Live Live
LIVE

ଯୁଦ୍ଧ ବନ୍ଦ ହେବା ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ମାର୍କେଟ୍‌ରେ ସବୁଜ ସଂକେତ: କମିଲା ଅଶୋଧିତ ତେଲ ମୂଲ୍ୟ, ଉଛୁଳିଲା ଶେୟାର ମାର୍କେଟ୍

NEWS7
cctv-video-of-balipatna-accident

ନୂଆଦିଲ୍ଲୀ:ଇରାନ ସହ ଯୁଦ୍ଧ ଶୀଘ୍ର ବନ୍ଦ ହେବା ନେଇ ଟ୍ରମ୍ପ ଘୋଷଣା ପରେ ମଙ୍ଗଳବାର (୧୦ ମାର୍ଚ୍ଚ) ଷ୍ଟକ୍ ମାର୍କେଟ୍ର ଉନ୍ନତି ପରିଲକ୍ଷିତ ହୋଇଛି। ସକାଳେ ବଜାର ଖୋଲିବା ପରେ ସେନସେକ୍ସ ୭୮,୦୦୦ ରେ କାରବାର କରୁଛି। ଯାହା ପୂର୍ବ ପଏଣ୍ଟ ଠାରୁ ୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି। ନିଫ୍ଟି ମଧ୍ୟ ପ୍ରାୟ ୧୫୦ ପଏଣ୍ଟ ବୃଦ୍ଧି ପାଇ ୨୪,୨୦୦ ରେ କାରବାର କରୁଛି। ଆଜି ବ୍ୟାଙ୍କିଙ୍ଗ୍, ଅଟୋ ଏବଂ ଏଫ୍ଏମ୍ସିଜି ଷ୍ଟକ୍ ସର୍ବାଧିକ ବୃଦ୍ଧି ପାଇଛି।

କେବଳ ସେତିକି ନୁହେଁ, ଅଶୋଧିତ ତୈଳ ଦରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖରେ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ୮୯ ଡଲାରକୁ ହ୍ରାସ ପାଇଛି। ଏସୀୟ ମାର୍କେଟ୍‌ରେ କାରବାର ପ୍ରାରମ୍ଭିକ ସମୟରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୮.୫% ହ୍ରାସ ପାଇ ପ୍ରତି ବ୍ୟାରେଲ ୯୨.୫୦ ଡଲାରକୁ ଖସିଛି। ଗତକାଲି ଏହା ୧୧୫ ଡଲାରରେ ପହଞ୍ଚିଥିଲା। ସେହିପରି ଆମେରିକାର ତୈଳ (WTI) ମଧ୍ୟ ପ୍ରାୟ ୯% ହ୍ରାସ ପାଇ ପ୍ରତି ବ୍ୟାରେଲ ୮୮.୬୦ ଡଲାରରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶୀଘ୍ର ଶେଷ ହେବ ବୋଲି କହିବା ପରେ ତୈଳ ମୂଲ୍ୟରେ ଏହି ହ୍ରାସ ଘଟିଛି।

ଖବର ଲେଖାଯିବା ସୁଦ୍ଧା ଏସୀୟ ବଜାର ବୃଦ୍ଧି

ଦକ୍ଷିଣ କୋରିଆର କୋସ୍ପି ଇଣ୍ଡେକ୍ସ ୫.୧୦ବୃଦ୍ଧି ପାଇ ୫,୫୧୮ରେ କାରବାର କରୁଛି।
ଜାପାନର ନିକ୍କେଇ ୧,୬୭୦ ପଏଣ୍ଟ କିମ୍ବା ୩.୨୦ବୃଦ୍ଧି ପାଇ ୫୪,୩୯୯ରେ କାରବାର କରୁଛି।
ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ ୩୨୫ ପଏଣ୍ଟ କିମ୍ବା ୧.୨୮%ବୃଦ୍ଧି ପାଇ ୨୫,୭୩୧ରେ କାରବାର କରୁଛି।
ଚୀନର ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୧୩.୦୧ପଏଣ୍ଟ କିମ୍ବା ୦.୩୨ହ୍ରାସ ପାଇ ୪,୧୦୯ ରେ କାରବାର କରୁଛି।

ଟ୍ରମ୍ପ କହିଲେ ଶୀଘ୍ର ବନ୍ଦ ହେବ ଯୁଦ୍ଧ

ଅଶୋଧିତ ତୈଳ ମୂଲ୍ୟରେ ଏମିତି ହଠାତ ହ୍ରାସ ଏବଂ ବଜାରରେ ବୃଦ୍ଧି ଡୋନାଲ୍ଡ ଟ୍ରମ୍ପଙ୍କ ସଦ୍ୟତମ ବୟାନକୁ ନେଇ ହୋଇଛି। ସୋମବାର ଟ୍ରମ୍ପ କହିଥିଲେ ଯେ ବର୍ତ୍ତମାନର ଯୁଦ୍ଧ "ଖୁବ ଶୀଘ୍ର" ଶେଷ ହେବ। ଏହି ବୟାନ ପରେ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଘେରି ରହିଥିବା ଅନିଶ୍ଚିତତାକୁ ହ୍ରାସ କରିଛି ଏବଂ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରିଛି। ତଥାପି, ଯୁଦ୍ଧ ଆରମ୍ଭ ହେବା ପୂର୍ବ ମୂଲ୍ୟ ତାଳନାରେ ବର୍ତ୍ତମାନର ମୂଲ୍ୟ ପ୍ରାୟ ୩୦% ଅଧିକ ରହିଛି।

ପଢନ୍ତୁ- ଏଲପିଜି ସିଲିଣ୍ଡର ଅଭାବ; ମୁମ୍ବାଇରେ ୨୦% ହୋଟେଲ ବନ୍ଦ, ବେଙ୍ଗାଲୁରୁରେ ବି ସ୍ଥିତି ସାଂଘାତିକ

ମହଙ୍ଗା ହେଲା ସୁନା-ରୁପା

ଟ୍ରମ୍ପଙ୍କର ବୟାନର ଓଲଟା ଫଳ ଦେଖିବାକୁ ମିଳିଛି ମେଟାଲ ମାର୍କେଟ୍‌ରେ। ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଏମ୍ସିଏକ୍ସ ଫ୍ୟୁଚର୍ସ ବଜାରରେ, ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୧,୫୦୦ ଟଙ୍କା ବୃଦ୍ଧି ପାଇ ୧.୬୨ ଲକ୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ₹୮,୦୦୦ ଟଙ୍କା ବୃଦ୍ଧି ପାଇ ୨.୭୫ ଲକ୍ଷରେ କାରବାର କରୁଛି।