indiGo Net profit tumbles: ଯାତ୍ରୀଙ୍କୁ କନ୍ଦାଇଥିବା ଇଣ୍ଡିଗୋ ଏବେ ନିଜେ କାନ୍ଦୁଛି: ବିମାନ ସମସ୍ୟା ଯୋଗୁ ଏୟାରଲାଇନ୍‌କୁ ବଡ଼ କ୍ଷତି ହୋଇଛି

NEWS7
choreographer-geeta-kapoor-secretly-married

ନୂଆଦିଲ୍ଲୀ: ଗତବର୍ଷ ଇଣ୍ଡିଗୋ ବିମାନ କମ୍ପାନୀର ହୋଇଥିବା ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ହୁଏତ ଆପଣ ବି ଏହି ସମସ୍ୟା ଭୋଗିଥିବେ। ଇଣ୍ଡିଗୋର ଏଭଳି ପରିଚାଳନାଗତ ତ୍ରୁଟି ଯୋଗୁ କେବଳ ଯାତ୍ରୀ ଯେ ସମସ୍ୟା ଭୋଗିଛନ୍ତି ତାହା ନୁହେଁ, ଏୟାରଲାଇନ୍ସକୁ ମଧ୍ୟ ବଡ଼ ଧରଣର କ୍ଷତି ହୋଇଛି। କମ୍ପାନୀ ଏହାର ଡିସେମ୍ବର ତ୍ରୟମାସିକ ରିପୋର୍ଟ ଜାରି କରିବା ପରେ କମ୍ପାନୀର କ୍ଷତି ଜଣାପଡ଼ିଛି।

ଲାଭରେ ବଡ଼ ହ୍ରାସ

ଇଣ୍ଡିଗୋର ମୂଳ କମ୍ପାନୀ, ଇଣ୍ଟରଗ୍ଲୋବ ଆଭିଏସନ୍ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ବର୍ଷର ସମାନ ତ୍ରୈମାସିକରେ, କମ୍ପାନୀ ₹୨,୪୪୯ କୋଟିର ଏକ ବଡ଼ ଲାଭ କରିଥିଲା। କିନ୍ତୁ ଏଥର ଏହା ମାତ୍ର ₹୫୫୦ କୋଟିକୁ ଖସି ଆସିଛି। ଅର୍ଥାତ ଲାଭରେ ସିଧା ୭୮% ହ୍ରାସ ହୋଇଛି।

କମ୍ପାନୀର କହିବା ଅନୁସାରେ, ଏହା ପଛରେ ତିନୋଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ, ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ ହେବା ଫଳରେ କମ୍ପାନୀକୁ ପ୍ରାୟ ₹୯୬୯ କୋଟି କ୍ଷତି ସହିବାକୁ ପଡିଥିଲା। ଦ୍ୱିତୀୟତଃ, ଡିସେମ୍ବର ଆରମ୍ଭରେ ଏୟାରଲାଇନର କାର୍ଯ୍ୟ ପରିଚାଳନା ସଙ୍କଟ ଏବଂ ବିମାନ ବାତିଲ ହେବା ଫଳରେ ₹୫୭୭ କୋଟି କ୍ଷତି ହୋଇଥିଲା। ଏବଂ ତୃତୀୟତଃ, ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ମଧ୍ୟ କମ୍ପାନୀ ଉପରେ ଚାପ ପକାଇଥିଲା ବୋଲି ଇଣ୍ଡିଗୋ କହିଛି।

ରେଭିନ୍ୟୁରେ ବୃଦ୍ଧି

ଲାଭ ହ୍ରାସ ପାଇଥିଲେ ମଧ୍ୟ, ବିମାନ କମ୍ପାନୀର ରାଜସ୍ୱ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ରାଜସ୍ୱ ୬% ବୃଦ୍ଧି ପାଇଛି। ଯଦି ଶ୍ରମ ଆଇନ ଏବଂ ପରିଚାଳନାଗତ ଅସୁବିଧାର ଅତିରିକ୍ତ ବୋଝ ନଥାନ୍ତା, ତେବେ ଏହାର ଲାଭ ପ୍ରକୃତରେ ₹୩,୦୦୦ କୋଟି ଅତିକ୍ରମ କରିଥାନ୍ତା।

ଆଶ୍ଚର୍ଯ୍ୟଜନକ ଭାବରେ, ଅନେକ ଅଭିଯୋଗ ଏବଂ ବାତିଲ ସତ୍ତ୍ୱେ, ଏହି ତ୍ରୈମାସିକରେ ଇଣ୍ଡିଗୋ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୨.୮% ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋଟ ୩୧.୯ ମିଲିଅନ ଲୋକ ଇଣ୍ଡିଗୋରେ ଯାତ୍ରା କରିଛନ୍ତି। ତଥାପି, ପ୍ରତି ସିଟ୍ ପାଇଁ ଆୟରେ ସାମାନ୍ୟ ହ୍ରାସ ଘଟିଛି।