ମାଲକାନଗିରିରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ସେପଟେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

NEWS7
chinese-fighter-jet-crash-taiwan-claims-to-fall-in-missile-attack

ମାଲକାନଗିରି ୧୧।୧୨: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା । ଗୁରୁବାର ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା । ଏମ୍‌ ୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଛି ।

ସେପଟେ ମାଲକାନଗିରିରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ତାଙ୍କ ସହ ଅଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଛନ୍ତି । ଏମ୍ଭି ୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ଅବସ୍ଥାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ । ବୈଠକରେ ଉପସ୍ଥିତ ଥିଲେ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ADG ସଞ୍ଜୀବ ପଣ୍ଡା ଡିଆଇଜି କନୱର ବିଶାଲ ସିଂ ଓ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।

ରାଜ୍ୟ ସରକାର ଘଟଣାକୁ ଗୁରୁତର ଭାବେ ନେଇ ଶାନ୍ତି ପ୍ରତିଷ୍ଠା ଲାଗି ଅଧିକ ପୋଲିସ ମୁତୟନ କରିଥିବା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ପୁଣି ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ଗୁରୁବାର ଅପରାହ୍ନ ୧୨ଟାରୁ ରାତି ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ବର୍ତ୍ତମାନ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।