ଟାଟା ପାୱାର ଠକେଇ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ, ଶକ୍ତି ବିଭାଗ କରୁଛି କ’ଣ ?

NEWS7
class-teacher-forcefully-opened-students-legins-in-kolkata

ଭୁବନେଶ୍ବର ୧୨।୧: ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରିଚାଲିଛି ଟାଟା ପାୱାର l ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଅଡିସନାଲ ସିକ୍ୟୁରିଟି ଡିପୋଜିଟ୍ ପାଇଁ ନୋଟିସ, ଘରେ ଘରେ ସ୍ମାର୍ଟ ମିଟର ଜୋର ଜବରଦସ୍ତି ବସେଇ ଚାଲିଛି ଓ ଗରିବ ଲୋକଙ୍କଠୁ ସରକାରୀ ମିଟରରୁ ୩ଶହ କୋଟି ଟଙ୍କା ବେଆଇନ ଆଦାୟ କରୁଛି  ଟାଟା ପାୱାର । କେବଳ ସୌଭାଗ୍ୟ ଓ ଆଇପିଡିଏସ ଯୋଜନାରେ ୨୦୨୦ ମସିହାରୁ ଟାଟା ପାୱାର ଚାରୋଟି ଯାକ ବିଦ୍ୟୁତ ବିତରଣ କମ୍ପାନୀ ବେଆଇନ ଭାବେ ଆଦାୟ କରି ଚାଲୁଛି l ଏ ସଂକ୍ରାନ୍ତରେ ଉପଭୋକ୍ତ ମହାସଂଘ ବାରମ୍ବାର ଓଇଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିଲାନି ।

ଟିପିସିଓଡିଏଲ୍‌ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରେ ସ୍ୱୀକାର କରିଛି ଯେ, ଏପ୍ରିଲ ୨୦୨୪ ଠାରୁ ସେମାନେ ଆଉ ମିଟର ରେଟିଂ ଆଦାୟ କରିନାହାନ୍ତି l ମାର୍ଚ୍ଚ ୨୦୧୪ ସୁଦ୍ଧା ୧୮ କୋଟି ୬୮ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି l ଆଇପିଡିଏସ ମିଟରରୁ ୨୦୦୧୯୫ କଞ୍ଜୁମରଙ୍କଠୁ ୧୧ କୋଟି ୫୫ ଲକ୍ଷ ।  ସୌଭାଗ୍ୟ ଯୋଜନାର ୧୭୫୧୮୮ କଞ୍ଜୁମରଠୁ ୭ କୋଟି ୧୩ ଲକ୍ଷ ଟଙ୍କା ମିଟର ରେଟିଂ ବାବଦରେ ଆଦାୟ କରିଛନ୍ତି l କେବଳ ଟିପିସିଓଡିଏଲରେ ଯଦି ଏତିକି ଆଦାୟ କରିଛନ୍ତି ତେବେ ଦୀନ ଦୟାଲ ଯୋଜନା, ରାଜୀବ ଜ୍ୟୋତି, ବିଜୁ ଜ୍ୟୋତି ଭଳି ଆହୁରି ଅନେକ ସରକାରୀ ଯୋଜନାରେ ଅନ୍ୟ ତିନୋଟି ଯାକ ଡିସ୍କମ କମ୍ପାନୀ ପ୍ରାୟ ପାଖାପାଖି ୩୦୦ କୋଟି ଟଙ୍କା ସାଧାରଣ ଲୋକଙ୍କ ଠାରୁ ହରିଲୁଟ୍ କରିଛନ୍ତି l 

ଓଇଆରସି ମଧ୍ୟ ତିନୋଟି ଯାକ ବିତରଣ କମ୍ପାନୀ ସହ ଓପିଟିସିକୁ ସମୁଦାୟ କେତେ ମିଟର ଲାଗିଛି ତଥ୍ୟ ପୈଠ ପାଇଁ ତାଗିଦ କରିଥିଲେ l ହେଲେ ଫଳ ଶୂନ l ଟାଟା ପାୱାର ଠକେଇ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ l ଏଥିପାଇଁ ଶକ୍ତି ବିଭାଗ କ’ଣ କରୁଛି l ତାଙ୍କ ବିରୁଦ୍ଧରେ କାହିଁକି ଏତଲା ଦେଇନି l ଇଂରାଜୀରେ ବିଲ୍ ଛପି ସାଧାରଣ ଖାଉଟିଙ୍କଠୁ କୋଟି କୋଟି ଟଙ୍କା ନେବା ଭଳି ଧର୍ତ୍ତବ୍ୟ ଅପରାଧ ଫର୍ଜରୀ ପଇସା ଆଦାୟ ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଗିରଫ ସହ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଭୋକ୍ତା ସଂଘ ଦାବି କରିଛି ।