ସୁପର୍ ୮ ପାଇଁ ଟିମ୍ ଇଣ୍ଡିଆର ସିଡ୍ୟୁଲ୍, ଜାଣନ୍ତୁ କେବେ ଓ କେଉଁ ଦେଶ ସହ ହେବ ମୁକାବିଲା

NEWS7
cm-naveen-patnaik-calls-state-people-to-meet-the-new-challenge-due-to-weather-change

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ରେ ଟିମ୍ ଇଣ୍ଡିଆର ଚମତ୍କାର ଯାତ୍ରା ଜାରି ରହିଛି । ଗ୍ରୁପ୍ ଏ'ରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ସମସ୍ତ ମ୍ୟାଚ୍ ଜିତି ଦବଦବା ରଖିଛି । ତିନି ମ୍ୟାଚରୁ ତିନି ଜିତି ସୁପର ୮ରେ ସ୍ଥାନ ପକ୍କା କରିଛି । ଗ୍ରୁପ୍ ପର୍ଯ୍ୟାୟର ଗୋଟିଏ ମ୍ୟାଚ୍ ବଳକା ରହିଛି । ତେବେ, ସୁପର୍ ୮ ପାଇଁ କ୍ୱାଲିଫାଏ କରିବା ପରେ ଆନୁଷ୍ଠାନିକ ଭାବେ ମ୍ୟାଚ୍ ସିଡ୍ୟୁଲ୍ ଘୋଷଣା ହୋଇଛି । ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବାକୁ ଥିବା ସୁପର ୮ରେ ଟିମ୍ ଇଣ୍ଡିଆ ଗ୍ରୁପ୍ ୧ରେ ରହିବ ।

ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ, ଜିମ୍ୱାୱେ, ୱେଷ୍ଟଇଣ୍ଡିଜ ଓ ସାଉଥ୍ ଆଫ୍ରିକା ସହ ଗୋଟିଏ ଗ୍ରୁପରେ ରହିଛି । ପ୍ରତ୍ୟେକ ଟିମ୍ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବ । ଫେବ୍ରୁଆରୀ ୨୨ରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ହେବ । ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ହେବ । ଏହାପରେ ଫେବ୍ରୁଆରୀ ୨୬ରେ ଓ ମାର୍ଚ୍ଚ ୧ରେ ମ୍ୟାଚ୍ ହେବ ।

ଟିମ୍ ଇଣ୍ଡିଆର ସୁପର୍ ୮ ସିଡ୍ୟୁଲ୍

ଫେବ୍ରୁଆରୀ ୨୨- ଭାରତ ବନାମ ଦ.ଆଫ୍ରିକା- ଅହମ୍ମଦାବାଦ

ଫେବ୍ରୁଆରୀ ୨୬- ଭାରତ ବନାମ ଜିମ୍ୱାୱେ- ଚେନ୍ନାଇ

ମାର୍ଚ୍ଚ ୧-ଭାରତ ବନାମ ୱେଷ୍ଟଇଣ୍ଡିଜ୍- କୋଲକାତା

ଅଧିକ ପଢନ୍ତୁ:ଇତିହାସ ରଚିଲା ଜମ୍ମୁ-କାଶ୍ମୀର : ପ୍ରଥମ ଥର ପାଇଁ ରଣଜୀ ଫାଇନାଲରେ ଏଣ୍ଟ୍ରି, ୬ ଓ୍ୱିକେଟରେ ହାରିଲା ପଶ୍ଚିମବଙ୍ଗ