LIVE TV
LIVE TV

‘ରୋହିତ୍ ଯେବେ ଟି-୨୦ ବିଶ୍ୱକପ୍ ଖେଳୁଥିଲେ, ମୁଁ ସ୍କୁଲରେ ଥିଲି’, ରୋ-କୋଙ୍କୁ ଭାରତର ଶକ୍ତି କହିଲେ ବାଭୁମା

NEWS7
car-truck-accident-in-andhrapradesh-5-dead-3-injured

ନୂଆଦିଲ୍ଲୀ: ଦ.ଆଫ୍ରିକା ଅଧିନାୟକ ତେମ୍ୱା ବାଭୁମା ପ୍ରଥମ ଦିନିକିଆରେ ବିରାଟ ଓ ରୋହିତ୍ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ବାଭୁମା ସ୍ୱୀକାର କରିଛନ୍ତି ଯେ ଏହି ଦୁଇ ଅନୁଭବୀ ଖେଳାଳିଙ୍କ ଟିମ୍‌ରେ ରହିବା ଭାରତୀୟ ଟିମ୍‌କୁ ଅଧିକ ମଜଭୁତ କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କ ସାମନାରେ ଖେଳିବା ପ୍ରୋଟିୟାଜ ଟିମ୍ ପାଇଁ କୌଣସି ନୂଆ କଥା ନୁହେଁ ।

ରୋହିତ୍ ଶର୍ମାଙ୍କ ଅଭିଜ୍ଞତା ଉପରେ ଟିପ୍ପଣୀ କରି ସେ ମାଜରେ କହିଛନ୍ତି, ୨୦୦୭ରେ ରୋହିତ୍ ଶର୍ମା ତାଙ୍କର ପ୍ରଥମ ଟି-୨୦ ବିଶ୍ୱକପ୍ ଖେଳିବା ସମୟରେ ସେ ସ୍କୁଲରେ ଥିଲେ । ବାଭୁମା କହିଛନ୍ତି ଯେ ଉଭୟ ଖେଳାଳି ଅଭିଜ୍ଞ ଏବଂ ଦକ୍ଷ, ଯାହା ସିରିଜକୁ ରୋମାଞ୍ଚକର କରିଥାଏ । ବାଭୁମା ରାଞ୍ଚିରେ ପ୍ରଥମ ଏକଦିବସୀୟରେ ୧୭ ରନର ପରାଜୟ ବିଷୟରେ ଅଧିକ ଚିନ୍ତା ପ୍ରକାଶ କରି ନଥିଲେ । ସେ କହିଥିଲେ, "ଆମେ ସେମାନଙ୍କଠାରୁ କେବଳ ୧୭ ରନ ପଛରେ ଥିଲୁ... ଭାରତ ଭଲ ଖେଳିଥିଲା, ସେମାନଙ୍କର ଦୁଇ ବଡ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ଆମେ ବହୁତ ପଛରେ ନଥିଲୁ । ଏହି ପରାଜୟ ଆମକୁ ଅଧିକ ବିଚଳିତ କରି ନାହିଁ ।"

ବାଭୁମା ଟିମର ଅଲରାଉଣ୍ଡର ମାର୍କୋ ଜାନସେନଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ଜାନସେନ ପ୍ରଥମ ଏକଦିବସୀୟ ମ୍ୟାଚରେ ୩୯ ବଲରେ ଦ୍ରୁତ ୭୦ ରନ୍ କରିଥିଲେ । ବାଭୁମା କହିଛନ୍ତି, "ଜଣେ ଅଲରାଉଣ୍ଡର ଭାବରେ, ମୁଁ ଜାଣି ନାହିଁ ମାର୍କୋ ଜାନସେନଙ୍କ ରାଙ୍କିଂ କ'ଣ, କିନ୍ତୁ ମୁଁ ନିଶ୍ଚିତ ଯେ ସେ ଯେକୌଣସି ଫର୍ମାଟରେ ଶ୍ରେଷ୍ଠ ୧୦ ମଧ୍ୟରେ ରହିବେ ।"

ଟେଷ୍ଟ ମ୍ୟାଚ୍ ସଂଖ୍ୟା ବଢାଇବା ଉପରେ ପ୍ରଶ୍ନର ଜବାବରେ ସେ କହିଛନ୍ତି, ନିଷ୍ପତ୍ତି ଖେଳାଳିମାନଙ୍କ ଉପରେ ନୁହେଁ, କ୍ରିକେଟ ଦକ୍ଷିଣ ଆଫ୍ରିକା ଅଧିକାରୀଙ୍କ ଉପରେ ନିର୍ଭର କରେ । ସେ କହିଛନ୍ତି, "ଆମେ ସମସ୍ତେ ଅଧିକ କ୍ରିକେଟ ଖେଳିବାକୁ ଚାହୁଁଛୁ, ବିଶେଷକରି ଶୀର୍ଷ ଦେଶଗୁଡ଼ିକ ବିରୁଦ୍ଧରେ... କିନ୍ତୁ ସିଡ୍ୟୁଲିଂ, ଆଲୋଚନା, ଏସବୁ ସୁଟ୍ ପିନ୍ଧିଥିବା ଲୋକଙ୍କ କାମ।"