ଜରଉ ଘାଟିରେ ଓଲଟିଲା ଅଟୋ, ଡ୍ରାଇଭର ସହ ୧୭ ଆହତ

NEWS7
china-is-trying-to-interfere-in-the-us-presidential-election-said-nsa

ମୋହନା ୧୯।୧: ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଭାରସାମ୍ୟ ହରାଇ ଇଲେକ୍ଟ୍ରି ପୋଲରେ ପିଟିହେଲା ଅଟୋ । ଫଳରେ ଅଟୋ ଡ଼୍ରାଇଭର ସହ ୧୭ ଆହତ । ସମସ୍ତ ଆହତଙ୍କୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

ଗଞ୍ଜାମ ଜିଲ୍ଲା ଗୌଡ଼ଗୁଠ ତୁଆହୁରୁ ଗାଁରୁ ଅଭିଭାବକ ମାନେ କିଛି ଛାତ୍ରଙ୍କୁ ନେଇ ବଡ଼ଗଡ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଚଳାଇଛି ।