ପୁଣି ଖରାପ ହେଲା ନୂଆଦିଲ୍ଲୀ ଓ ବେଜିଂ ସମ୍ପର୍କ: ଚୀନ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରିକଲା ଭାରତ

NEWS7
central-team-reached-bhubaneswar

ନୂଆଦିଲ୍ଲୀ: Shanghai Airport Incident, ଚୀନକୁ ଯାତ୍ରା କରୁଥିଲେ କିମ୍ବା ଚୀନ ବିମାନ ବନ୍ଦର ଦେଇ ଯାତ୍ରା କରୁଥିଲେ ଟିକେ ସତର୍କ ରହିବାକୁ ଦେଶର ନାଗରିକଙ୍କୁ ଚେତାବାନୀ ଜାରି କଲା ଭାରତ। ଚୀନ ବିମାନ ବନ୍ଦର ଦେଇ ଯାତ୍ରା କରି ଜଣେ ଭାରତୀୟ ମହିଳା ଯାତ୍ରୀ ହନ୍ତସନ୍ତ ହେବା ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of External Affairs/MEA) ଦେଶର ନାଗରିକଙ୍କ ପାଇଁ ସତର୍କତା ଜାରି କରିଛି।

ଏନେଇ ଏମ୍ଇଏ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତିଆମେ ଆଶା କରୁଛୁ ଯେଚୀନ୍ କର୍ତ୍ତୃପକ୍ଷ ନିଶ୍ଚିତ କରନ୍ତୁ ଯେ ଚୀନ୍ ବିମାନବନ୍ଦର ଦେଇ ଯାତାୟାତ କରୁଥିବା ଭାରତୀୟ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରାଯିବ ନାହିଁ, ମନମୁଖୀ ଭାବରେ ଅଟକ ରଖାଯାଇ ନାହିଁ କିମ୍ବା ହଇରାଣ କରାଯିବ ନାହିଁ। ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରା ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକୁ ଚୀନ୍ ପକ୍ଷରୁ ପାଳନ କରାଯିବ। ଏମଇଏ ଭାରତୀୟ ନାଗରିକମାନଙ୍କୁ ଚୀନ୍ ଯାତ୍ରା କରିବା କିମ୍ବା ତାଙ୍କ ଦେଶ ଦେଇ ଯାତାୟାତ କରିବା ସମୟରେ ବିମାନ ବନ୍ଦର କର୍ମଚାରୀଙ୍କୁ ଉପଯୁକ୍ତ ବ୍ୟବହାର କରିବାକୁ ପରାମର୍ଶ ଦେବ।

ନିକଟରେ ଅରୁଣାଚଳ ପ୍ରଦେଶର ଜଣେ ମହିଳା ଜାପାନ ଯାଉଥିବା ସମୟରେ ତାଙ୍କୁ ଚୀନ ବିମାନବନ୍ଦରରେ ହଇରାଣ କରାଯାଇଥିଲା। ଦୀର୍ଘ ୧୮ ଘଣ୍ଟାକାଳ ତାଙ୍କୁ ଅଟକ ରଖାଯାଇଥିଲା। ଯାହାକୁ ନେଇ ଭାରତ ଚୀନ ପାଖରେ ଫେରାଦ ହୋଇଥିଲା। ୟୁକେରେ ରହୁଥିବା ପେମା ୱାଙ୍ଗଜୋମ ଥୋଙ୍ଗଡୋକ ନାମକ ଜଣେ ଅରୁଣାଚଳ ପ୍ରଦେଶର ଜନ୍ମିତ ମହିଳା ଚଳିତ ବର୍ଷ ନଭେମ୍ବର ୨୨ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିଲେ। ସାଂଘାଇ ପୁଡୋଙ୍ଗ ବିମାନବନ୍ଦରରେ ୩ ଘଣ୍ଟା ପାଇଁ ତାଙ୍କର ଲେଓଭର ସମୟ ଥିଲା। ବିମାନ ବନ୍ଦର କର୍ମଚାରୀ ପେମାଙ୍କୁ ନାନା ହଇରାଣ କରିଥିଲେ। ଅରୁଣାଚଳ ପ୍ରଦେଶ ଚୀନର ଅଂଶ, ତୁମେ ଚୀନ ଏୟାରପୋର୍ଟ ଆବେଦନ କର ବୋଲି କହିଥିଲେ। ଏବଂ ତାଙ୍କ ପାସ୍ପୋର୍ଟ ବୈଧ ନୁହେଁ ବୋଲି କହିଥିଲେ। ଦୀର୍ଘ ୧୮ ଘଣ୍ଟା କାଳ ହଇରାଣ ହେବା ପରେ ଚୀନରେ ଥିବା ଭାରତୀୟ ଦୂତାବାସଙ୍କ ହସ୍ତକ୍ଷେପ ପରେ ପେମା ସୁରକ୍ଷିତ ସେଠାରୁ ଯାତ୍ରା କରିଥିଲେ।

ଏକଥାକୁ ଭାରତ ବେଜିଂ ପାଖରେ ଓ ଭାରତରେ ଥିବା ଚୀନ ଦୂତାବାସ ପକ୍ଷରେ ଉଠାଇଥିଲା। ହେଲେ ଚୀନ ହଇରାଣ କରିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଚୀନ ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ବୋଲି କହିବା ସହ ନିଜର ଅଂଶ ବୋଲି ଦାବି କରିଥିଲା। ଏହାପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା। ଚୀନର ଏଭଳି ଆଚରଣ ଦୁଇ ଦେଶର ମୈତ୍ରୀ ସ୍ଥାପନରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲା। ଏହି ଘଟଣାକୁ ନେଇ ଚୀନ ନମାନିବା ପରେ ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ଏଭଳି ସତର୍କ ସୂଚନା ଜାରି କରିଛି।