ଜଣେ ସାଧାରଣ ଛାତ୍ରରୁ ଟପ୍ପର ହେବାର ଯାତ୍ରା, ଦିଲ୍ଲୀର ଏକମାତ୍ର ଟପ୍ପରଙ୍କ କାହାଣୀ

NEWS7
cm-naveen-patnaik-inaugurated-mo-cycle-yojana-today

ନୂଆଦିଲ୍ଲୀ ୧୭/ ୦୨: ସ୍ମାର୍ଟ ଫୋନ୍‌ରୁ ସମସ୍ତ ସୋସିଆଲ ମିଡିଆ ଆପ୍‌ ଡିଲିଟ୍‌ କରିଦେଲି । ସାଙ୍ଗ ଛାଡିବାକୁ ପଡିଲା । ଦିନ ରାତି ପରିଶ୍ରମ କଲି ଶେଷରେ ସଫଳତା ମୋ ପାଦ ଚୁମିଲା । JEE(ମେନ୍‌୨୦୨୬ ସେସନ ୧ର ଶହେ ପ୍ରତିଶତ ରଖି ଦିଲ୍ଲୀର ଏକମାତ୍ର ଟପ୍ପର ଶ୍ରେୟାସ ମିଶ୍ର ଖୋଲିଛନ୍ତି ସଫଳ ହେବାର ସିକ୍ରେଟ । ସେ ରୋହିଣୀର କୁଲାଚି ହଂସରାଜ ଡିଏଭି ସ୍କୁଲର ଛାତ୍ର । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରେୟସ କହିଥିଲେ ମୁଁ ପ୍ରଥମେ ପାଠପଢା ଉପରେ ଫୋକସ୍‌ କରିଥିଲି । ସେଥିପାଇଁ ପ୍ରଥମେ ଫୋନ୍‌ରୁ ସୋସିଆଲ ମିଡିଆ ଆପ୍‌କୁ ଡିଲିଟ୍‌ କରିଦେଲି । ଏହା ଏକ ଛୋଟ କିନ୍ତୁ ବୁଦ୍ଧିମାନ ନିଷ୍ପତ୍ତି ଥିଲା । ଯାହା ମୋତେ ସଫଳ କରାଇଛି ।

ଶ୍ରେୟସ ଚଳିତ ବର୍ଷ JEE(ମେନ୍‌)୨୦୨୬ ସେସନ ୧ର ଶହେ ପ୍ରତିଶତ ହାସଲ କରିଛନ୍ତି । ଏପରି ସଫଳତା ହାସଲ କରିବାରେ ସେ ଦେଶର କେବଳ ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଓ ଦିଲ୍ଲୀର ଏକମାତ୍ର ଛାତ୍ର । ସରଳ ଉପାୟରେ କେମିତି ପ୍ରସ୍ତୁତି କରିହେବ ସେ ଉପରେ ସେ ଧ୍ୟାନ ଦେଇଥିଲେ । ତାଙ୍କୁ ପଚରାଯାଇଥିଲା ଏମିତି କୌଣସି ରାତି ଆସିଥିଲା ଯେତେବେଳେ ଭୟ ଲାଗିଥିଲା । ମନ ଭାରାକ୍ରାନ୍ତ ହୋଇଥିଲା । ସେତେବେଳେ ଶ୍ରେୟାସଙ୍କ ଉତ୍ତର ଥିଲା ନା …କେବେ ନୁହେଁ

ଶ୍ରେୟସ ଆହୁରି କହିଥିଲେ ଯଦି ରେ ମୁଁ ସଫଳ ହୋଇନଥାନ୍ତି ତେବେ ଯୋଜନା B ଥିଲା ଗଣିତ ଅଧ୍ୟୟନ କରିବା । ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ ସଂସ୍ଥାନ ପରି ସ୍ଥାନରେ ଗଣିତରେ ଉଚ୍ଚଶିକ୍ଷା ଗ୍ରହଣ କରିବି । ତେବେ ଶ୍ରେୟସଙ୍କ ବାପା ସୁମନ୍ତ ମିଶ୍ର ଜଣେ ସାଇବର ସୁରକ୍ଷା ପରାମର୍ଶଦାତା ।ମାଆ ଏକ ଘରୋଇ ବିଶ୍ବବିଦ୍ୟାଳୟକଂପ୍ୟୁଟର ବିଜ୍ଞାନ ବିଭାଗର ଜଣେ ସହଯୋଗୀ ପ୍ରଫେସର ।  ପୁଅର ସଫଳତାରେ ଉଭୟ ବେଶ ଖୁସି ଜାହିର କରି କହିଛନ୍ତି ଏହା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର ମୁହୁର୍ତ୍ତ ।