Live Live
LIVE

ଟି-୨୦ ବିଶ୍ଵକପ୍ ଜିତିବା ପରେ ବିବାହ କରିବେ କୁଲଦୀପ୍ ଯାଦବ, ଏହି ଦିନ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡଙ୍କ ସହ ନେବେ ସାତଫେରା

NEWS7
central-minister-congratulate-biswabhusan-harichandan

ନୂଆଦିଲ୍ଲୀ ୧୧।୦୩; ୨୦୨୬ ଭାରତ ପାଇଁ ବହୁତ ଭଲ ଥିଲା । କାହିଁକି ନା ଭାରତୀୟ କ୍ରିକେଟ ଦଳର T20 ବିଶ୍ୱକପ୍ ବିଜୟ ହୋଇଚି . ଏତିକି ନୁହେଁ ପୁରା ଟିମ୍ ଚତ୍ମକାର ପ୍ରଦର୍ଶନ କରିଥିଲା । କୁଲଦୀପ ଯାଦବ ମଧ୍ୟ ଭାରତୀୟ ଦଳରେ ସାମିଲ ଥିଲେ। ତାଙ୍କୁ କେବଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା। ଏବେ ବିଶ୍ୱ ଚାମ୍ପିଅନ ହେବା ପରେ, କୁଲଦୀପ ଯାଦବ ବଡ ନିଷ୍ପତ୍ତି ନେଇଛନ୍ତି । ବିବାହ କରିବାକୁ ଯାଉଛନ୍ତି। ଗତ ବର୍ଷ, କୁଲଦୀପ ତାଙ୍କ ପିଲାଦିନର ବନ୍ଧୁ ବଂଶିକ ଚଢାଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ ଏହି କପଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ଭାରତର ଷ୍ଟାର ସ୍ପିନର କୁଲଦୀପ ଯାଦବ ମାର୍ଚ୍ଚ ୧୪ ତାରିଖରେ ମସୁରୀରେ ବଂଶିକାଙ୍କୁ ବିବାହ କରିବେ। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ କୁଲଦୀପ ଯାଦବଙ୍କ ପୂର୍ବତନ ପ୍ରଶିକ୍ଷକ କପିଲ ପାଣ୍ଡେ ନିଶ୍ଚିତ କରିଛନ୍ତି ଯେ କୁଲଦୀପ ମାର୍ଚ୍ଚ ୧୪ ତାରିଖରେ ମସୁରୀର ଏକ ରିସର୍ଟରେ ବିବାହ କରିବେ। ହଳଦୀ ସମାରୋହ ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବ, ତା’ପର ଦିନ ଅନ୍ୟାନ୍ୟ ରୀତିନୀତି ପାଳନ କରାଯିବ।

ବିବାହର ତିନି ଦିନ ପରେ ଲକ୍ଷ୍ନୌର ସେଣ୍ଟ୍ରମ ହୋଟେଲରେ ଗ୍ରାଣ୍ଡ ରିସେପସନ୍ ଅନୁଷ୍ଠିତ ହେବ। ଉଲ୍ଲେଖନୀୟ ଯେ ଗତ ବର୍ଷ ଜୁନ ୪ ତାରିଖରେ ସେମାନଙ୍କ ନିର୍ବନ୍ଧ ପରେ, କୁଲଦୀପ ତାଙ୍କ କ୍ରିକେଟ କାର୍ଯ୍ୟସୂଚୀରେ ବ୍ୟସ୍ତ ଥିଲେ, ଯାହା ଫଳରେ ବିବାହ ତାରିଖ ସ୍ଥଗିତ ରଖାଯାଇଥିଲା। କହିବାକୁ ଗଲେ କୁଲଦୀପ ଏବଂ ବଂଶିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି। କୁଲଦୀପ ଏବଂ ବଂଶିକାଙ୍କ ପରିବାର ଉଭୟ କାନପୁରରେ ରୁହନ୍ତି।ଏହା ସହ କୁଲଦୀପ ଯାଦବ ୨୦୨୬ ଟି-୨୦ ବିଶ୍ୱକପରେ କେବଳ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ସେ ତିନି ଓଭରରେ ମାତ୍ର ୧୪ ରନ୍ ଦେଇଥିଲେ ଏବଂ ଗୋଟିଏ ୱିକେଟ୍ ନେଇଥିଲେ।

ଅଧିକ ପଢନ୍ତୁ-ସଞ୍ଜୁଙ୍କ ପାଖରେ ଅମାପ ସମ୍ପତ୍ତି : ଆକାଉଣ୍ଟରେ କୋଟି କୋଟି ଟଙ୍କା, କେରଳରେ ରାଜପ୍ରାସାଦ ଭଳି ଘର