LIVE TV

ଏହି ଡକ୍ୟୁମେଣ୍ଟ ବିନା ଆପଣ ସାବ୍ୟସ୍ତ କରିପାରିବେନି ନାଗରିକତା, SIR ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ କଥା

NEWS7
cm-naveen-announces-7-days-relief-for-flood-area

ନୂଆଦିଲ୍ଲୀ ୨୭।୧୦: ବିହାରରେ ପ୍ରଥମ ପର୍ଯ୍ୟୟ ଭୋଟରଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ସଫଳତା ପୂର୍ବକ ଶେଷ ହୋଇଛି। ଏବେ ନିର୍ବାଚନ ଆୟୋଗ ୧୨ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଏସଆଇଆର କରାଇବା ପାଇଁ ସୋମବାର ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଲୋକେ ଏହି ପ୍ରକ୍ରିୟା ଉପରେ ନିଜର ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଭୋଟର ସୂଚୀ ଅପଡେଟ୍ କରିବା। ତେବେ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିନେବା ଏଥି ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ସବୁ କ’ଣ?

ଏସଆଇଆର ଦେଶରେ ଭୋଟର ଲିଷ୍ଟ ଅପଡେଟ୍ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଏକ ବଡ଼ ପଦକ୍ଷେପ। ବୁଥସ୍ତରୀୟ ଅଧିକାରୀ ଭୋଟରଙ୍କ  ଠିକଣା, ବୟସ ଓ ପରିଚୟ ସମ୍ବଦ୍ଧିତ ସୂଚନା ପୁଷ୍ଟି କରିବା ପାଇଁ ଘରକୁ ଘର ଯାଆନ୍ତି। ଏହି ପୁରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏ କଥା ସୁନିଶ୍ଚିତ କରିବା ଯେ କେବଳ ପାତ୍ର ନାଗରିକ ହିଁ ଭୋଟର ଲିଷ୍ଟରେ ରହନ୍ତୁ। ଏହି ପ୍ରକ୍ରିୟାକୁ ସଫଳତା ପୂର୍ବକ ଶେଷ କରିବାରେ ଦେଶରେ ବିହାର ପ୍ରଥମ ରାଜ୍ୟ। ଏବେ ଏହି ମଡେଲ ସାରା ଦେଶରେ ଲାଗୁ ହେବ।

ନାଗରିକତା ସାବ୍ୟସ୍ତ କରିବାର କଥା ଉଠିଲେ ସରକାରୀ ଗାଇଡଲାଇନ ଅନୁସାରେ କିଛି କାଗଜପତ୍ର ଆଇନତଃ ମାନ୍ୟ। ଏଥିରେ ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ପାସପୋର୍ଟ, ଜାତୀୟ ନାଗରିକ ରେଜିଷ୍ଟର କାଗଜପତ୍ର, ସରକାରୀ ପରିଚୟ ପତ୍ର ଅଥବା ପେନସନ ଅର୍ଡର ଆଦିରହିଛି। ତେବେ ଜାଣି ରଖନ୍ତୁ ଏସଆଇଆରରେ ଆଧାର କାର୍ଡ, ପାନ କାର୍ଡ ଓ ରେସନ କାର୍ଡ କେବଳ ଆପଣଙ୍କ ଠିକଣା ଓ ସରକାରୀ ଯୋଜନା ଲାଗି ମାନ୍ୟ। ଏ ଗୁଡିକୁ ନାଗରିକତା ପ୍ରମାଣ କରିବାକୁ ନୁହେଁ। ସେହିପରି ଭୋଟର ଆଇଡି କାର୍ଡକୁ ଶେଷ ନାଗରିକ ପରିଚୟ ବୋଲି ମଧ୍ୟ ଗ୍ରହଣ କରାଯାଇ ପାରିବନି।

ତେବେ କିଛି ପରିସ୍ଥିତିରେ ମାତାପିତାଙ୍କ ବୈଧ ନାଗରିକ କାଗଜପତ୍ର ପିଲାଙ୍କ ନାଗରିକତାକୁ ସ୍ଥାପିତ କରିଥାଏ। ଏଣୁ ଏସଆଇଆର ପ୍ରକ୍ରିୟା ପୂର୍ବରୁ ଆପଣଙ୍କୁ ଏ କଥା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆପଣଙ୍କ ଜନ୍ମ ପ୍ରମାଣପତ୍ର ଓ ବାସ ସ୍ଥାନ ପ୍ରମାଣ ପତ୍ର ଯେପରି ସଠିକ କ୍ରମରେ ଥାଏ। ଯଦି ଏହି କାଗଜପତ୍ର ଉପଲବ୍ଧ ନଥାଏ ତେବେ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟ ଅଥବା ଅନଲାଇନ ପୋର୍ଟାଲରୁ ତୁରନ୍ତ ଏଥି ପାଇଁ ଆବେଦନ କରନ୍ତୁ। ଆପଣ ଏ କଥା ମଧ୍ୟ ଯାଞ୍ଚ କରି ନିଅନ୍ତୁ ଯେପରି ଆପଣ ଦେଇଥିବା ସବୁ କାଗଜପତ୍ରର ସୂଚନା ଯେମିତି ଆପଣଙ୍କ ନାମ, ଜନ୍ମ ତିଥି ଓ ଠିକଣା ଦିଆଯାଇଥିବା ରେକର୍ଡ ଅନୁରୂପ ଥାଏ।