ଅନଲାଇନ୍ ପରେ ଅଫଲାଇନ୍ ଆନ୍ଦୋଳନ, ଫେବ୍ରୁଆରୀ ୩ରେ ରାସ୍ତାକୁ ଓହ୍ଲାଇବେ ଲକ୍ଷ ଲକ୍ଷ ଗିଗ୍ ଓ୍ୱାର୍କର୍

NEWS7
cm-naveen-patnaik-inaugurated-mo-bus-service-in-bhubaneswar

ନୂଆଦିଲ୍ଲୀ,|୧: ଜାନୁଆରୀ ୨୬ତାରିଖ । ଗଣତନ୍ତ୍ର ଦିବସର ଦିନ । ଏହି ଦିନରେ ବିଭିନ୍ନ ଦାବି ନେଇ ସ୍ୱର ଉତ୍ତୋଳନ କରିଥିଲେ ଗିଗ୍ ଓ୍ୱାର୍କର୍ । ଗିଗ୍ ଓ୍ୱାର୍କର କହିଲେ ଅନଲାଇନ ସେବା ଯେପରିକିବେର, ଜୋମାଟୋ ଭଳି କମ୍ପାନୀରେ କାମ କରୁଥିବା ଡେଲିଭରୀ ବୟ, ଇ-ରାଇଡରଆଦିଙ୍କୁ ବୁଝାଏ । ନିଜ ପ୍ଲାଟଫର୍ମରେ ଅଧିକ ସୁବିଧା ସହ ରୋଜଗାରକୁ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟସ୍ଥଳରେ ସୁରକ୍ଷା ଭଳି ଅନେକ ଦାବି ଉପସ୍ଥାପନ କରିଥିଲେ ସେମାନେ । ଏହାସହ ଲକ୍ଷ ଲକ୍ଷ ଗିଗ୍ ଓ୍ୱାର୍କର ନିଜ ଆପରୁ ଲଗଆଉଟ୍ ହୋଇଯାଇଥିଲେ । ଏବେ ଏହାକୁ ଆହୁରି ଜୋରଦାର କରିବାକୁ ସେମାନେ ଉଦ୍ୟମ କରୁଛନ୍ତି । କେବଳ ଆପରୁ ଲଗଆଉଟ୍ ନୁହେଁ ବରଂ ରାସ୍ତାକୁ ଓହ୍ଲାଇବା ପାଇଁ ସେମାନେ ଯୋଜନା କରୁଛନ୍ତି ।

ଗିଗ ଓ୍ୱାର୍କରଙ୍କୁ ନେଇ ଗଠିତ ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ୍ ସର୍ଭିସ ଓ୍ୱାର୍କର୍ସ ୟୁନିଅନ କହିଛି ଯେ, ଫେବ୍ରୁଆରୀ ତିନି ତାରିଖରେ ସାରା ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ହେବ । ରାସ୍ତାରେ ଏହି ଆନ୍ଦୋଳନ କରାଯିବ । ଏଥିରେ ବିଭିନ୍ନ ରାଇଡ୍ ଯୋଗାଉଥିବା କର୍ମଚାରୀ ଏବଂ ଖାଦ୍ୟ ତଥା ଅନ୍ୟ ଜିନିଷ ଯୋଗାଉଥିବା ଏଜେଣ୍ଟ୍ ସାମିଲ ହେବେ । ପୂର୍ବରୁ୨୬ତାରିଖରେ ଅନେକ କର୍ମଚାରୀ କିଛି ସମୟ ପାଇଁ ଆପ୍ ରୁ ଲଗ୍ ଆଉଟ୍ ହୋଇଥିଲେ । ଏହାଦ୍ୱାରା ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଶୋଷଣକୁ ସେମାନେ ଦୁନିଆ ଆଗରେ ରଖିଥିଲେ ।

ୟୁନିଅନ ଆହୁରି କହିଛି ଯେ, ଯେଉଁ ଆନ୍ଦୋଳନ ଜାରି ରହିଛି ମହିଳା କର୍ମଚାରୀମାନେ ଏହାର ନେତୃତ୍ୱ ନେଉଛନ୍ତି । ସେମାନେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କୁ ସୁରକ୍ଷା ଦରକାର । ଅନେକ ସମୟରେ ସେମାନଙ୍କ ଆଇଡି ବ୍ଲକ୍ କରାଯାଉଛି । ଦରମା ପ୍ରଦାନରେ ବିଳମ୍ବ ହେଉଛି ।

ଗିଲ୍ ଓ୍ୱାର୍କଡ ୟୁନିଅନର ଜାତୀୟ ସଭାପତି ସୀମା ସିଂ କହିଛନ୍ତି ଯେ, ଲଗାତାର ଭାବେ ଦାବି କରାଯାଉଛି । ହେଲେ ଏହାକୁ କେହି କର୍ଣ୍ଣପାତ କରୁ ନାହାଁନ୍ତି । ସେମାନଙ୍କ ପାଇଁ ଭିନ୍ନ ନିୟମ ଆଣିବା, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ଆଇଡି ବ୍ଲକକୁ ବ୍ୟାନ୍ କରିବା, ଅଭିଯୋଗ ଶୁଣିବା ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ ଆଣିବା ପାଇଁ ବ୍ୟବସ୍ଥା କରାଯିବା ଦରକାର । ଏହାସହ ନିକଟରେ ସରକାର ଗିଗ୍ ଓ୍ୱାର୍କରଙ୍କ ପାଇଁ ଆଣିଥିବା ନିୟମକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ତେଣୁ ସେମାନେ ପ୍ରଥମେ ଅନଲାଇନ୍ ଷ୍ଟ୍ରାଇକ୍ ଆଉ ଏବେ ଫେବ୍ରୁଆରୀତାରିଖରେ ରାସ୍ତାରେ ପ୍ରଦର୍ଶନ କରିବେ ବୋଲି ସୀମା କହିଛନ୍ତି ।