ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଧାନମଣ୍ଡି ସମସ୍ୟାକୁ ନେଇ ଜୋରଦାର ହଙ୍ଗାମା

NEWS7
chhatish-garh-cm-meet-priyanka-vadra-at-10-janpath

ଭୁବନେଶ୍ୱର ୧୮/୦୨: ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଙ୍ଗାମା । ଧାନ ରଖି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ହଙ୍ଗାମା କରିଥିଲେ ବିରୋଧୀ । ବିଶେଷ କରି ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଥିଲେ ।

​​​​​​​

ଏମିତିକି ନାରାବାଜୀ ସହ ଗୃହରେ ଧାନ ରଖି ବିରୋଧୀ ମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ପ୍ରତିବାଦ ଜଣାଇଲେ ବିରୋଧୀ ଦଳ । ଫଳରେ ଏମିତି ହୋଇଥିଲା ସ୍ଥିତି ମୁଲତବୀ କରିଥିଲେ ବାଚସ୍ପତି ।

also read...

ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି, ECI ଜାରି କଲେ ନୋଟିଫିକେସନ