ଆଇନ ମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀପ ରାୟ, ପୃଥ୍ବୀରାଜ କହିଲେ- ଆମ ଘର ସହ ତାଙ୍କର ପାରିବାରିକ ସମ୍ପର୍କ

NEWS7
central-government-issues-show-cause-notice-to-former-chief-secretary-alapan

ଭୁବନେଶ୍ବର ୨୪।୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟ । ରାଜ୍ୟସଭା ଚତୁର୍ଥ ସିଟ୍‌କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ।

ଉଭୟ ନେତାଙ୍କ ଭେଟଘାଟ ନେଇ ଚର୍ଚ୍ଚା ଜୋର ଧରିଛି । ଅଧା ଘଣ୍ଟାରୁ ଅଧିକ ସମୟ ଆଲୋଚନା କରି ବାହାରିଲେ ଦିଲ୍ଲୀପ ରାୟ । ତେବେ ଭେଟଘାଟ ନେଇ ଦିଲ୍ଲୀପ ରାୟ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଗଣମାଧ୍ୟମ ଆଗରେ ଆଇନ ମନ୍ତ୍ରୀ କହିଥିଲେ, ଚତୁର୍ଥ ସିଟ୍ ବିଜେପି ହାତକୁ ଯିବ । ଜିତିବାର ରଣକୌଶଳ ଆମକୁ ଜଣାଅଛି କହିଥିଲେ । ଏହାପରେ ଏହି ଭେଟଘାଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।