LIVE TV

ଅସ୍ତ୍ରବିରତି ପାଇଁ ସହମତି ପରେ ବି ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କଲା ପାକିସ୍ତାନ: ତାତିଲା ତାଲିବାନ

NEWS7
clarification-from-the-ministry-of-health-the-supreme-court-judge-cannot-choose-the-vaccine

ଇସ୍ଲାମାବାଦ: ୪୮ ଘଣ୍ଟା ପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ନ କରିବାକୁ ପାକିସ୍ତାନ ଓ ଆପଗାନିସ୍ତାନ ରାଜି ହେବାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଆଫଗାନିସ୍ତାନ ଉପରେ ଆକ୍ରମଣ କରିଦେଇଛି। ତାଲିବାନ ଏନେଇ ସୂଚନା ଦେଇଛି। ଇସଲାମାବାଦ ଡୁରାଣ୍ଡ ରେଖା ପାର୍ଶ୍ୱରେ ଅବସ୍ଥିତ ପାକତିକା ପ୍ରଦେଶର ଅନେକ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଛି। ପାକିସ୍ତାନୀ ବିମାନ ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ଭଙ୍ଗ ହୋଇଯାଇଛି ବୋଲି ଜଣେ ବରିଷ୍ଠ ତାଲିବାନ ଅଧିକାରୀ କହିଛନ୍ତି। ଏନେଇ ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ଏଏଫପି ରିପୋର୍ଟ ପ୍ରକାଶ କରିଛି।

ଟୋଲୋନ୍ୟୁଜ୍ ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ଅରଗୁନ୍ ଏବଂ ବର୍ମାଲ ଜିଲ୍ଲାରେ ଅନେକ ଘର ଉପରେ ଆକ୍ରମଣ ହୋଇଛି। ଏପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ମିଳିପାରି ନାହିଁ। ସେପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କତାର ଉଦ୍ୟମ ଆରମ୍ଭ କରିଛି। ଆଲୋଚନ ପାଇଁ ପାକିସ୍ତାନୀ ପ୍ରତିନିଧି ଦଳ କାତାରର ରାଜଧାନୀ ଦୋହାରେ ପହଞ୍ଚିସାରିଥିବା ବେଳେ ଆଫଗାନିସ୍ତାନ ପ୍ରତିନିଧି ଦଳ ଶନିବାର ସେମାନଙ୍କ ସହିତ ଯୋଗ ଦେବେ ବୋଲି ଆଶା କରାଯାଉଛି। ହେଲେ ଏପଟେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ାଇ ଦେଇଛି।

ଆତଙ୍କବାଦୀ ଆଳରେ ପାକିସ୍ତାନ ପ୍ରଥମେ ଆଫାଗାନିସ୍ତାନ ମାଟିରେ ବୋମାମାଡ଼ କରିବା ପରେ ଜବାବରେ ଆଫଗାନିସ୍ତାନ ସେନା ଅକ୍ଟୋବର ୧୧ ​​ତାରିଖରେ ବହୁ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ଏହାପରେ ଉଭୟ ପକ୍ଷରୁ  ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ଏକାଧିକ ଲୋକଙ୍କର ଜୀବନ ଯାଇଛି। ତାଲିବାନ ଅଧିକାରୀମାନେ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରୁଥିବା ବେଳେ, ପାକିସ୍ତାନୀ ସେନା କହୁଛି ଯେ ଏହାର ୨୩ ଜଣ କର୍ମଚାରୀଙ୍କୁ ହରାଇଛି। ତେବେ ୨୦୦ ରୁ ଅଧିକ ତାଲିବାନ ଏବଂ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ନିପାତ କରିଛି ବୋଲି ପାକିସ୍ତାନ ଦାବି କରିଛି।  

ଆଜି ସକାଳେ, ଉତ୍ତର ୱାଜିରିସ୍ତାନରେ ପାକିସ୍ତାନ ସେନା ଶିବିର ଉପରେ 'ସମନ୍ୱିତ ଆତ୍ମଘାତୀ ଆକ୍ରମଣ' କରାଯାଇଥିଲା। ଏଥିରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଏବଂ ୧୩ ଜଣ ଆହତ ହୋଇଥିବା ସ୍ଥାନୀୟ ସୁରକ୍ଷା ଅଧିକାରୀମାନେ କହିଛନ୍ତି।