ଓଡ଼ିଶା ପାଇଁ ଅନେକ ଗୁରୁତ୍ୱ ବହନ କରୁଛି ବଜେଟ୍ ୨୦୨୬

NEWS7
cm-given-statement-on-2020-2021-budget

ଭୁବନେଶ୍ବର ୩୧।୧: ଚଳିତ ବଜେଟ୍ ଏକ ଭଲ ବଜେଟ୍ ଏବଂ ଓଡ଼ିଶା ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଶିଳ୍ପ ସଂଘ କହିଛି । ଏଥର ଭିତ୍ତିଭୂମି ପାଇଁ ବଜେଟ୍ ପରିମାଣ ୧୨.୨ ଲକ୍ଷ କୋଟି ହୋଇଛି । ଯାହା ଗତବର୍ଷ ଠାରୁ ଲକ୍ଷେ କୋଟି ଅଧିକ । ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ଆତ୍ମନିର୍ଭର ଭାରତ ସେକ୍ଟର ଅଧିକ ପ୍ରାଧାନ୍ୟ ମିଳିଥିବାରୁ ଏ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ବଢିବ ।

ଟେକ୍ସଟାଇଲ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ଦିଆଯାଇଛି । ଏହି ଚାରୋଟି ସେକ୍ଟରରେ ଅଧିକରୁ ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ । ଓଡ଼ିଶା ପାଇଁ ରେୟାର ଆର୍ଥ କରିଡର, ଜଳପଥର ବିସ୍ତାର ପାଇଁ ଓଡ଼ିଶାରେ ଅନେକ ସୁଯୋଗ ରହିଛି । ବେଳାଭୂମି, ଅଲିଭ ରିଡ଼ଲେ କଇଁଛ, ଚିଲିକାରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧିର ସୁଯୋଗ ଥିବାରୁ ଏ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବାର ସମ୍ଭାବନା ରହିଛି । ସାରା ଦେଶରେ ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ ୨ ନମ୍ବରରେ ଅଛି ।

ଗଞ୍ଜାମର ଗୋପାଳପୁର ଠାରୁ ପୁରୀର ବ୍ରହ୍ମଗିରି ଯାଏଁ ବେଳାଭୂମି କଡେ କଡେ ରେୟାର ଆର୍ଥ କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ ଓଡ଼ିଶାର ନାମ ବାରମ୍ବାର ଉଲ୍ଲେଖ କରିବା ଏବଂ ପୂର୍ବୋଦୟର ବିକାଶ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିବାରୁ ଓଡ଼ିଶା ଏହାଦ୍ୱାରା ଲାଭବାନ ହେବ । ସେହିପରି ଏମଏସଏମଇ କ୍ଷେତ୍ରରେ ଅର୍ଥମନ୍ତ୍ରୀ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ୧୦ ହଜାର କୋଟିର ସ୍ୱତନ୍ତ୍ର ଫଣ୍ଡ୍ କରିଥିବାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଫାଇଦା ମିଳିବ ଏବଂ ନିଯୁକ୍ତି ଅଧିକ ସୃଷ୍ଟି କରିବ ବୋଲି ସିଆଇଆଇ ପକ୍ଷରୁ କୁହାଯାଇଅଛି ।