ଆହୁରି କଡ଼ାକଡି ହେବ ଭିଜିଲାନ୍ସ ଚଢାଉ ପ୍ରକ୍ରିୟା, ଦୁର୍ନୀତି ଖୋରଙ୍କ ପାଇଁ ଆଇ ଓପନର ହେଉ

NEWS7
cctv-footage-of-health-worker-negligence-know-details

ଭୁବନେଶ୍ୱର ୨୫/୦୨: ଖଣି ଉପ-ନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର । ଆଇନ ମନ୍ତ୍ରୀ ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ।

ମନ୍ତ୍ରୀ ରୋକ୍‌ଠୋକ୍ ଶୁଣାଇଛନ୍ତି ଦୁର୍ନୀତି ବିରୋଧରେ ଆମ ସରକାରର ଶୂନ୍ୟ ସହନଶୀଳତା ନୀତି ରହିଆସିଛି । ଯିଏ ଦୁର୍ନୀତି କରିବେ ସେ ଅସୁବିଧାରେ ପଡିବେ । ସେଇ ଆଧାରରେ ସରକାର ଆଗେଇ ଚାଲିଛନ୍ତି । ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର ହେଉ, କରପ୍ଟ ପ୍ରାକ୍ଟିସ ବନ୍ଦ ହେଉ । ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ।

ସୂଚନା ଥାଉକି, ଖଣି ଅଧିକାରୀଙ୍କର ଅମାପ ସମ୍ପତ୍ତି । ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଛି ବାବୁଙ୍କ ଘରୁ । ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।