ଏତେ ବଡ଼ ଦୁର୍ଘଟଣାରୁ ନିଜେ ବର୍ତ୍ତିଗଲେ, କିନ୍ତୁ ଭାଇ ଚାଲିଯିବା ଖବର ଏବେବି ଜାଣିନି ଭଉଣୀ

NEWS7
chris-gayle-comes-forward-in-support-of-pakistan-tweet-goes-viral

ରାଉରକେଲା ୩୦।୧: ଡର ତ ଲାଗୁଥିଲା, ଭଗବାନଙ୍କୁ ଡାକି ବସିଥିଲୁ... ଏମିତି କହିଛନ୍ତି ରାଉରକେଲା ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ । ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାଉରକେଲା ବିମାନ ଟ୍ରାଜେଡିର ଶେଷ ଯାତ୍ରୀ ।

ଗତ ୧୦ ତାରିଖରେ ରାଉରକେଲା କଂସର ଗାଁରେ ଘଟିଥିଲା ଏଭଳି ବିମାନ ଦୁର୍ଘଟଣା । ବିମାନରେ ଥିଲେ ପାଇଲଟ୍, କୋ-ପାଇଲଟ୍ ସହ ୪ ଜଣ ଯାତ୍ରୀ । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାପର ଦିନ ଅର୍ଥାତ ୧୧ ତାରିଖ ଦିନ ଯାତ୍ରୀ ସୁନିଲ ଅଗ୍ରୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ରାଉରକେଲାରେ ପାଇଲଟ୍, କୋ-ପାଇଲଟ୍‌ଙ୍କ ସହ ଦୁଇ ଜଣ ଯାତ୍ରୀ ଚିକିତ୍ସିତ ହେଉଥିଲେ । ପୂର୍ବରୁ ପାଇଲଟ୍‌ଙ୍କ ସହ କୋ-ପାଇଲଟ୍ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶୁକ୍ରବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶେଷ ଯାତ୍ରୀ ।

କିନ୍ତୁ ତାଙ୍କ ଭାଇ ସୁଶାନ୍ତ ବିଶ୍ୱାଳଙ୍କ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ଘଟିଛି । ହେଲେ ଏକଥା ଜାଣିନାହାନ୍ତି ଭଉଣୀ ଅନିତା । ଅନିତା କହିଛନ୍ତି, ଆଜି ମୁଁ ସୁସ୍ଥ ହୋଇ ଘରକୁ ଫେରୁଛି । ଉଦ୍ଧାର କରିଥିବା ଗାଁ ଲୋକେ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ଅନିତା । ଡର ତ ଲାଗୁଥିଲା କିନ୍ତୁ ଭଗବାନ ବଞ୍ଚାଇ ଦେଇଛନ୍ତି । ଆଉ ମୋ ଭାଇ ସୁଶାନ୍ତଙ୍କୁ ତୁରନ୍ତ ଭଲ କରିଦିଅନ୍ତୁ । ହେଲେ ଭାଇ ସୁଶାନ୍ତ ଆଉ ନାହାନ୍ତି ବୋଲି ଭଉଣୀ ଅନିତା ଜାଣି ନାହାନ୍ତି ।