ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁ ବଢୁଛି ତୈଳ ଦର, ଖସିଲା ସେୟାର ମୂଲ୍ୟ, ଡଲାର ମଜଭୁତ

NEWS7
child-dead-in-cracker-explosion-in-nilgiri-of-balesore

ଲଣ୍ଡନ ୨।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଖାପାଖି ସପ୍ତାହେ ଲାଗିବ। ଏଣୁ ସୋମବାର ବିଶ୍ୱ ତୈଳ ମୂଲ୍ୟରେ ବୃଦ୍ଧି ଦେଖାଦେଇଥିବା ବେଳେ ଡଲାର ମଜଭୁତ ହୋଇଛି ଓ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଣୁ ବିଶ୍ୱ ଆର୍ଥିକ ସୁଧାରରେ ବାଧା ସୃଷ୍ଟି ହେବା ଓ ସମ୍ଭବତଃ ମୁଦ୍ରାସ୍ଫୀତି ପୁଣି ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବ୍ରେଣ୍ଟ କୃଡ ଦରରେ ସୋମବାର ୧୦% ପର୍ୟ୍ୟନ୍ତ ବୃଦ୍ଧି ଦେଖାଯାଇଛି। ଫଳରେ ବ୍ୟାରଲ ପିଛା ମୂଲ୍ୟ ୭୯.୯୦ ଡଲାରକୁ ଛୁଇଁଛି। ସେହିପରି ଆମେରିକୀ କୃଡ ଅୟେଲରେ ୮.୨% ବୃଦ୍ଧି ହୋଇଥିବା ବେଳେ ଏହାର ବ୍ୟାରଲ ପିଛା ମୂଲ୍ୟ ୭୨.୬୪ ଡଲାରରେ କାରବାର କରୁଛି।

ଅନ୍ୟପଟେ ସୁରକ୍ଷିତ ନିବେଶ ମନେ କରାଯାଉଥିବା ସୁନା ଦର ୨.୬% ବୃଦ୍ଧି ହୋଇଥିବା ବେଳେ ପ୍ରତି ଆଉନ୍ସ ଦର ୫,୪୧୩ ଡଲାରରେ କାରବାର ହେଉଛି। ସୋମବାର ଇସ୍ରାଏଲ ତେହେରାନକୁ ଟାର୍ଗେଟ୍ କରି ନୂଆ ଏୟାରଷ୍ଟ୍ରାଇକ୍ କରିଥିବା ବେଳେ ଲେବାନନରେ ଇରାନ ସମର୍ଥିତ ହିଜବୁଲ୍ଲାହ ଆତଙ୍କବାଦୀଙ୍କ ମୁକାବିଲା ନିମନ୍ତେ ସାମରିକ ଅଭିଯାନକୁ ସମ୍ପ୍ରସାରଣ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆମେରିକା-ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ସପ୍ତହେ ପର୍ଯ୍ୟନ୍ତ ଚାଲିପାରେ ବୋଲି ସଂକେତ ଦେଇଛନ୍ତି।

ଇରାନ ସରକାରୀ ଗଣମାଧ୍ୟମ ଦେଶର ମଧ୍ୟଭାଗରୁ ଶତ୍ରୁଙ୍କ ଆଡ୍ଡା ଉପରେ ଏକ ନୂଆ ମିଜାଇଲ ଆକ୍ରମଣ ଆରମ୍ଭ କରାଯାଇଥିବାର ସୂଚନା ଦେଇଛି। ତେବେ ଏହି ସାମରିକ ଉତ୍ତେଜନା ମଧ୍ୟରେ ସମସ୍ତଙ୍କ ନଜର ଏବେ ଷ୍ଟ୍ରେଟ୍ ଅଫ ହରମୁଜ ଉପରେ ରହିଛି। ଏହି ସାମୁଦ୍ରିକ ଜଳମାର୍ଗ ଦେଇ ବିଶ୍ୱ ତୈଳ ବ୍ୟବସାୟର ପାଞ୍ଚ ଭାଗ ଓ ତରଳିକୃତ ପ୍ରାକୃତିକ ଗ୍ୟାସ୍ ର ୨୦% ପରିବହନ ହୋଇଥାଏ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ତାହା ହେଉଛି ଷ୍ଟ୍ରେଟ୍ ଅଫ ହରମୁଜକୁ ଏପର୍ଯ୍ୟନ୍ତ ଅବରୋଧ କରାଯାଇ ନାହିଁ। ହେଲେ ବି ଷ୍ଟ୍ରେଟ୍ ର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ତୈଳବାହୀ ଜାହଜ ଛିଡା ହୋଇ ରହିଥିବାର ଦେଖା ଯାଉଛି।

ଯଦି ଏହି ଜଳ ମାର୍ଗ ଦେଇ ଯାତାୟାତ ଦିନଟିଏ ବି ବାଧିତ ହୁଏ ତେବେ ବିଶ୍ୱ ତୈଳ ବଜାରରେ ଅଚାନକ ଦରବୃଦ୍ଧି ପରିସ୍ଥିତି ଉପୁଜିପାରେ। ଏଣୁ ତୈଳ ଦର ବୃଦ୍ଧି ହେଲେ ବୈଶ୍ୱିକ ସ୍ତରରେ ମୁଦ୍ରାସ୍ଫୀତିର ଚାପ ପୁଣି ବଢିବାର ବିପଦ ଦେଖା ଦେଇପାରେ। ଓପେକ୍ ପ୍ଲସ ରବିବାର ଏପ୍ରିଲ ମାସ ପାଇଁ ଦୈନିକ ୨ଲକ୍ଷ ୬ ହଜାର ବ୍ୟାରଲ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଉତ୍ପାଦନର ଏକ ବଡ଼ ଅଂଶ ଟ୍ୟାଙ୍କର ମାଧ୍ୟମରେ ମଧ୍ୟପ୍ରାଚ୍ୟରୁ ବାହାରକୁ ପଠାଯିବ। ଏଣୁ ଷ୍ଟ୍ରେଟ ଅଫ ହରମୁଜ ମୁକ୍ତ ରହିବା ଏକାନ୍ତ ଆବଶ୍ୟକ।

ଇରାନ ଯୁଦ୍ଧର ପ୍ରଭାବ ସୋମବାର ବୈଶ୍ୱିକ ସେୟାର ବଜାରରେ ଦେଖାଯାଇଛି। ୟୁରୋପର ଷ୍ଟକ୍ସ ୬୦୦ ସୂଚକାଙ୍କ ୧.୭% ହ୍ରାସ ହୋଇଛି। ଏସିୟା ପ୍ରଶାନ୍ତ କ୍ଷେତ୍ର (ଜାପାନ କୁ ବାଦ ଦେଇ)ରେ ୧.୮% ହ୍ରାସ ହୋଇଛି। ସେହିପରି ଆମେରିକା ଏସ ଆଣ୍ଡ ପି ୫୦୦ରେ ୧.୫% ହ୍ରାସ ଦେଖାଯାଇଛି। ଆର୍ଥିକ ବିକାଶ ଉପରେ ପଡିବାକୁ ଥିବା ପ୍ରଭାବ ଦୃଷ୍ଟିରୁ ୟୁରୋପର ଆର୍ଥିକ ବିକାଶ ୩.୬% ପର୍ଯ୍ୟନ୍ତ ହ୍ରାସ ହୋଇଛି। ୟୁରୋପ ଏୟାରଲାଇନ୍ସ କମ୍ପାନୀଙ୍କ ସେୟାର ମୂଲ୍ୟରେ ୫% ହ୍ରାସ ରେକର୍ଡ ହୋଇଛି। ଅନ୍ୟପଟେ ମୁଦ୍ରା ବଜାରରେ ୟୁରୋ ଓ ପାଉଣ୍ଡ ମୂଲ୍ୟରେ ୧% ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।

ଏହି ସମୟରେ ଡଲାରକୁ ସବୁଠୁ ଅଧିକ ଲାଭ ମିଳିଛି। ଏପରିକି ସ୍ୱିସ୍ ବ୍ୟାଙ୍କ ଓ ଜାପାନର ୟେନ ଭଳି ସୁରକ୍ଷିତ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ବଢିଛି। ବଣ୍ଡ ବଜାରରେ ୧୦ ବର୍ଷିଆ ଟ୍ରେଜରୀ ଇଲ୍ଡ ରେ ମାମୁଲି ବୃଦ୍ଧି ହୋଇଛି। ବଜାରର ଏବେକା ଅନୁମାନ ଅନୁସାରେ ଜୁନରେ ସୁଧହାର ୫୦% ପର୍ଯ୍ୟନ୍ତ କୋହଳ ହୋଇପାରେ। ଏଣୁ ଚଳିତବର୍ଷ ପାଖାପାଖି ୫୮ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହୋଇପାରେ।