ଖେଳୁଥିବା ବେଳେ ବୋରଓ୍ବେଲ୍‌ରେ ପଡ଼ି ଦେଢ଼ ବର୍ଷ ଶିଶୁ କନ୍ୟାର ମୃତ୍ୟୁ

NEWS7
china-sarakar-tathya-luchauchi

ପୁରୀ ୧୩।୨: ଖେଳୁଥିବା ବେଳେ ବୋରଓ୍ବେଲ୍‌ରେ ପଡ଼ି ଦେଢ଼ ବର୍ଷ ଶିଶୁ କନ୍ୟାର ମୃତ୍ୟୁ । ପୁରୀ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଶିଶୁକନ୍ୟା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁକନ୍ୟା । ଚିକିତ୍ସା ପାଇଁ ଶିଶୁକନ୍ୟାକୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ମେଡିକାଲରେ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ସୂଚନା ଅନୁଯାୟୀ, ଶିଶୁକନ୍ୟା ଜଣକ ତାଙ୍କ ମାମୁଁ ଘର ରାୟବାହାଦୁର ଲେନ୍‌କୁ ବୁଲିବାକୁ ଆସିଥିଲେ । ଶୁକ୍ରବାର ମଧ୍ୟାହ୍ନ ସମୟରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ମେଡିକାଲରେ ଚାଲିଥିବା କୋଠା କାମ ପାଇଁ ଖୋଳା ଯାଇଥିବା ବୋର୍ ଓ୍ବେଲ୍ ଭିତରେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତି ଥିବା ଲୋକମାନେ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ ଶିଶୁକନ୍ୟାର ମାମୁଁଙ୍କ ଅଭିଯୋଗ ଅନୁଯାୟୀ ମେଡିକାଲ କୋଠା ନିର୍ମାଣ କରୁଥିବା ଶ୍ରମିକ ମାନଙ୍କୁ ସେ ବାରମ୍ବାର ବୋର୍ ଓ୍ବେଲ୍କୁ ପୋତିବା ପାଇଁ କହିଥିଲେ । କିନ୍ତୁ କୋଠା ନିର୍ମାଣ ଦାୟିତ୍ବରେ ଥିବା ବ୍ୟକ୍ତିମାନେ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ତାଙ୍କ ଦେଢ ବର୍ଷର ଶିଶୁକନ୍ୟାର ପ୍ରାଣ ଚାଲି ଯାଇଛି ବୋଲି ଅଭିଯୋଗ ହୋଇଛି । କୁମ୍ଭାରପଡ଼ା ଥାନା ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।