ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହିଁବାରୁ, ମାରିଦେଲେ ସାଥୀ ମାଓବାଦୀ !

NEWS7
chin-is-worried-about-indian-action

କନ୍ଧମାଳ ୨୫।୨: ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହିଁବାରୁ ସାଥୀ ମାଓବାଦୀ ମାନେ ମାରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା ପକାରୀ ଜଙ୍ଗଲରେ । ସୂଚନାଯୋଗ୍ୟ ଯେ, ଓଡ଼ିଶା କ୍ୟାଡ଼ର ଟପ୍ ମାଓନେତା ଅନ୍ୱେଶ, କେକେବିଏନ୍ ଗ୍ରୁପ୍ର ଏରିଆ ପାର୍ଟି କମାଣ୍ଡର ଭାବେ କାମ କରୁଥିଲା । ଅନ୍ଵେଶ୍ ଓ ତାର ସହଯୋଗୀ ୧୨ ଜଣ ମାଓବାଦୀ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲେ । କିନ୍ତୁ ଓଡ଼ିଶା ପୋଲିସର ମୋଷ୍ଟ ୱାଣ୍ଟେଡ ମାଓନେତା ସୁକ୍ରୁ ଓ ସାଥୀ ମାନେ, ପୋଲିସ ନିକଟରେ ଆତ୍ମସମର୍ପଣ ନ କରିବାକୁ କହିଥିଲେ । ଯେଉଁଥିରୁ ସୁକ୍ରୁ ଓ ଅନ୍ୱେଶ୍ ଭିତରେ ଝଗଡ଼ା ହୋଇଥିଲା । ଶେଷରେ, ଦାରିଙ୍ଗିବାଡି ଥାନା ପକାରି ଜଙ୍ଗଲରେ, ଅନ୍ଵେଶ୍‌କୁ ମାରି ଗାତ କରି ପୋତିଦେଲେ ସାଥୀ ମାଓବାଦୀ ମାନେ ।

ଏ ଖବର ବି ପଢ଼ନ୍ତୁ:- ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଏହି ଘଟଣା ଜଣାପଡିବା ପରେ, ବାଲିଗୁଡା ଏସ୍‌ଡିପିଓ ଆଇପିଏସ୍ ଶୁଭମ୍ ଭୋସଲେଙ୍କ ନେତୃତ୍ୱରେ, ଦୁଇ ପ୍ଲାଟୁନ ଫୋର୍ସ ଜଙ୍ଗଲ ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିବା ସହ ଫୋରେନ୍ସିକ ଲ୍ୟାବ୍ ଟେଷ୍ଟ ପାଇଁ ବ୍ରହ୍ମପୁର ପଠାଇଥିବା କନ୍ଧମାଳ ଏସ୍‌ପି ହରିଶ୍ ବିଶି ସୂଚନା ଦେଇଛନ୍ତି । ମୃତ ମାଓନେତା ଅନ୍ଵେଶ୍‌କୁ ଘର ଛତିଶଗଡ଼ ସୁକୁମା ଅଞ୍ଚଳରେ ବୋଲି ଜଣାପଡିଛି । ଏଥିସହ, ଓଡ଼ିଶା ସରକାର ଅନ୍ଵେଶ୍ ପାଇଁ ୨୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କନ୍ଧମାଳ ଏସ୍ପି । କନ୍ଧମାଳ ଜିଲ୍ଲାରେ ୧୦୭ ଜଣ ମାଓବାଦୀ ସକ୍ରିୟ ଥିଲେ ବର୍ତ୍ତମାନ ୩୦ ଜଣ ଅଛନ୍ତି । ପୋଲିସ ପ୍ରତ୍ୟେକ ଜଙ୍ଗଲ ପୋଷ୍ଟ ଲଗାଇଛି ଯେଉଁମାନେ ସରେଣ୍ଡର କରିବାକୁ ଚାହିଁବେ କନ୍ଧମାଳ ପୋଲିସକୁ ଯୋଗାଯୋଗ କରି ପାରିବେ ବୋଲି ଏସ୍ପି କହିଛନ୍ତି । ଶୁକ୍ରୁ ବର୍ତ୍ତମାନ ଦାରିଙ୍ଗବାଡ଼ି, ରାଇକିଆ ଥାନା ଅଞ୍ଚଳରେ ରହିଛି ପୋଲିସ ପକ୍ଷରୁ ତାକୁ ଟ୍ରାକ୍ କରାଯାଉଛି ବୋଲି କହିଛନ୍ତି ।