ରେକର୍ଡ ବ୍ରେକର ଅଭିଷେକ, ଭାଙ୍ଗିଲେ ରୋହିତ-ସୂର୍ଯ୍ୟଙ୍କ ମାଇଲଷ୍ଟୋନ୍

NEWS7
carona-rourkela

ନାଗପୁର,୨୨|୧:ନାଗପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଜିତିଛି ଭାରତ । ସିରିଜର ପ୍ରଥମ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିଲେ ଅଭିଷେଖ ଶର୍ମା । ଖାଲି ଛକା ଏବଂ ଚଉକାରେ ସେ ଡିଲ୍ କରିଥିଲେ । ମାତ୍ର୨୨ଟି ବଲରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ ।୫୦ରନ୍ କରିବା ପାଇଁ ସେଟି ଛକା ଏବଂଟି ଚଉକାର ସାହାଯ୍ୟ ନେଇଥିଲେ । ଏହାସହ ସେ ପ୍ରଥମ ଖେଳାଳି ଭାବେ୨୫ବା ଏହାଠୁ କମ୍ ମ୍ୟାଚରେଟି ଅର୍ଦ୍ଧଶତକ ଲଗାଇଥିବା ବ୍ୟାଟର ହୋଇପାରିଛନ୍ତି ।

ତେବେ ପୂର୍ବରୁ ୨୫ବା୨୫ରୁ କମ୍ ମୁକାବିଲାରେ ଅଧିକ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ତାଲିକାରେ ଫିଲ୍ ସଲ୍ଟ ଏବଂ ସୂର୍ଯ୍ୟ କୁମାର ଯାଦବ ରହିଥିଲେ । ଉଭୟଟି ଲେଖାଏଁ ହାଫ୍ ସେଞ୍ଚୁରୀ ହାସଲ କରିଛନ୍ତି । ସେହିପରି ଏବିଲ୍ ଲେଓ୍ୱିସ ମଧ୍ୟଟି୫୦ମାରିଛନ୍ତି ।

ତେବେ ଅଭିଷେକ ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ଖେଳାଳି ଭାବେ ସବୁଠୁ କମ୍ ବଲରେ ହାପ୍ ସେଞ୍ଚୁରୀ ଲଗାଇଛନ୍ତି । ସେ୨୨ଟି ବଲରୁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ନାଁରେ ରହିଥିଲା । ଉଭୟ୨୩ଟି ବଲରୁ ଅର୍ଦ୍ଧଶତକ ଲଗାଇଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମ ଟସ୍ ଜିତିଥିଲା ନ୍ୟୁଜିଲାଣ୍ଡ । ତେବେ କିଓ୍ୱି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା । ଓପନର ଅଭିଷେକ ଶର୍ମା ବିସ୍ଫୋରକ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଙ୍କୁ ସିଂ ଦ୍ରୁତ ରନ୍ ହାସଲ କରିଥିଲେ । ଫଳରେ ଭାରତ୨୩୮ରନର ବିଶାଳ ସ୍କୋର କରିଥିଲା । ଜବାବରେ କିଓ୍ୱି ଟିମ୍୧୯୦ରେ ଅଟକି ଯାଇଥିଲା ।