LIVE TV

ଆସନ୍ତା ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ, ଉପସ୍ଥିତ ରହି ବିଶାଳ ସମାବେଶ କରିବେ ମୁଖ୍ୟମନ୍ତ୍ରୀ

NEWS7
child-wrote-letter-to-his-dead-father

ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ନୂଆପଡ଼ା ରଣ ଜିତିବାକୁ ପ୍ରମୁଖ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ଖବର ଆସିଛି । ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ଆସନ୍ତା ୧୬ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ । ସେଥିପାଇଁ ୧୬ ତାରିଖରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ । ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେହିଦିନ ଦୁଇ ହଜାରରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୁଜିତ କୁମାର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ରହିଛି

ସୂଚନାଯୋଗ୍ୟ ଯେ, ସୋମବାର ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଆସନ୍ତା ୨୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ ସେପଟେ ନୂଆପଡ଼ା ରଣ ଜିତିବାକୁ ପ୍ରମୁଖ ୩ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ପ୍ରଚାରକୁ ଓହ୍ଲାଇଥିବା ବେଳେ ମିଶ୍ରଣ ପର୍ବ କରି ବଳ ବଢ଼ାଇବାରେ ଲାଗିଛି କଂଗ୍ରେସ ନୂଆପଡ଼ା ଖୁଣ୍ଟିଆ ଭବନରେ ନୂଆପଡ଼ା ଏନଏସିର ୫୦ରୁ ଅଧିକ ନେତା କର୍ମୀ ବିଜେଡି ଓ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ଖୋଦ୍‌ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ହୋଇଥିଲା ମିଶ୍ରଣ ପର୍ବ ଏହି ନେତା କର୍ମୀଙ୍କ ଯୋଗଦାନ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ଶକ୍ତି ବୃଦ୍ଧି କରିବ ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି କହିଥିଲେ ସେପଟେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ପଦ୍ମ କ୍ୟାମ୍ପକୁ ଯିବା ପରେ ଏବେ ପ୍ରାର୍ଥୀ ଖୋଜିବାକୁ ନୂଆପଡ଼ାରେ ଡେରା ପକାଇଛି ବିଜେଡି ଟିମ୍ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏହି  ଟିମ୍‌ ସୋମବାର ଖରିଆର ରୋଡ୍‌ ଠାରେ ଏକ ବୈଠକ କରି ପଞ୍ଚାୟତସ୍ତରର ନେତା ଓ କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି ମାନସ ମନ୍ଥନ ପରେ ପ୍ରତି ପଞ୍ଚାୟତ ଓ ଦୁଇଟି ପୌର ପରିଷଦର କର୍ମୀଙ୍କ ସହ ଆଲୋଚନା କରିବା ସହ ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବା  ପରେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ବୋଲି କହିଥିଲେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା ସେହିଭଳି ଜୟ ଢ଼ୋଲକିଆଙ୍କୁ ନୂଆପଡ଼ାରେ  ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ଫାଇନାଲ ହୋଇଥିଲେ ମଧ୍ୟ କେବଳ ସଂସଦୀୟ ବୋର୍ଡ଼ ମୋହରକୁ ଅପେକ୍ଷା କରାଯାଇଛି ନୂଆପଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରମୁଖ ତିନି ରାଜନୈତିକ ଦଳ ବିଜେପି-ବିଜେଡି ଓ କଂଗ୍ରେସ ନିଜ ନିଜ ଷ୍ଟ୍ରାଟେଜିରେ ଆଗକୁ ବଢ଼ୁଛନ୍ତି ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନକୁ ସାମ୍ନା କରୁଛି ଏମିତିରେ ନୂଆପଡ଼ା ଦଖଲ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି ମଣ୍ଡଳ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ, ସାଂସଦ ପ୍ରତି ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ ମନ୍ତ୍ରୀଙ୍କ ଅଧୀନରେ ରହିବ ୬ ରୁ ୮ ପଞ୍ଚାୟତ ପ୍ରତି ପଞ୍ଚାୟତ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ବ ଏମିତିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ାରେ ମାରାଥନ  ପ୍ରଚାରକୁ ଓହ୍ଲାଇବାକୁ ପ୍ଲାନ୍‌ ପ୍ରସ୍ତୁତ ହୋଇଛି ବିଜେଡି ମଧ୍ୟ ନିଜ ଗଡ଼ ରକ୍ଷା ପାଇଁ ପ୍ରସ୍ତୁତ କରିଛି ଯୋଜନା ନୂଆପଡା ଉପରେ ଅଭିଜ୍ଞତା ଥିବା ନେତାଙ୍କୁ ଦଳ ଦେଇଛି ଗୁରୁଦାୟିତ୍ବ ୩ଟି ଭିନ୍ନ ଭିନ୍ନ କମିଟି ଗଠନ କରିଛି ବିଜେଡି ଷ୍ଟିଅରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରି ପଶ୍ଚିମ ଓଡ଼ିଶା ନେତାଙ୍କୁ ମଙ୍ଗ ସମ୍ଭାଳିବାକୁ କୁହାଯାଇଛି ରାଜ୍ୟ ନେତୃତ୍ବ ସହ ସମନ୍ବୟ ରକ୍ଷା କରି ଷ୍ଟିଅରିଂ କମିଟି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ ସେହିପରି ଜୋନାଲ କମିଟି ପଞ୍ଚାୟତ ସହ ମୁନିସିପାଲିଟି ଜଗିବେ ଏହାସହ ଲୋକାଲ ଆକ୍ସନ କମିଟି ମଧ୍ୟ ସ୍ଥାନୀୟ ଆଧାରରେ ରଣନୀତି କରିବାକୁ ଯୋଜନା ରହିଛି ସେପଟେ କଂଗ୍ରେସ ପକ୍ଷରୁ ମଧ୍ୟ   ବୁଥ୍ କମିଟି  ଗଠନ କରାଯାଇଛି ସମସ୍ତ ବିଧାୟକଙ୍କୁ ନୂଆପଡାରେ ଦାୟିତ୍ବ ଦେଇଛି ଦଳ ଜଣେ ବିଧାୟକ ଦୁଇ ଦୁଇଟା ଜୋନର ଦାୟିତ୍ବ ନେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା ଦାୟିତ୍ବରେ ରହିବା ସହ ପ୍ରଚାର ମଙ୍ଗ ଧରିଛନ୍ତି ବିହାର ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତା ନୂଆପଡ଼ାରେ ପ୍ରଚାର ପାଇଁ ଆସିନପାରନ୍ତି ବୋଲି ଅନୁମାନ କରାଯାଉଛି

ସବୁ ଦଳ ନୂଆପଡ଼ା ରଣ ଜିତିବାକୁ ନିଜ ନିଜ ଷ୍ଟ୍ରାଟେଜିରେ ଆଗକୁ ବଢ଼ୁଛନ୍ତି ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ପଡିବ   ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ