ଉତ୍ତର ଭାରତରେ ପ୍ରବଳ କୁହୁଡି : ଦେଖାଯାଉନି କିଛି, ୫୦୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ

NEWS7
china-adamant-on-not-retreating-from-gogra-and-depsang-said-india-should-be-happy-as-much-as-it-got

ନୂଆଦିଲ୍ଲୀ, ୨୩/୧୨: ସାରା ଦେଶରେ ଶୀତ ଲହରୀ । ଭାରତର ଉତ୍ତର ଭାଗରେ ପ୍ରବଳ ଶୀତ ସହ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କୁହୁଡି ସହ ବିଷାକ୍ତ ସ୍ମଗ୍ କାରଣରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବାରଣାସୀରୁ ଦିଲ୍ଲୀ ଯାଏଁ ପାଗ କୋହଲା ସହ କୁହୁଡି ବଳୟରେ ରହିଛି । କିଛି କିଛି ଜାଗାରେ ଭିଜିବିଲିଟି ଶୂନ ରହିଛି । ଅର୍ଥାତ କିଛି ଦେଖାଯାଉ ନାହିଁ ।

ସୋମବାର ସୂର୍ଯ୍ୟାସ୍ତ ପରେ ବାରଣାସୀ ବିମାନ ବନ୍ଦରରେ ଭିଜିବିଲିଟି ହ୍ରାସ ପାଇଥିଲା । ଏହା ଶୂନ ହୋଇଯାଇଥିବା ସ୍ଥାନୀୟ ପାଣିପାଗ ବିଭାଗ କହିଛି । ଫଳରେ ବିମାନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି ।

ଦିଲ୍ଲୀରେ ଚିନ୍ତାଜନକ ସ୍ଥିତି

ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଅଧିକ ସଙ୍ଗୀନ ରହିଛି । ଶାନ୍ତିପଥ ଏବଂ ନୀତି ମାର୍ଗ ପାଖାପାଖି ବିଷାକ୍ତ ସ୍ମଗର ମୋଟା ଆସ୍ତରଣ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଅନୁସାରେ, ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୮୪ ରହିଛି । ଯାହା ଅତି ଖରାପ ଶ୍ରେଣୀର ଅନ୍ତର୍ଭୁକ୍ତ ।

୫୦୦ରୁ ଅଧିକ ବିମାନ ପ୍ରଭାବିତ

ଖାରପ ପାଣିପାଗ ଏବଂ କମ୍ ଦୃଶ୍ୟତାର ସିଧାସଳଖ ପ୍ରଭାବ ଦିଲ୍ଲୀ ବିମାନବନ୍ଦରରେ ପଡିଛି । ସୋମବାର ୫୦୦ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଥିଲେ । ସେହିପରି ୧୪ଟି ବିମାନକୁ ରବ୍ଦ କରିଦିଆଯାଇଛି । ଏଥିରେ ଅନେକ ଅନ୍ତରାଷ୍ଟ୍ରୀୟ ବିମାନ ମଧ୍ୟ ରହିଛି ।