LIVE TV

ନୂଆପଡ଼ା ଉପ-ନିର୍ବାଚନ କସରତ : ବିରୋଧୀଙ୍କୁ ସମାଲୋଚନା କଲେ ବିଜେଡି ବିଧାୟକ

NEWS7
cbi-court-will-record-the-statement-of-bjp-leader-and-accused-on-4-june-over-babri-demolition-case

ଭୁବନେଶ୍ୱର ୧୪/୧୦: ନୂଆପଡା ଉପ ନିର୍ବାଚନ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ନିର୍ବାଚନ ପାଇଁ ବଡ଼ ଷ୍ଟ୍ରାଟେଜି କରିଛି ବିଜେଡି । ବିଜେଡ଼ି ଯେଉଁ ଷ୍ଟାଇଲ ରେ ଲଢ଼ିବ ବିଜେପି ତାହା ପରିକଳ୍ପନା ବି କରିପାରିବ ନାହିଁ । ପ୍ରାଥି ଚୟନକୁ ନେଇ ଦଳରେ କୌଣସି ଅଡୁଆ ନାହିଁ । ଠିକ ସମୟରେ ସଭାପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ।

ଉପକୂଳଠୁ ନେଇ ପଶ୍ଚିମ, ଦକ୍ଷିଣ ଓଡିଶାର ଅନେକ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ସଭାପତି ନିର୍ବାଚନ ପ୍ରଚାରରେ ଯିବେ କି ନାହିଁ ତାହା ତାଙ୍କ ନିଷ୍ପତ୍ତି । ସେ ବିଷୟରେ କର୍ମୀ ହିସାବରେ ଆମେ କହିପାରିବୁ ନାହିଁ । ସେପଟେ ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ କଡା ସମାଲୋଚନା କରିଛନ୍ତି । ପ୍ରତାପଙ୍କ ପରେ ସାରଦା ବି , ପୋଷ୍ୟ ପୁତ୍ରକୁ ନେଇ କଲେ ଆକ୍ଷେପ । ପୋଷା ପୁଅ, ଗୁଞ୍ଜା ରୁଅ ୟାକୁ ବିଶ୍ୱାସ ନୁହଁ ।

ରାଜୁ ଭାଇ ଢୋଲକିଆ ଥିଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା । ତାଙ୍କ ପୁଅ ଦଳ ଛାଡ଼ି ନଥାନ୍ତା । Bjd କାହାକୁ ଦେଖିକି ରାଜନୀତି କରେନି । ୫୧ ରୁ ୫୧ ଆମେ ରହିବୁ ଆଗକୁ ସଂଖ୍ୟା ଆହୁରି ବଢିବ । ଏକଥା ସମୟ ଆସିଲେ ଜାଣିପାରିବେ। ନୂଆପଡ଼ାରେ ବିଜେଡ଼ି ବିଜୟୀ ହେବ ନବୀନ ବାବୁଙ୍କ ନେତୃତ୍ଵରେ । ସବୁ ଦିଗକୁ ଦେଖିକି ପ୍ରାର୍ଥୀ ଚୟନ କରାଯାଉଛି ।