LIVE TV

AI ମୋ ଚାକିରି ମଧ୍ୟ ଛଡାଇ ନେଇ ପାରିବ, ଗୁଗଲ ସିଇଓ ସୁନ୍ଦର ପିଚାଇ କଲେ ବଡ଼ ଆଶଂକା

NEWS7
child-smuggling-racket-at-uttar-pradesh-agra

ନୂଆଦିଲ୍ଲୀ: ଏଆଇ ଯୋଗୁ ଚାକିରି ପ୍ରତି ବଢୁଥିବା ବିପଦକୁ ନେଇ ସମସ୍ତଙ୍କ ମନରେ ଭୟର ଆଶଂକା ରହିଛି । ଅନେକ କ୍ଷେତ୍ରରେ ଏଆଇ ଏପରେ ମଣିଷର ସ୍ଥାନ ନେବା ଆରମ୍ଭ କଲାଣି । ଏହାରି ଭିତରେ ଗୁଗଲ ସିଇଓ ସୁନ୍ଦର ପିଚାଇ କୌତୁହଳରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ ଏଆଇ ଏତେ ଆଗକୁ ବଢୁଛି ଯେ ଦିନେ ସିଇଓ ଚାକିରି ମଧ୍ୟ ମେସିନ କରିପାରିବ । ସୁନ୍ଦର ପିଚାଇଙ୍କ ମତରେ ଏଆଇ କେବଳ ଛୋଟ-ମୋଟ କାମ କରିବ ନାହିଁ, ବରଂ ଆଗାମୀ ସମୟରେ କମ୍ପାନିଗୁଡ଼ିକ ପାଇଁ ବଡ଼ ନିଷ୍ପତ୍ତି ମଧ୍ୟ ନେଇପାରେ । ସେ କହିଛନ୍ତି ଯେ କିଛି କାମ ଏପରି ହୋଇଥାଏ, ଯାହା ନିୟମରେ ଚାଲିଥାଏ, ଯେପରିକି ରିପୋର୍ଟ ପଢିବା, ଡାଟା ବୁଝିବା, ପ୍ଲାନ କରିବା ଓ ନିଷ୍ପତ୍ତି ନେବା । ଏହି ସବୁ କାମ ଏଆଇ ପୂର୍ବରୁ ହିଁ ଭଲ ଭାବେ କରିପାରେ ।

ସେ କହିଛନ୍ତି ଯେ ଆଗାମୀ ୧୨ ମାସରେ ଏଆଇ ଏତେ ବିକଶିତ ହୋଇଯିବ ଯେ ସେ ମଣିଷଙ୍କ ପାଇଁ ଅନେକ ଜଟିଳ କାମ ନିଜେ କରିପାରିବ । ଅର୍ଥାତ୍ ଆପଣଙ୍କୁ କେବଳ କହିବାକୁ ହେବ ଓ ଏଆଇ ଆପଣଙ୍କ ପାଇଁ ପୂରା ଟାକ୍ସ କରିଦେବ । ଏବେ ପ୍ରଶ୍ନ ଉଠୁଛି ଯେ କ'ଣ ଏହା ଭଲ କି ଖରାପ ? ପିଚାଇ କହିଛନ୍ତି ଯେ ଏଆଇ ନୂଆ ଚାକିରି ମଧ୍ୟ ସୃଷ୍ଟି କରିବ, କିନ୍ତୁ କିଛି ଚାକିରି ବି ଶେଷ କରିବ । ଏଥିପାଇଁ ଲୋକେ ଯେତେ ଶୀଘ୍ର ଏଆଇକୁ ବୁଝିବେ ଓ ଶିଖିବେ, ସେତେ ଶୀଘ୍ର ସେ ଏହ ନୂଆ ଯୁଗରେ ଆଗକୁ ବଢିପାରିବେ ।

ଗୁଗଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଏଆଇ ଦିନେ ସିଇଓଙ୍କ ଚାକିରି ବି ନେଇପାରେ । ଏହା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ରହିଥିଲେ, କାରଣ ସିଇଓ କମ୍ପାନିର ସବୁଠୁ ବଡ଼ ବସ୍ ହୋଇଥାଏ । କିନ୍ତୁ ପିଚାଇଙ୍କ ମତରେ ଏଆଇ ଏବେ ଏତେ ବୁଦ୍ଧିମାନ ହୋଇସାରିଛି ଯେ ସେ ବଡ଼ ବଡ଼ ନିଷ୍ପତ୍ତି ଭାବି ବିଚାରି ନେଇପାରିବ ।

ସୁନ୍ଦର ପିଚାଇ କହିଛନ୍ତି ଯେ ଆଗାମୀ ଏକ ବର୍ଷରେ ଏଆଇ ‘ଏଜେଣ୍ଟ’ ପାଲଟି ଯିବେ । ଅର୍ଥାତ୍ ଏପରି ଏକ ସିଷ୍ଟମ ଯାହା କେବଳ ଜବାବ ଦେବ ନାହିଁ ବରଂ ଆପଣଙ୍କ ପାଇଁ ପୂରା କାମ ନିଜେ କରି ଦେବ । ଯେପରି ନିଜେ ଇମେଲ୍ ଲେଖିବା, ମିଟିଂ ସିଡ୍ୟୁଲ୍ କରିବା, କମ୍ପାନି ପାଇଁ ପୂରା ପ୍ଲାନ କରିବା, ବଡ଼ ନିଷ୍ପତ୍ତି ନେବା, ଏହି ସବୁ କାମ ଏକ ସିଇଓ କରିଥାଏ । ଏଆଇ ଏବେ ଏହି ଦିଗରେ ଆଗକୁ ବଢୁଛି ବୋଲି ସେ କହିଛନ୍ତି ।