ସରବଜିତଙ୍କ ବିରୋଧରେ ହେବ FIR : ତୀର୍ଥଯାତ୍ରା ନାଁରେ ଯାଇଥିଲେ ପାକିସ୍ତାନ, କରିଥିଲେ ବିବାହ

NEWS7
captain-amarinder-singh-may-form-new-party-soon

ଲାହୋର,୨୨|୧: ଧାର୍ମିକ ଯାତ୍ରା ନାଁରେ ପାକିସ୍ତାନ ଯାଇ ବିବାହ କରିଥିବା ଭାରତୀୟ ମହିଳା ସରବଜିତ କୌରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପାକିସ୍ତାନ ସରକାର ତାଙ୍କ ବିରୋଧରେ ଇମିଗ୍ରେସନ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଏଫଆଇଆର ରୁଜୁ କରିପାରନ୍ତି । ସେ ପାକ୍ ର ନିୟମ କାନୁନକୁ ନମାନି ବିବାହ କରିଥିଲେ । ଏନେଇ ଏକ ମାମଲାର ଶୁଣାଣି କରି ଲାହୋର କୋର୍ଟ ପାକ୍ ତଦନ୍ତକାରୀ ସଂସ୍ଥା ଏଫଆଇଏକୁ ରିପୋର୍ଟ ମାଗିଛନ୍ତି ।

ପାକିସ୍ତାନ ଶିଖ୍ ଗୁରୁଦ୍ୱାର କମିଟିର ପୂର୍ବତନ ଅଧ୍ୟକ୍ଷ ମହିନ୍ଦର ପାଲ ଲାହୋର କୋର୍ଟରେ ଏକ ଆବେଦନ କରିଥିଲେ । ଯାହାର ଶୁଣାଣି କରି ଲାହୋରକୋର୍ଟରିପୋର୍ଟ ମାଗିଛନ୍ତି । ଆବେଦନରେ କୁହାଯାଇଥିଲା ଯେ, ସରବଜିତ କୌର ୨୦୨୫ନଭେମ୍ବରରେ ତୀର୍ଥଯାତ୍ରା ଭିସାରେ ପାକିସ୍ତାନ ଆସିଥିଲେ । ଭିସା ଅବଦ୍ଧି ସରିବା ପରେ ମଧ୍ୟ ସେ ଏଠାରେ ରହିଥିଲେ । ଯାହା ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ।

ଆବେଦନକାରୀଙ୍କ ଓକିଲ ଅଲୀ ଚଙ୍ଗେଜୀ କୋର୍ଟରେ କହିଥିଲେ ଯେ, ନାସିର ହୁସେନ ସରବଜୀତଙ୍କୁ ସମସ୍ତ ସହାୟତା ପ୍ରଦାନ କରିଥିଲେ । ଏହା ନିୟମ ବିରୋଧୀ । ଏହାକୁ ନେଇ କୋର୍ଟ ଇମିଗ୍ରେସନ ଅଧିକାରୀଙ୍କୁ ଜାନୁଆରୀ୩୦ସୁଦ୍ଧା ରିପୋର୍ଟ ପ୍ରଦାନ ସହ ନିଜ ପକ୍ଷ ରଖିବାକୁ କହିଛନ୍ତି । ମାମଲାର ଆଗାମୀ ଶୁଣାଣି ଜାନୁଆରୀ୩୦ତାରିଖରେ ହେବ ।

କ'ଣ କହିଥିଲେ ଆବେଦନକାରୀ

ଆବେଦନକାରୀ କହିଥିଲେ ଯେ, ଘଟଣାରେ ଅଧିକାରୀ ପ୍ରଥମେ ଏଫଆଇଆର ଦାଖଲ କରିବା କଥା । କିନ୍ତୁ ଏପରି କିଛି ହୋଇନାହିଁ । ତୀର୍ଥଯାତ୍ରାର ପବିତ୍ରତାକୁ କିଛି ବ୍ୟକ୍ତି ନଷ୍ଟ କରୁଛନ୍ତି । ଏହାକୁ ନେଇ ଥିବା ଆଇନକୁ କଡାକଡି ଭାବେ ପାଳନ କରାଯିବା ଦରକାର । ସରବଜିତଙ୍କୁ ତୁରନ୍ତ ଦେଶରୁ ବିଦା କରାଯାଉ । ଯାହାକୁ ନେଇ ହାଇକୋର୍ଟ କଳ କୋର୍ଟରେ ଏନେଇ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ।