୧୪ ଖେଳାଳି ଓ ଷ୍ଟାଫ ମୋର ଦାୟିତ୍ଵ, ଖରାପ ଫର୍ମ ପ୍ରଶ୍ନ ଉପରେ ଉତ୍ତର ରଖିଲେ ସୂର୍ଯ୍ୟ

NEWS7
chardham-yatra-2021-partially-allowed-in-uttarakhand-order-cancelled-by-tirath-singh-rawat-government

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ତେବେ ଭାରତ ପାଇଁ ଚିନ୍ତାର କାରଣ ଖୋଦ୍ ଅଧିନାୟକ ସୂର୍ଯ୍ୟକୁମାର ପାଲଟିଛନ୍ତି। ନିଜର ଖରାପ ଫର୍ମକୁ ନେଇ ସମାଲୋଚନାର ଘେରରେ ଅଛନ୍ତି ସୂର୍ଯ୍ୟ। ରୋହିତ ଶର୍ମାଙ୍କଠୁ ଅଧିନାୟକତ୍ଵ ସମ୍ଭାଳିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟର ନିରବ ରହିଛି। ଦିନ ଥିଲା ଟି-୨୦ ମାନ୍ୟତାରେ ଶୀର୍ଷରେ ଥିବା ସୂର୍ଯ୍ୟ ଅଧିନାୟକ ଭାବେ ୩୮ଟି ଟି-୨୦ ମ୍ୟାଚ୍ରେ ୭୪୮ ରନ କରିଛନ୍ତି। ବ୍ୟାଟିଂ ହାର ୨୩.୩୭ ଏବଂ ଷ୍ଟ୍ରାଇକ ରେଟ୍ ୧୫୧.୧୧ ରହିଛି। ସେ ନିଜର ଶେଷ ଅର୍ଦ୍ଧଶତକ ୨୦୨୪ ଅକ୍ଟୋବରରେ ମାରିଥିଲେ। ତା ପରଠୁ ତାଙ୍କ ବ୍ୟାଟରୁ ରନ ସୁଖି ଯାଇଛି।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ନାଗପୁରରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ଏହାର ଅବ୍ୟବେହିତ ପୂର୍ବରୁ ସୂର୍ଯ୍ୟ କହିଛନ୍ତି, ସେ ନିଜ ଖେଳର ପରିଚୟ ସହ ସାଲିସ କରି ପାରିବେ ନାହିଁ। ମୁଁ ଭଲ ବ୍ୟାଟିଂ କରୁଛି ଏବଂ ରନ ନିଶ୍ଚୟ ଆସିବ। ମାତ୍ର ମୁଁ ନିଜ ଖେଳରେ ପରିବର୍ତ୍ତନ କରିବାକୁ ଚାହିଁବି ନାହିଁ।

ସେ ଏହା ମଧ୍ୟ କହିଛନ୍ତି, ମୁଁ ସେହିପରି ବ୍ୟାଟିଂ କରିବାକୁ ହିଁ ଚାହୁଁଛି। ଯଦି ରନ ବାହାରିବ ଭଲ କଥା। ଯଦି ରନ ନ ଆସିବ ତେବେ ପୁଣି ପରିଶ୍ରମ କରିବି। ଅଭ୍ୟାସ କରିବି ଏବଂ ମଜବୁତ ହୋଇ ପ୍ରତ୍ୟାବର୍ତ୍ତନ କରିବି। ସୂର୍ଯ୍ୟକୁମାରଙ୍କ କହିବା କଥା ତାଙ୍କ ବ୍ୟକ୍ତିଗତ ଫର୍ମ ଅପେକ୍ଷା ଦଳର ପ୍ରଦର୍ଶନ ଗୁରୁତ୍ଵ ଅଟେ। ଏହି କାରଣରୁ ସେ ନିଜ ଉପରେ ଅଧିକ ଚାପ ପକାଉ ନାହାନ୍ତି। ଯଦି ଏହା ଟେବୁଲ ଟେନିସ କିମ୍ବା ଲନ ଟେନିସ ପରି ବ୍ୟକ୍ତିଗତ ଖେଳ ହୋଇଥାନ୍ତା, ତେବେ ମୁଁ ଅଧିକ ଚିନ୍ତା କରିଥାନ୍ତି। ମାତ୍ର କ୍ରିକେଟ୍ ଏକ ଦଳଗତ ଖେଳ।

ସେ କହିଛନ୍ତି, ମୋର ପ୍ରଥମ ପ୍ରାଥମିକତା ଏହା ଦେଖିବା ଯେ, ଦଳ କେମିତି ପ୍ରଦର୍ଶନ କରୁଛି। ଯଦି ଟିମ୍ ଜିତୁଛି ତେବେ ମୁଁ ଖୁସି। ଯଦି ମୋର ରନ ଆସୁଛି ତେବେ ବହୁତ ଭଲ। ଯଦି ଆସୁନି ତାହା ବି ଠିକ୍। ମୋତେ ବାକି ୧୪ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ। ମୋତେ ଲିଡର କରାଯାଇଛି। ସମସ୍ତଙ୍କ ଦାୟିତ୍ଵ ମୋ ଉପରେ। ଦଳଗତ କ୍ରୀଡ଼ାରେ ବ୍ୟକ୍ତିଗତ ଉପଲବ୍ଧିର କୌଣସି ସ୍ଥାନ ନାହିଁ। ସମସ୍ତଙ୍କୁ ଆଗକୁ ଆସି ଯୋଗଦାନ ଦେବାକୁ ପଡ଼ିଥାଏ। ଜଣେ ଅନ୍ୟ ଜଣଙ୍କ ସଫଳତାରେ ଖୁସି ହେବା ଉଚିତ୍।

ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଅଧିନାୟକ କାରଣରୁ ତାଙ୍କ ବ୍ୟାଟିଂ ପ୍ରଭାବିତ ହେଉଛି। ସୂର୍ଯ୍ୟକୁମାର ମାନିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ନିଶ୍ଚୟ ଅଛି। ମାତ୍ର ଏହାକୁ ନେଇ ମୁଁ ସକରାତ୍ମକ ରହିଛି। ଏତେ ବଡ଼ ଦଳର ନେତୃତ୍ଵ ନେବେ, ଚାପ ରହିବ ହିଁ। ବିନା ଚାପରେ କିଏ କଣ ଖେଳିଥାଏ। ହଁ ଏହା ସତ୍ୟ ଅଧିନାୟକ ହେବା ପରେ ଫର୍ମ କମିଛି। ମାତ୍ର ଅଧିନାୟକ ହେବା ପରେ ପ୍ରାରମ୍ଭିକ ୭-୮ ଟି-୨୦ ମ୍ୟାଚ୍ରେ ଗୋଟିଏ ଶତକ ଓ କିଛି ଅର୍ଦ୍ଧଶତକ ମଧ୍ୟ ମାରିଛି। ସେ ନେଟ୍ସରେ ଅଭ୍ୟାସ ଚଳାଇଛନ୍ତି ଏବଂ ଶୀଘ୍ର ରନ ଆସିବ।