ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନୀ ମହିଲା : କହିଲେ -' ମୋ ସ୍ୱାମୀ ଦିଲ୍ଲୀରେ...'

NEWS7
car-durghatana-near-railway-line-in-bolangir

ନୂଆଦିଲ୍ଲୀ, ୦୭ /୧୨: ମୋଦୀଙ୍କୁ ସହାଯ୍ୟ ମାଗିଲେ ଶତ୍ରୁ ଦେଶର ମହିଳା । ଗୁହାରି କଲେ ଏବଂ ନିବେଦନ ଶୁଣିବାକୁ କହିଲେ । ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦିଲ୍ଲୀର ଜଣେ ମହିଳାଙ୍କୁ ଗୋପନୀୟରେ ବିବାହ କରୁଥିବାରୁ ଜଣେ ପାକିସ୍ତାନୀ ମହିଳା ସାହାଯ୍ୟ ପ୍ରାର୍ଥନା କରିଛନ୍ତି । ଏକ ଭିଡିଓ ମେସେଜ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେହୁରା ମଧ୍ୟ ହୋଇଛନ୍ତି ।

ରିପୋର୍ଚ ଅନୁସାରେ, କରାଚିରେ ରୁହନ୍ତି ନିକିତା ନାଗଦେବ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ବିକ୍ରମ ନାଗଦେବ ଇନ୍ଦୋରରେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି । ଦୀର୍ଘକାଳୀନ ଭିସାରେ ସେ ଭାରତରେ ରହୁଛନ୍ତି । ଉଭୟଙ୍କ ମଧ୍ୟରେ ୨୦୨୦ ମସିହା ଜାନୁଆରୀ ୨୬ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ଏହାର ଠିକ୍ ମାସେ ପରେ ବିକ୍ରମ ଏବଂ ନିକିତା ଭାରତ ଆସିଯାଇଥିଲେ । କିନ୍ତୁ କିଛି ମାସରେ ଜୀବନରେ ବହୁତ କିଛି ଘଟିଥିଲା ।

୨୦୨୦ ଜୁଲାଇ ୯ ତାରିଖରେ ତାଙ୍କୁ ପାକିସ୍ତାନ ପଠାଯାଇଥିଲା । ସେ ଅଟାରୀ ସୀମା ଦେଇ ପାକିସ୍ତାନ ଫେରିଯାଇଥିଲେ । କିନ୍ତୁ ସେବେଠୁ ତାଙ୍କୁ ଭାରତ ଆଣିବାକୁ ବିକ୍ରମ କୌଣସି ପ୍ରୟାସ କରୁ ନାହାଁନ୍ତି । ସେ ଅନେକ ଥର ସ୍ୱାମୀଙ୍କୁ କହିଥିଲେ ବି ସ୍ୱାମୀ ବାରମ୍ବାର କୌଣସି ନା କୌଣସି ବାହାନା କରି ଭାରତ ଆଣୁନାହାଁନ୍ତି ।

କରାଚୀରୁ ନିକିତା କହିଛନ୍ତି ଯେ, ଯଦି ନ୍ୟାୟ ନମିଳେ ତେବେ ନ୍ୟାୟବ୍ୟବସ୍ଥା ଉପରୁ ମହିଳାଙ୍କ ବିଶ୍ୱାସ ତୁଟିଯିବ । ଶାଶୂ ଘରେ ଅନେକ ମହିଳା ମାନସିକ ଏବଂ ଶାରୀରିକ ନିର୍ଯାତନା ପାଉଛନ୍ତି । ତେଣୁ ସମସ୍ତଙ୍କୁ ସେ ସମର୍ଥନ ମାଗିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ବିବାହ ପରେ ଶାଶୁ ଘର ଲୋକଙ୍କ ବ୍ୟବହାର ବଦଳିଯାଇଥିଲା । ପରେ ସେ ବିକ୍ରମ ଦିଲ୍ଲୀର ଜଣେ ମହିଳାଙ୍କୁ ପ୍ରେମ କରୁଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ସେ ଶ୍ୱଶୁରଙ୍କ କହିଥିଲେ । କିନ୍ତୁ କଥାକୁ ଶ୍ୱଶୁର ହାଲୁକା ଭାବେ ନେଇଥିଲେ । କୋଭିଡ୍ ବେଳେ ତାଙ୍କୁ ବିକ୍ରମ ଜବରଦସ୍ତି ପାକିସ୍ତାନ ପଠାଇ ଦେଇଥିଲେ ।

ତେବେ ସେ କରାଚୀରେ ରହିବା ବେଳେ ବିକ୍ରମ ଦିଲ୍ଲୀରେ ଆଉ ଥରେ ବିବାହ କରିବାକୁ ଯାଉଥିବା ଶୁଣିଥିଲେ । ଯାହା ତାଙ୍କୁ କଷ୍ଟ ଦେଇଛି । ଜାନୁଆରୀରେ ସେ ଏନେଇ ସ୍ଥାନୀୟ କୋର୍ଟରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା । ମଧ୍ୟପ୍ରଦେଶ କୋର୍ଟରେ ମଧ୍ୟ ଏନେଇ ଏକ ମାମଲା ହୋଇଛି । ଯାହା ଏବେ ବିଚାରାଧୀନ ରହିଥିବା ସେ କହିଛନ୍ତି ।