ବାଲିଯାତ୍ରା ୨୦୨୫
LIVE TV

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି, କାରଣ କ'ଣ ?

NEWS7
car-blast-on-jammu-srinagar-highway-near-banihal

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ନଭେମ୍ବର ୧୪ରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରୁଛି। ଏହା ମଧ୍ୟରେ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଜଣେ ତାରକା ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି। ଭାରତୀୟ ଦଳର ଦ୍ୱିତୀୟ ପ୍ରାକ୍ଟିସ ସେସନ ପୂର୍ବରୁ ସହାୟକ ପ୍ରଶିକ୍ଷକ ରାୟନ ଟେନ ଡୋସାଟେ ଏହାର ସୂଚନା ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଦଳରୁ ମୁକ୍ତ କରାଯାଇଛି। ରାୟନ ଟେନ ଡୋସାଟେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନୀତିଶ କୁମାର ରେଡ୍ଡୀଙ୍କୁ ପ୍ରଥମ ମ୍ୟାଚ୍ ଖେଳିବାକୁ ନ ପଡ଼ିପାରେ। ରେଡ୍ଡୀ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆହତ ହୋଇଥିଲେ ଏବଂ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠିଥିଲା।

ଭାରତର ସହାୟକ ପ୍ରଶିକ୍ଷକ ରାୟନ ଟେନ ଡୋସାଟେ ନଭେମ୍ବର ୧୨ରେ ସ୍ପଷ୍ଟ କରିଥିଲେ ଫର୍ମରେ ଥିବା ଧ୍ରୁବ ଜୁରେଲ ଟେଷ୍ଟ ଦଳର ବିଶେଷଜ୍ଞ ବ୍ୟାଟର ଭାବରେ ରେଡ୍ଡିଙ୍କ ସ୍ଥାନ ନେବେ। ଇଂଲଣ୍ଡ ସିରିଜ ସମୟରେ ହୋଇଥିବା ଆଘାତରୁ ସୁସ୍ଥ ହେବା ପରେ ନିୟମିତ ୱିକେଟକିପର-ବ୍ୟାଟସମ୍ୟାନ ଋଷଭ ପନ୍ତ ମଧ୍ୟ ଦଳକୁ ଫେରିଛନ୍ତି। ପନ୍ତ ଏବଂ ଜୁରେଲ ଉଭୟଙ୍କୁ ପ୍ରଥମ ଟେଷ୍ଟ ପାଇଁ ପ୍ଲେଇଂ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ଅଛି।

ଦଳୀୟ ସୂତ୍ର ଅନୁଯାୟୀ, ୨୨ ବର୍ଷୀୟ ଆନ୍ଧ୍ର ପ୍ରଦେଶର ଅଲରାଉଣ୍ଡର ଚଳିତ ସପ୍ତାହ ଆରମ୍ଭରେ ରାଜକୋଟ୍ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ଦକ୍ଷିଣ ଆଫ୍ରିକା ଏ ଟିମ୍ ବିପକ୍ଷରେ ହେବାକୁ ଥିବା ଲିଷ୍ଟ ଏ ମ୍ୟାଚ୍ ଖେଳିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ରେଡ୍ଡୀଙ୍କୁ ଅଧିକ ମ୍ୟାଚ୍ ଟାଇମ୍ ଓ ଫିଟନେସ୍ ହାସଲ ପାଇଁ ସୁଯୋଗ ଦେବା। କାରଣ ଗତ କିଛି ମାସରେ ଆହତଜନିତ ସମସ୍ୟା କାରଣରୁ ମଇଦାନରେ ତାଙ୍କୁ ଅଧିକ ସମୟ ଦେଖିବାକୁ ମିଳିନି।

ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ

କେଏଲ ରାହୁଲ, ଯଶସ୍ୱୀ ଜୟସୱାଲ, ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।