LIVE TV

ଧାନର ଏମଏସପି ମୂଲ୍ୟ ବୃଦ୍ଧି ସହ ସ୍ବାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ପାଇଁ ଆହ୍ବାନ ଦେଲେ ନବୀନ

NEWS7

ନୂଆଦିଲ୍ଲୀ ୮|୧: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀରେ ବିଶାଳ କୃଷକ ଅଧିକାର ସମାବେଶ କରିଛି ବିଜେଡି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଆୟୋଜିତ କୃଷକ ଅଧିକାର ସମାବେଶରେ ଯୋଗଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

{"id":71646}

ସମାବେଶରେ ଯୋଗଦେଇ କୃଷକଙ୍କ ସମସ୍ୟା ନେଇ ଦିଲ୍ଲୀରୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି କ୍ଷମତାକୁ ଆସିବା ପରେ ଚାଷୀଙ୍କ କଥା ଭୁଲିଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ବିଜେଡି ପ୍ରତିବାଦ କରିଆସୁଛି । ଚାଷୀଙ୍କ ମୁଖ୍ୟ ଦାୟିତ୍ବ କେନ୍ଦ୍ର ସରକାରଙ୍କର । କେନ୍ଦ୍ର ନିଜ ଦାୟିତ୍ବରୁ ଖସିପାରିବ ନାହିଁ । ଚାଷୀ କୂଳ ଦେଶ ଓ ରାଜ୍ୟ ଅର୍ଥନୀତିର ଆତ୍ମା । ସେମାନଙ୍କ ପ୍ରତି ଅବହେଳା କେବେ କେବେ ବି ଠିକ୍ ନୁହଁ । ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଚାଷୀ ଲଢେଇ କରୁଛି । ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ନବୀନ । ଚାଷୀଙ୍କ ହକ୍ ପାଇଁ ଲଢେଇ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ନବୀନ କହିଛନ୍ତି । ସ୍ବାମୀ ନାଥନ୍ କମିଟି ସୁପାରିଶ କାର୍ଯ୍ୟକାରୀ ହେଲାନାହିଁ । ନିର୍ବାଚନ ପ୍ରତିଶ୍ରୁତି ବିଜେଡି ପାଳନ କରିଛି । ହେଲେ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ଭୁଲିଯାଇଛି ।

{"id":71647}

ଏହି ସମାବେଶରେ ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ବରେ ଥିବା ଅଧିକାରୀମାନେ ଯୋଗଦେଇଛନ୍ତି ।