ହକି ଇଣ୍ଡିଆ ଲିଗରେ ବେଦାନ୍ତ କଳିଙ୍ଗ ଲାନସର୍ସ ଚାମ୍ପିଅନ, ୩-୨ରେ ରାଞ୍ଚିକୁ ଦେଲା ମାତ୍

NEWS7
central-government-has-taken-step-on-video-viral

ଭୁବନେଶ୍ଵର: ହକି ଇଣ୍ଡିଆ ଲିଗରେ ଚାମ୍ପିଅନ ହୋଇଛି ବେଦାନ୍ତ କଳିଙ୍ଗ ଲାନସର୍ସ। ଟାଇଟଲ୍ ମୁକାବିଲାରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ ବିଜୟ ମୁକୁଟ ପିନ୍ଧିଛି କଳିଙ୍ଗ ଲାନସର୍ସ। 

ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମ୍ୟାଚ ଆରମ୍ଭରୁ ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରାଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ୱାର୍ଟରରେ ପଛକୁ ପଛ ୩ଟି ପେନାଲଟି ସୁଯୋଗରୁ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳ ୨-୧ ରେ ପହଞ୍ଚିଥିଲା।

ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ବ୍ୟାକ ଟୁ ବ୍ୟାକ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚିକୁ ୫ ଟି ପେନାଲଟି ସୁଯୋଗ ମିଳିଥିଲେ ବି ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ଦଳ। ଶେଷରେ ୩-୨ ରେ ଟାଇଟଲ ଜିତିଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ।