‘ଡ୍ରାଏ ଷ୍ଟେଟ୍’ରେ ଭାସିଲା ମଦ, ବିବାହ ବାର୍ଷିକୀ ସେଲିବ୍ରେସନରେ ପୋଲିସର ରେଡ୍; ୪୩ ଗିରଫ

NEWS7
chardham-yatra-live-streaming-cancelled-by-uttarakhand-govt

ନୂଆଦିଲ୍ଲୀ: ଚାଲିଥିଲା ବିବାହ ବାର୍ଷିକୀ ସେଲିବ୍ରେସନ୍, ଧସେଇ ପଶିଲା ପୋଲିସ ଟିମ୍ । ଡ୍ରାଏ ଷ୍ଟେଟ୍ରେ ସବୁଠାରୁ ବଡ଼ ଚଢ଼ାଉ । ୨ କୋଟି ଟଙ୍କା ନଗଦ ଏବଂ ୮୧ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୪୩ ପୁଣୁଷଙ୍କୁ ପୋଲିସ ଗିରଫ କରିଥିବା ବେଳେ ୩୮ ଜଣ ମହିଳାଙ୍କୁ ଅଟକ ରଖିଛି । ଏହି ଘଟଣା ଗୁରୁବାର ଗୁଜରାଟର ଅହମ୍ମଦାବାଦରେ ଘଟିଛି । ଏକ ଘରୋଇ ଆପାର୍ଟମେଣ୍ଟରେ ବାବିହ ବାର୍ଷିକୀ ଉତ୍ସବ ପାଳନ ସମୟରେ ଶତାଧିକ ଲୋକ ମଦ୍ୟପାନ କରୁଥିବାର ଖବର ପାଇ ରେଡ୍ କରିଥିଲା ପୋଲିସ ।

ଏହି ଚଢ଼ାଉ ସମୟରେ ପୋଲିସ ମଦ ବୋତଲ, ହୁକା, କାର ଏବଂ ମୋବାଇଲ୍ ଫୋନ୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨.୩ କୋଟି ଟଙ୍କା ହେବ । ଗୁଜରାଟରେ ମଦ ତିଆରି, ବିକ୍ରି ଏବଂ ସେବନ ଉପରେ ପ୍ରତିବନ୍ଧକ ରହିଛି । ଗୁଜରାଟ ଏକ ଡ୍ରାଏ ଷ୍ଟେଟ୍ । କିନ୍ତୁ ସେଠାରେ ଏତେ ପରିମାଣରେ ମଦ କେଉଁଠୁ ଆସୁଛି ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

ଅହମ୍ମଦାବାଦ (ଗ୍ରାମୀଣ) ଏସପି ଓମ ପ୍ରକାଶ ଜାଟ୍ କହିଛନ୍ତ, ୪୩ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ୩୮ ଜଣ ମହିଳାଙ୍କୁ ଅଟକ ରଖାଯାଇଛି । କିନ୍ତୁ ସେମାନଙ୍କୁ ପରେ ଛାଡ଼ି ଦିଆଯାଇଛି । ପୋଲିସ ଆଇନ୍ ଅନୁଯାୟୀ ମାମଲା ରୁଜୁ କରିଛି । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ପିଟିଆଇ ରିପୋର୍ଟ ଅନୁସାରେ, ଅହମ୍ମଦାବାଦ ଉପକଣ୍ଠରେ ସାନନ୍ଦ ନିକଟସ୍ଥ ସଫଲ ନିର୍ବାଣ ଗ୍ରୀନ୍ସର ଏକ ଘରୋଇ ଭିଲା, ଯେଉଁଠାରେ ଉତ୍ସବ ପାଳନ କରାଯାଉଥିଲା, ମଧ୍ୟରାତ୍ରି ପରେ ସେଠାରେ ଚଢାଉ କରିଥିଲା ପୋଲିସ ।

ଏହି ପାର୍ଟି ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ୨୫ତମ ବିବାହ ବାର୍ଷିକୀ ପାଳନ ପାଇଁ କରିଥିଲେ । ପୋଲିସ କହିଛି ଯେ, ଆୟୋଜକ ତାଙ୍କ ବନ୍ଧୁଙ୍କ ମାଲିକାନାରେ ଥିବା ଭିଲାକୁ ପୁରୁଷ ଓ ମହିଳା ସମେତ ନିକଟତମ ବନ୍ଧୁଙ୍କ ଏକ ଗୋଷ୍ଠୀକୁ ନିମନ୍ତ୍ରଣ କରିଥିଲେ। ଅହମ୍ମଦାବାଦ ଗ୍ରାମୀଣ ଏସପି ଜାଟ କହିଛନ୍ତି ଯେ, ଚଢାଉ ସମୟରେ ପୋଲିସ ପ୍ରାୟ ୨.୩ କୋଟି ମୂଲ୍ୟର ସାମଗ୍ରୀ ଜବତ କରିଛି । ଏଥିରେ ୧୫ଟି ମଦ ବୋତଲ, ୧୦ଟି ହୁକା, ୨୨ଟି କାର ଏବଂ ୭୪ଟି ମୋବାଇଲ୍ ଫୋନ୍ ଅନ୍ତର୍ଭୁକ୍ତ।