ବାହା ହେବାକୁ ରାଜି ହେଲେନି ବିବାହିତ ମହିଳା, ନାଇଟ୍ କ୍ଲବରେ ଗୁଳି କରିଦେଲା ପାଗଳ ପ୍ରେମିକ

NEWS7
cbi-books-former-maruti-top-executive-jagdish-khattar-in-bank-fraud-case

ନୂଆଦିଲ୍ଲୀ, ୨୬/୧୨: ବିବାହ ପାଇଁ ରାଜି ହେଲେନି ମହିଳା । ଗୁଳି କରି ହତ୍ୟା କରିଦେଲା ଦୁର୍ବୃତ୍ତ । ବିବାହ ପ୍ରସ୍ତାବ ପ୍ରତାଖ୍ୟାନ କରିବାରୁ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି । ଏପରି ଅଘଟଣ ଘଟିଛି ଗୁରଗାଓଁରେ । ସବୁଠାରୁ ବଡ କଥା ହେଉଛି ଯେ ଏକ ନାଇଟ୍ କ୍ଲବରେ ଯୁବତୀଙ୍କ ଉପରେ ଗୁଳି ଚାଳନା ହୋଇଛି ।

ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ନଜାଫଗଡରେ ରହୁଥିବା କଳ୍ପନା ଗୁରୁଗାଓଁର ଏକ ନାଇଟ୍ କ୍ଲବରେ କାମ କରୁଥିଲେ । ସେଠାରେ ତାଙ୍କ ତୁଷାର ନାମକ ଜଣେ ଯୁବକ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ହେଲେ କଳ୍ପନା ନିବେଦନକୁ ଗ୍ରହଣ କରିନଥିଲେ । ସବୁଦିନ ଭଳି ମହିଳାଜଣଙ୍କ କ୍ଲବକୁ ଯାଇଥିଲେ । କିନ୍ତୁ ରାତି ୧ଟାରେ ଗୁଳିମାଡ ହୋଇଥିବା ନେଇ ସ୍ୱାମୀଙ୍କୁ ଖବର ମିଳିଥିଲା ।

ଘଟଣାକୁ ନେଇ କଳ୍ପନାଙ୍କ ସ୍ୱାମୀ କହିଛନ୍ତି ଯେ, ତୁଷାରନାମକ ଜଣେ ବ୍ୟକ୍ତି ମହିଳାଙ୍କ ପ୍ରେମରେ ପଡିଥିଲା । ମାସେ ତଳେ ସେ ଘରକୁ ଆସି ଝଗଡା କରିଥିଲା । ଗତ ୨୦ ତାରିଖ ରାତିରେ ତୁଷାର ପୁଣି ଥରେ କଳ୍ପନାଙ୍କୁ ପ୍ରେମ ନିବେଦନ କରିଥିଲା । ଏହାସହ ବିବାହ କରିବା ପାଇଁ ବାଧ୍ୟ କରିଥିଲା । ହେଲେ କଳ୍ପନା ଏଥିରେ ରାଜି ହୋଇନଥିଲେ । ତେଣୁ ,ସେ ନାଇଟ୍ କ୍ଲବରେ ହିଁ ମହିଳାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା ।

ସେକ୍ଟର ୨୯ ପୋଲିସର କହିବାନୁସାରେ, ଗୁଳିମାଡ ଘଟଣାରେ ତୁଷାରର ସହ ଅନ୍ୟଜଣ ସହଯୋଗୀ ଶୁଭମକୁ ଗିରଫ କରାଯାଇଛି । ଦୀର୍ଘ ୬ ମାସ ହେଲା ତୁଷାର କଳ୍ପନାଙ୍କୁ ପ୍ରେମ କରି ଆସୁଥିଲା । ହେଲେ କଳ୍ପନା ରାଜି ହେଉନଥିଲେ । ତେଣୁ ତୁଷାର ଏପରି କାଣ୍ଡ ଘଟାଇଥିବା ପୋଲିସ କହିଛି ।