ବାଲିଯାତ୍ରା ୨୦୨୫
LIVE TV

Bihar Exit Poll: ଆକ୍ସିସ୍ ମାଇ ଇଣ୍ଡିଆ ସର୍ଭେରେ ବିହାରରେ NDA ସରକାର, ଜାଣନ୍ତୁ କାହାକୁ ମିଳୁଛି କେତେ ସିଟ୍

NEWS7
city-is-under-the-influence-of-cold-waves-and-thick-fog-across-the-state

ନୂଆଦିଲ୍ଲୀ: ବିହାରରେ ଶେଷ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ଶେଷ ହେବା ପରେ ଲୋକଙ୍କ ନଜର ଏବେ ଶୁକ୍ରବାର ହେବାକୁ ଥିବା ଭୋଟ ଗଣତି ଉପରେ ରହିଛି । ଏହାରି ଭିତରେ ଅନେକ ନ୍ୟୁଜ୍ ଚ୍ୟାନେଲ୍ ଓ ସର୍ଭେ ଏଜେନ୍ସି ଏକଜିଟ୍ ପୋଲ୍ ଜାରି କରିଛନ୍ତି । ଏବେ ସୁଦ୍ଧା ସାମନାକୁ ଆସିଥିବା ଅଧିକାଂଶ ପୋଲ୍ସରେ ବିହାରରେ ପୁଣି ଥରେ ନୀତୀଶ କୁମାରଙ୍କ ସରକାର ଗଠନ ହେଉଥିବା ଅନୁମାନ କରାଯାଉଛି । ବୁଧବାର ଆକ୍ସିସ୍ ମାଇ ଇଣ୍ଡିଆ ବିହାରକୁ ନେଇ ଏକଜିଟ୍ ପୋଲ୍ ଜାରି କରିଛି । ଆକ୍ସିସ୍ ମାଇ ଇଣ୍ଡିଆ ଏହି ପୋଲ୍ ୨୪୩ ବିଧାନସଭାରେ କରିଛି । ତାଙ୍କର ସମ୍ପାଲ୍ ସାଇଜ୍ ପ୍ରାୟ ୪୨ ହଜାର ।

ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଏନଡିଏକୁ ୧୨୧ରୁ ୧୪୧ ମଧ୍ୟରେ ସିଟ୍ ମିଳିପାରେ । ସେହିପରି ମହାମେଣ୍ଟକୁ ୯୮ରୁ ୧୧୮ ଆସନ ମିଳିବା ଅନୁମାନ କରାଯାଇଛି । ଅନ୍ୟପଟେ ଜନ ସୁରାଜକୁ ୦-୨, ଏଆଇଏମଆଇଏମକୁ ୦-୫ ଓ ଅନ୍ୟାନ୍ୟଙ୍କୁ ୧ରୁ ୫ ଆସନ ମିଳିବା ଅନୁମାନ କରାଯାଉଛି ।

ଆକ୍ସିସ୍ ମାଇ ଇଣ୍ଡିଆ ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ୪୩ ପ୍ରତିଶତ ଓ ମହାମେଣ୍ଟକୁ ୪୧ ପ୍ରତିଶତ ଭୋଟ୍ ମିଳିବା ଅନୁମାନ କରିଛି । ସର୍ଭେ ଏଜେନ୍ସି ଅନୁସାରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜକୁ ଚାରି ପ୍ରତିଶତ ଭୋଟ ମିଳିପାରେ । ଅନ୍ୟପଟେ ୧୨ ପ୍ରତିଶତ ଭୋଟ ଅନ୍ୟଙ୍କୁ ଯାଇପାରେ ।ବିହାରରେ ୨୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୬ ଏବଂ ୧୧ରେ ଭୋଟିଂ ହୋଇଥିଲା । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ । ବିହାର ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୧୨୨ । ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪.୬୬ ପ୍ରତିଶତ ଭୋଟ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ରେକର୍ଡ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି ।