Live Live
LIVE

ବନ୍ଦ ଘରେ ସ୍ୱାମୀର ମୃତଦେହ, ୪ ଦିନ ଧରି ଜଗିଛି ସ୍ତ୍ରୀ

NEWS7
chin-returned-90-percent-solders-form-ladakh-border-due-to-cold

ରାଉରକେଲା ୧୦।୦୩ : ସିଡ଼ି ଉପରେ ପଡ଼ିଥିଲା ମୃତଦେହ । ଧାର ଧାର ହୋଇ ବୋହି ଯାଇଥିବା ରକ୍ତ ଶୁଖି ଯାଇଥିଲା । ମୃତଦେହ ପଚିବା ଆରମ୍ଭ କରିଥିଲା । ଦୁର୍ଗନ୍ଧରେ ନାକ ଫାଟୁଥିଲା । ସ୍ୱାମୀଙ୍କ ମୃତଦେହ ସହ ୪ଦିନ ହେଲା ବନ୍ଦ ଘରେ ରହିଥିଲେ ସ୍ତ୍ରୀ । ରାଉରକେଲା ଝିରପାଣି ଥାନା ଜଗଦା ଅଞ୍ଚଳରେ ସୋମବାର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ଖବର ଅନୁଯାୟୀ, ମୃତକ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଅବସରପ୍ରାପ୍ତ ପ୍ରଫେସର ରଜନୀକାନ୍ତ ଛୋଟରାୟ । ସ୍ତ୍ରୀ ଅନୁପମା ଛୋଟରାୟଙ୍କ ମାନସିକ ସ୍ଥିତି ଠିକ୍ ନାହିଁ। ରଜନୀକାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଆଲୋଡ଼ନ ଖେଳାଇଥିବା ବେଳେ ପୁଲିସ୍ ତଦନ୍ତ ଜାରି ରହିଛି। ପୋଲିସ୍ ସୂଚନା ଅନୁଯାୟୀ, ରାଜନୀକାନ୍ତ ଏନ୍ଆଇଟିର କମ୍ପ୍ୟୁଟର ସାଇନ୍ସ ବିଭାଗରେ ପ୍ରଫେସର ଥିଲେ। ଦୁଇ ପୁଅ ଏବଂ ଝିଅ ବାହାରେ ରୁହନ୍ତି । ଅବସର ପରେ ଜଗଦାରେ ଏକ ଘର (ନଂ. ଜେଇ/୯୪) କିଣି ସ୍ତ୍ରୀ ନିରୁପମାଙ୍କ ସହ ରହୁଥିଲେ। ରବିବାର ସନ୍ଧ୍ୟାରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ସକାଳେ ଦୁର୍ଗନ୍ଧ ଉତ୍କଟ ହେବାରୁ ସେମାନେ ଝିରପାଣି ଥାନାକୁ ସୂଚନା ଦେଇଥିଲେ। ପୋଲିସ୍ ପହଞ୍ଚି ଘର ଭିତରକୁ ଯାଇ ଯାଞ୍ଚ କରିବା ବେଳେ ଉପର ମହଲାର ସିଡ଼ି ପାଖରେ ରାଜନୀକାନ୍ତଙ୍କ ଗଳିତ ମୃତଦେହ ପଡ଼ିଥିଲା। ମୁଣ୍ଡରେ କ୍ଷତ ଚିହ୍ନ ଥିଲା । ସ୍ତ୍ରୀ ନିରୁପମା ଭଲ ଭାବେ କଥା ହେଉନାହାନ୍ତି। କେତେବେଳେ କ’ଣ କହୁଛନ୍ତି ନିଜେ ଜାଣିପାରୁନାହାନ୍ତି। ତେଣୁ ରଜନୀକାନ୍ତଙ୍କ ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ପୋଲିସ୍ ମୃତଦେହ ଜବତ କରିଛି। ପୁଅମାନେ ଆସିବା ପରେ ମୃତଦେହ ଉଠିବ।