ନାବାଳକକୁ ଚଣ୍ଟି ଚିପି ହତ୍ୟା ଘଟଣା, ପଡୋଶୀ ଘର ମହିଳା ଗିରଫ, ଗୁଣି ଗାରେଡ଼ି ଅନ୍ଧବିଶ୍ବାସ ପାଇଁ ନାରକୀୟ କାଣ୍ଡ

NEWS7
check-out-full-list-of-players-bought-by-the-8-teams

ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତରାପୁର ଗ୍ରାମରେ ନାବାଳକକୁ ତଣ୍ଟି ଚିପି ହତ୍ୟା ଘଟଣାରେ ପଡୋଶୀ ଘର ମହିଳାକୁ ଗିରଫ କଲା ପୋଲିସ l ଗୁଣି ଗାରେଡ଼ି ସନ୍ଦେହରେ ନିଜର ପ୍ରତିଶୋଧ ନେବା ପାଇଁ ପଡୋଶୀ ମହିଳା ଜଣଙ୍କ ନାବାଳକକୁ ତଣ୍ଟି ଚିପି ବାରିପଟେ ଫିଙ୍ଗି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ l

ସୂଚନା ଅନୁସାରେ ପଡୋଶୀ ମହିଳା ଜଣଙ୍କ ୧୦ ବର୍ଷ ହେଲା ହରିୟାଣା ବିବାହ କରି ରହୁଥିଲେ l ଗତ ବର୍ଷ ତାଙ୍କର ନଅ ବର୍ଷର ପୁଅର ହରିୟାଣାରେ ଆକ୍ସମାକ ମୃତ୍ୟୁ ହୋଇଥିଲା l ସେ ଗୁଣି ଗାରେଡ଼ି କରି ତାଙ୍କର ପୁଅକୁ ପଡୋଶୀ ଲୋକେ ମାରିଥିବା ସନ୍ଦେହରେ ପ୍ରତିଶୋଧ ପରାୟଣ ହୋଇଥିଲେ l ଗତ ଏକମାସ ହେଲା ପ୍ରତିଶୋଧ ନେବା ପାଇଁ ପଡୋଶୀ ମହିଳା ଜଣଙ୍କ ହରିୟାଣାରୁ ସାମନ୍ତରାପୁର ମାଆ ଘରକୁ ଆସି ରହିଥିଲେ l

ତେବେ ନାବାଳକ ଜଣଙ୍କ ଦାଣ୍ଡ ଘରେ ଖେଳୁଥିବା ସମୟରେ କେହି ନ ଥିବାର ସୁଯୋଗ ନେଇ ନାବାଳକକୁ ନିଜ ଘରକୁ ଡ଼ାକି ନେଇ ତଣ୍ଟି ଚିପି ହତ୍ୟା କରିବା ସହ ଘର ବାରି ପଟେ ଫିଙ୍ଗି ଦେଇଥିଲେ l ପରିବାର ଲୋକେ ଅଭିଯୋଗ କରିବା ପରେ କବିସୂର୍ଯ୍ୟନଗର ପୋଲିସ ଘଟଣାର ପହଞ୍ଚି ତଦନ୍ତ କରିଥିଲାl ଘଟଣା ରେ ପଡୋଶୀ ଘର ମହିଳା ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l