରି ଏତେ ବାଟ ପର୍ଯ୍ୟନ୍ତ ଆଣିଛୁ ସମସ୍ତଙ୍କୁ ଅନୁରୋଧ କରୁଛି ଆସନ୍ତୁ ଆମେ ନବୀନ ବାବୁଙ୍କ ସହ ରହିବ କାହାର ଚାପଲୁସି କରିବା ନାହିଁ। କାହା ଅଣ୍ଡରରେ ରହିବା ନାହିଁ । ନବୀନ ପଟ୍ଟନାୟକଙ୍କ ଅଣ୍ଡରରେ ରହିବା ଆଉ ତାଙ୍କ ନିର୍ଦ୍ଦେଶରେ କାମ କରିବା।

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।