ମଙ୍ଗଳବାର ରାଶିଫଳ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା, ଯାତ୍ରାରେ ବିପଦ ରହିଛି

NEWS7
chandrayaan-2-launch-called-off-due-to-technical-flaw

ମେଷ- ଆସନ୍ତାକାଲି ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟାର ସମାଧାନ ହେବା ସହ ମନରେ ଆନନ୍ଦ ଭରି ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଜ୍ଞାନ କୌଶଳ ଶିଖିବାକୁ ସୁଯୋଗ ପାଇବେ। ଆପଣଙ୍କୁ କୌଣସି ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ମିଳିପାରେ। ଆର୍ଥିକ ଦିଗଟି ମଜବୁତ୍ ରହିବା ସହ ଦିନଟି ଶାନ୍ତିରେ କଟିବ।

ବୃଷ- ମଙ୍ଗଳବାର କୃଷ୍ଣ ପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ଆପଣଙ୍କ ପାଇଁ ସମୟ ଶୁଭ ନୁହେଁ। ମନରେ ଅମାନ୍ୟ ଅଶାନ୍ତି ଦେଖାଦେବା ସହ କାର୍ଯ୍ୟରେ ବିଫଳତା ମିଳିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଆଦୌ ମନ ଦେଇପାରିବେ ନାହିଁ। କୌଣସି ନୂତନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପରିବାରରେ ସଂଯମତା ରକ୍ଷା କରନ୍ତୁ।

ମିଥୁନ- ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବିଭିନ୍ନ ସୂତ୍ରରୁ ଅର୍ଥ ଲାଭ ହେବାର ଶୁଭ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତାରେ ଭଲ ଫଳାଫଳ ପାଇବେ। ସାମାଜିକ କାର୍ଯ୍ୟରେ ଯୋଗ ଦେଲେ ଆପଣଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

କର୍କଟ- ଆପଣଙ୍କ ପାଇଁ ଘାତ ଚନ୍ଦ୍ର ରହିଛି ତେଣୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରୁହନ୍ତୁ। କୌଣସି କାର୍ଯ୍ୟ ପାଇଁ ଅଧିକ ବ୍ୟୟ ବୃଦ୍ଧି ହେବାର ଆଶଙ୍କା ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ସହ ପରିଶ୍ରମ କରିବା ଆବଶ୍ୟକ। ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ- ଆସନ୍ତାକାଲି ନିଜ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ହେତୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ମନ ଶାନ୍ତ ରହିବା ସହ ସମସ୍ତ ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ଆଶୀର୍ବାଦ ପାଇ ଶିକ୍ଷାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱର ସୂଚନା ମିଳିପାରେ।

କନ୍ୟା- ମଙ୍ଗଳବାର ଆପଣଙ୍କ ପାଇଁ ଦ୍ୱାଦଶ ଚନ୍ଦ୍ର ହେତୁ ଦିନଟି ସାବଧାନତାର ସହ ଅତିବାହିତ କରନ୍ତୁ। କୌଣସି ବିଷୟକୁ ନେଇ ମନରେ ଅଶାନ୍ତି ଓ ଭୟ ରହିବ। ଶିକ୍ଷା କ୍ଷେତ୍ରରେ ଏକାଗ୍ରତାର ଅଭାବ ଦେଖାଦେବ ଯାହା ଫଳରେ ପାଠପଢ଼ାରେ ମନ ଲାଗିବ ନାହିଁ। ଆଜି କୌଣସି ବଡ଼ ଆର୍ଥିକ ନିବେଶ କରିବା ପାଇଁ ଦିନଟି ଆଦୌ ଉପଯୁକ୍ତ ନୁହେଁ।

ତୁଳା- ଆପଣଙ୍କୁ ପରିବାର ଓ ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ। ସନ୍ତାନମାନଙ୍କ ତରଫରୁ କୌଣସି ଶୁଭ ଖବର ପାଇ ମନରେ ଆନନ୍ଦ ଭରି ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧ୍ୟୟନ ପାଇଁ ନୂତନ ସୁଯୋଗ ଓ ପ୍ରେରଣା ପାଇବେ। ଦୂର ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ଆସିବା ସହ ଧନ ପ୍ରାପ୍ତିର ଯୋଗ ଅଛି।

ବିଛା- ଆସନ୍ତାକାଲି କର୍ମକ୍ଷେତ୍ରରେ କିଛି ଅସୁବିଧା ହୋଇପାରେ ଏବଂ ଶରୀରରେ ଆଘାତ ଲାଗିବାର ଭୟ ରହିଛି। ତଥାପି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। ଯାନବାହନ ଚଳାଚଳ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ।

ଧନୁ- ମଙ୍ଗଳବାର ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ କାରଣ ଯାତ୍ରାରେ ବିପଦ ରହିଛି। କୌଣସି ଶୁଭ କାର୍ଯ୍ୟରେ ଧାର୍ମିକ ଯୋଗଦାନ କରି ଆପଣ ଆତ୍ମସନ୍ତୋଷ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ି ଅପେକ୍ଷା ଅନ୍ୟ କାର୍ଯ୍ୟରେ ଅଧିକ ସମୟ ନଷ୍ଟ କରିପାରନ୍ତି। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ।

ମକର- ଆପଣଙ୍କ ପାଇଁ ଘାତବାର ଏବଂ ଅଷ୍ଟମ ଚନ୍ଦ୍ର ରହିଛି ତେଣୁ ବିଶେଷ ସତର୍କ ରୁହନ୍ତୁ। ମାନସିକ ଚିନ୍ତା ଯୋଗୁଁ ବନ୍ଧୁ ହାନି ଓ ଅନିଦ୍ରା ସମସ୍ୟା ଦେଖାଦେଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିବା ସହ ବାଧାବିଘ୍ନର ସମ୍ମୁଖୀନ ହେବେ। କୌଣସି ନୂତନ ଚୁକ୍ତି କିମ୍ବା ନେଣଦେଣ କରନ୍ତୁ ନାହିଁ।

କୁମ୍ଭ- ମଙ୍ଗଳବାର ଆପଣଙ୍କ ପାଇଁ ଏକ ସୁଖଦାୟକ ଦିନ ହେବ। ହଠାତ୍ ଅର୍ଥ ଲାଭ ହେବା ସହ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରେ ସଫଳ ହେବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଆସିବା ସହ ମନ ପ୍ରସନ୍ନ ରହିବ।

ମୀନ- ଆସନ୍ତାକାଲି ଅନାବଶ୍ୟକ କାର୍ଯ୍ୟରେ ଅର୍ଥ ହାନି ହେବାର ଆଶଙ୍କା ରହିଛି। ମନରେ ମାନସିକ ଅସ୍ଥିରତା ଲାଗି ରହିବା ଯୋଗୁଁ କୌଣସି କାମ ଠିକ୍ ସମୟରେ ସମ୍ପନ୍ନ ହୋଇପାରିବ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ସାମାନ୍ୟ ଫଳ ପାଇବେ। ନିଜର ମୂଲ୍ୟବାନ ସାମଗ୍ରୀ ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682