LIVE TV

‘ସମାଜରେ ଅନୁଶାସନ, ସେବା ଓ ରାଷ୍ଟ୍ର ଭାବନାକୁ ବଢାଇଛି’, RSSକୁ ନେଇ ପିଏମ୍ ମୋଦୀଙ୍କ ପୋଷ୍ଟ

NEWS7
chief-secretary-and-secretary5t-visit-kalahandi-district

​​​​​​​ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ୧୦୦ତମ ପ୍ରତିଷ୍ଠା ଦିବସରେ ସଂଘର ଐତିହାସିକ ଯାତ୍ରା ଓ ରାଷ୍ଟ୍ରନିର୍ମାଣରେ ଏହାର ଯୋଗଦାନ ଉପରେ ନିଜର ମତ ସେୟାର କରିଛନ୍ତି । ପିଏମ୍ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଆଜି ଠାରୁ ୧୦୦ ବର୍ଷ ପୂର୍ବେ ବିଜୟାଦଶମୀ ଦିନରେ ସମାଜର ସେବା ଓ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ହୋଇଥିଲା । ଏହି କାଳଖଣ୍ଡ ମଧ୍ୟରେ ଅସଂଖ୍ୟ ସ୍ୱୟଂସେବକ ଏହି ସଂକଳ୍ପକୁ ବାସ୍ତବ କରିବା ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । ଏହାକୁ ନେଇ ମୁଁ ମୋର ବିଚାରକୁ ଶବ୍ଦରେ ପ୍ରକାଶ ପାଇଁ ପ୍ରୟାସ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ବ୍ଲଗ୍ ପୋଷ୍ଟରେ ଲେଖିଛନ୍ତି, ୧୦୦ ବର୍ଷ ପୂର୍ବେ ବିଜୟାଦଶମୀର ମହାପର୍ବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ହୋଇଥିଲା । ଏହା ହଜାର ହଜାର ବର୍ଷରୁ ଚାଲି ଆସୁଥିବା ସେହି ପରମ୍ପରାର ପୁନଃସ୍ଥାପନା ଥିଲା, ଯେଉଁଥିରେ ରାଷ୍ଟ୍ର ଚେତନା ସମୟ-ସମୟରେ ସେହି ଯୁଗର ଆହ୍ୱାନର ସାମନା କରିବା ପାଇଁ ନୂଆ ନୂଆ ଅବତାରରେ ପ୍ରକଟ ହୋଇଥାଏ । ଏହି ଯୁଗରେ ସଂଘ ସେହି ଅନାଦି ରାଷ୍ଟ୍ର ଚେତନାର ପୁଣ୍ୟ ଅବତାର ଅଟେ । ଏହା ଆମ ପିଢିର ସ୍ୱୟଂସେବକଙ୍କ ସୌଭାଗ୍ୟ ଯେ ଆମେ ସଂଘର ଶତାବ୍ଦୀ ବର୍ଷ ପରି ମହାନ ସୁଯୋଗକୁ ଦେଖିପାରିଛୁ ।

ସେ କହିଛନ୍ତି, "ମୁଁ ଏହି ଅବସରରେ ରାଷ୍ଟ୍ରସେବାର ସଂକଳ୍ପକୁ ସମର୍ପିତ କୋଟି-କୋଟି ସ୍ୱୟଂସେବକଙ୍କୁ ଶୁଭକାମନା ଜଣାଉଛି । ମୁଁ ସଂଘର ପ୍ରତିଷ୍ଠାତା, ଆମ ସମସ୍ତଙ୍କ ଆଦର୍ଶ, ପରମ ପୂଜ୍ୟ ଡାକ୍ଟର ହେଡଗେୱାରଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସଂଘର ୧୦୦ ବର୍ଷର ଏହି ଗୌରବମୟ ଯାତ୍ରାର ସ୍ମୃତିରେ ଭାରତ ସରକାର ସ୍ୱତନ୍ତ୍ର ଡାକ ଟିକଟ ଓ ମୁଦ୍ରା ଜାରି କରିଛନ୍ତି ।" ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଯେପରି ଭାବେ ବିଶାଳ ନଦୀର କୂଳରେ ମାନବ ସଭ୍ୟତା ଗଢି ଉଠେ, ସେହିପରି ସଂଘର କୂଳରେ ବି ଶହ ଶହ ଜୀବନ ପୁଷ୍ପିତ-ପଲ୍ଲବିତ ହୋଇଛନ୍ତି । ଗୋଟିଏ ନଦୀ ଯେଉଁ ରାସ୍ତା ଦେଇ ବୋହିଥାଏ, ସେହି କ୍ଷେତ୍ରକୁ ନିଜ ପାଣିରେ ସମୃଦ୍ଧ କରିଥାଏ, ସେହିପରି ସଂଘ ଏହି ଦେଶର ପ୍ରତ୍ୟେକ କ୍ଷେତ୍ର, ସମାନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି । ଯେପରି ଗୋଟିଏ ନଦୀ ଅନେକ ଧାରାରେ ନିଜକୁ ପ୍ରକଟ କରିଥାଏ, ସଂଘର ଯାତ୍ରା ଠିକ୍ ସେମିତି ।"  

ସଂଘର ଅଲଗା-ଅଲଗା ସଂଗଠନ ମଧ୍ୟ ସବୁ ପକ୍ଷ ସହ ଯୋଡ଼ି ହୋଇ ରାଷ୍ଟ୍ର ସେବା କରୁଛନ୍ତି । ଶିକ୍ଷା, କୃଷି, ସମାଜ କଲ୍ୟାଣ, ଆଦିବାସୀ କଲ୍ୟାଣ, ମହିଳା ସଶକ୍ତିକରଣ, ସମାଜ ଜୀବନର ଏପରି ଅନେକ କ୍ଷେତ୍ରରେ ସଂଘର ନିରନ୍ତର କାର୍ଯ୍ୟ କରନ୍ତି । ବିବିଧ କ୍ଷେତ୍ରରେ କାମ କରୁଥିବା ସବୁ ସଂଗଠନର ଉଦ୍ଦେଶ୍ୟ ଏକ, ଭାବନା ଏକ...ରାଷ୍ଟ୍ର ପ୍ରଥମ । ନିଜର ସ୍ଥାପନା ପରଠୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ର ନିର୍ମାଣର ବିରାଟ ଉଦ୍ଦେଶ୍ୟକୁ ନେଇ ଚାଲିଛି । ଏହି ଉଦ୍ଦେଶ୍ୟ ପୂରଣ ପାଇଁ ସଂଘ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ରାସ୍ତ ଚୟନ କରିଛି ଓ ଏହାରୁ ଚଲାଇବା ପାଇଁ ଯେଉଁ କାର୍ଯ୍ୟପଦ୍ଧତି ଚୟନ କରାଯାଇଥିଲା, ତାହା ଥିଲା ନିତ୍ୟ-ନିୟମିତ ଚାଲୁଥିବା ଶାଖା । ସଂଘ ଶାଖା ମୈଦାନ, ଏପରି ଏକ ପ୍ରେରଣା ଭୂମି, ଯେଉଁଠାରୁ ସ୍ୱୟଂସେବକଙ୍କ ଅହମ୍ ସେ ବୟଂର ଯାତ୍ରା ଆରମ୍ଭ ହୋଇଥାଏ । ସଂଘାର ଶାଖା...ବ୍ୟକ୍ତି ନିର୍ମାଣର ଯଜ୍ଞବେଦୀ ।

ନିଜର ୧୦୦ ବର୍ଷର ଯାତ୍ରା ମଧ୍ୟରେ, ସଂଘ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଆତ୍ମ-ଚେତନା ଏବଂ ଆତ୍ମସମ୍ମାନ ଜାଗ୍ରତ କରିଛି । ସଂଘ ଦେଶର ଦୁର୍ଗମ ଏବଂ କଷ୍ଟକର ଅଞ୍ଚଳରେ ମଧ୍ୟ କାର୍ଯ୍ୟ କରିଛି । ଦଶନ୍ଧି ଧରି, ସଂଘ ଏହାର କର୍ତ୍ତବ୍ୟ ପାଳନ କରି ଆଦିବାସୀ ପରମ୍ପରା, ପ୍ରଥା ଏବଂ ମୂଲ୍ୟବୋଧର ସଂରକ୍ଷଣରେ ଯୋଗଦାନ ଦେଇଛି । ଆଜି, ସେବା ଭାରତୀ, ବିଦ୍ୟା ଭାରତୀ, ଏକଲ ବିଦ୍ୟାଳୟ ଏବଂ ବନବାସୀ କଲ୍ୟାଣ ଆଶ୍ରମ ଆଦିବାସୀ ସମାଜ ପାଇଁ ସଶକ୍ତିକରଣର ସ୍ତମ୍ଭ ଭାବରେ ଉଭା ହୋଇଛି।